ମୁଖ୍ୟମନ୍ତ୍ରୀଙ୍କ ‘ମିଛ ଓ ଗୁଜବ’ ମନ୍ତବ୍ୟକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ମନମୋହନ ସାମଲ

ଭୁବନେଶ୍ୱର,୧୦।୩(ଅସମାପିକା ସାହୁ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ କାତ୍ତିକ ପାଣ୍ଡିଆନ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ତାଙ୍କର ସୋସିଆଲ ମିଡିଆରେ ଏହି ଭିଡିଓ ଶେୟାର କରିଛନ୍ତି। ଏଥିରେ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛନ୍ତି କି ରାଜନୀତିରେ ସବୁଠାରୁ ଖରାପ ଜିନିଷ କ’ଣ ? ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଗୁଜବ ଆଉ ମିଛକଥା ବୋଲି କହୁଛନ୍ତି। ଯାହା ରାଜ୍ୟରେ ଚାଲିଥିବା ମେଣ୍ଟ ଚର୍ଚ୍ଚାକୁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି।
ମୁଖ୍ୟମନ୍ତ୍ରୀଙ୍କ ଏହି ‘ମିଛ ଓ ଗୁଜବ’ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ମନମୋହନ ସାମଲ କହିଛନ୍ତି, ଏହା ଉପରେ ଟିପ୍ପଣୀ କରିବା ମୋର ଠିକ ହେବ ନାହିଁ। ଓଡ଼ିଶା ରାଜନୀତିରେ ମିଥ୍ୟା ଗୁଜବ କରାଯାଉଛି କି ବୋଲି ପ୍ରଶ୍ନରେ ମନମୋହନ କହିଛନ୍ତି, ଜନସାଧାରଣ ବେଷ୍ଟ ଜଜ। ସେମାନେ ହିଁ ନିଷ୍ପତି ନେବେ ।