ଦିଲ୍ଲୀ ଗସ୍ତରେ ମନମୋହନ ସାମଲ: କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୭।୯: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର  ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି ଦୁଇଦିନିଆ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ, ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଓ ସଂଗଠନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ମନମୋହନ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିପାରନ୍ତି। ଏହାସହ ରାଜ୍ୟ ସଂଗଠନକୁ ଆହୁରି ମଜଭୁତ କରିବା ଏବଂ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା ହେବା ନେଇ ଚର୍ଚ୍ଚା ହେଉଛି।

କାର୍ଯ୍ୟକାରିଣୀର ନିଷ୍ପତ୍ତିକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ ଅବଗତ କରାଇବା ସହ ରାଜ୍ୟର ରାଜନୈତିକ ଓ ସାଂଗଠନିକ ପରିସ୍ଥିତି ନେଇ ମଧ୍ୟ ମତବିନିମୟ ହୋଇପାରେ। ମନମୋହନଙ୍କ ଏହି ଗସ୍ତ ଉପରେ ଏବେ ରାଜ୍ୟ ଭାଜପା ମହଲର ନଜର ରହିଛି।

Dharitri – Odisha’s No.1 Odia Daily

Share