Posted inଖେଳ

କମେଣ୍ଟ୍ରି ପ୍ୟାନେଲରେ ସାମିଲ ହେବାକୁ ବିସିସିଆଇକୁ ମଞ୍ଜରେକରଙ୍କ ଅନୁରୋଧ

ମୁମ୍ବାଇ,୩୧।୭(ପି.ଟି.): ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମଞ୍ଜରେକର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କମେଣ୍ଟ୍ରି ପ୍ୟାନେଲରେ ପୁଣି ଥରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏ ନେଇ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ଭାରତ- ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ତାଙ୍କୁ କମେଣ୍ଟ୍ରି ପ୍ୟାନେଲ୍‌ରୁ ହଟାଇ ଦିଆଯାଇଥିଲା। ଅବଶ୍ୟ ଏହି ସିରିଜ କୋଭିଡ୍‌-୧୯ ମହାମାରୀ କାରଣରୁ ବାତିଲ ହୋଇଥିଲା। ଏବେ ସେ ୟୁନାଇଟେଡ ଆରବ ଏମିରାଟ୍ସ (ୟୁଏଇ)ରେ ଖେଳାଯିବାକୁ ଥିବା ଆଇପିଏଲ୍‌ରେ କମେଣ୍ଟ୍ରି ପ୍ୟାନେଲରେ ଦ୍ୱିତୀୟଥର ସାମିଲ ହେବାକୁ ବୋର୍ଡକୁ ଅନୁରୋଧ କରିଛନ୍ତି। ସେ ବିସିସିଆଇ ଜାରି କରାଯାଇଥିବା ଗାଇଡଲାଇନ୍‌କୁ ମାନିବେ ଓ ସେହି ଅନୁସାରେ କାର୍ଯ୍ୟ କରିବେ ବୋଲି ମଞ୍ଜରେକର ଇମେଲ ଜରିଆରେ ବୋର୍ଡକୁ ଅବଗତ କରାଇଛନ୍ତି।
ଇଂଲଣ୍ଡରେ ଗତବର୍ଷ ଅନୁଷ୍ଠିତ ବିଶ୍ୱକପ୍‌ରେ ମଞ୍ଜରେକର ଅଲ- ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ବିବଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ସୃଷ୍ଟି କରିଥିଲେ। ଏ ନେଇ କେତେକ ଭାରତୀୟ ଖେଳାଳି ଏକାଠି ହୋଇ ମଞ୍ଜରେକରଙ୍କ ବିରୋଧରେ ବିସିସିଆଇ ନିକଟରେ ଅଭିଯୋଗ ଆଣିଥିଲେ। ଏବେ ଏହି ଘଟଣା ନେଇ ଆଉ ଚର୍ଚ୍ଚା କରିବାର ଆବଶ୍ୟକତା ନାହିଁ। ଜାଡେଜାଙ୍କ ବିଷୟରେ ଅବାଞ୍ଛିତ ମନ୍ତବ୍ୟ ଦେବା ନେଇ ମଞ୍ଜରେକର କ୍ଷମା ମାଗିସାରିଛନ୍ତି। ଟେଲିଭିଜନ କମେଣ୍ଟ୍ରି ନେଇ ଜାରି କରାଯାଇଥିବା ସବୁ ଗାଇଡଲାଇନ୍‌କୁ ମାନିନେବେ ବୋଲି କହିଛନ୍ତି। କ୍ରିକେଟ ସମ୍ପର୍କରେ ତାଙ୍କର ବହୁତ ଜ୍ଞାନ ରହିଛି। ସେ ଜଣେ ଉଚ୍ଚକୋଟୀର ଭାଷ୍ୟକାର ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏ ସଂକ୍ରାନ୍ତରେ ବସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି। ଇତିମଧ୍ୟରେ ଆଇପିଏଲ୍‌ କମେଣ୍ଟ୍ରି ପାଇଁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ୟୁଏଇ ଯାତ୍ରା କରିବେ। ଖୁବ୍‌ଶୀଘ୍ର ମଞ୍ଜରେକରଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି-୨୦ରୁ ବାଦ୍‌ ପଡ଼ିଲେ ଇଶାନ କିଶନ, ବୈଭବ ନୁହେଁ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ!

ନୂଆଦିଲ୍ଲୀ, ୨୬।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଇଶାନ କିଶନ ତୃତୀୟ…

ଜଙ୍ଗଲରୁ ମିଳିଲା କବିରାଜଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇ…

ବାରିପଦା,୨୬ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ଖେଜୁରୀ ଓ କାକୁଡ଼ିରୁମା ଜଙ୍ଗଲ ମଧ୍ୟବର୍ତ୍ତୀ ଅଞ୍ଚଳରୁ ଜଣେ କବିରାଜଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଆଗକୁ ଦେଖିବାକୁ ପଡ଼ିବ ଅନେକ ପ୍ରାକୃତିକ ବିପର୍ଯ୍ୟୟ

ଭୁବନେଶ୍ୱର,୨୬ା୧୦: ଆମ ଚାରିପାଖରେ ପଡି ରହିଥିବା ଜିନିଷ ହିଁ ପ୍ରଦୂଷଣ ବଢାଉଛି। ଏଥିପାଇଁ ଆମେ ସମସ୍ତେ ହିଁ ଦାୟୀ। ଆମେ ବଜାରରୁ ପ୍ଲାଷ୍ଟିକ ଓ ପଲିଥିନରେ ଜିନିଷ…

ଗ୍ରାମ୍ୟ ନିର୍ମାଣ ବିଭାଗ କେନ୍ଦ୍ରାପଡ଼ା-ଯାଜପୁର ସର୍କଲ: ପିସି କାରବାରରୁ ବଢ଼ୁଛି ଦୁର୍ନୀତି, ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୬ା୧୦(ହର୍ଷବର୍ଦ୍ଧନ ବେହେରା): ପ୍ରଶାସନରେ ସ୍ବଚ୍ଛତା ଏବଂ ପରସେଣ୍ଟ (ପିସି) କାରବାରର ମୂଳୋପତ୍ାଟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗର…

ଛତ୍ରପୁରରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ, ଆଳତି ଦର୍ଶନ କରି ଆଶୀର୍ବାଦ ଲାଭ କଲେ ଜିଲାପାଳ-ଏସ୍‌ପି

ଛତ୍ରପୁର,୨୬ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୁମାର ପୂର୍ଣ୍ଣିମା ଅବସରରେ ଛତ୍ରପୁର ଲୋୟର ବସ୍‌ଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଆରମ୍ଭ ହୋଇଛି। ପ୍ରତିବର୍ଷ…

ସୃଷ୍ଟି ହେଲା ବାତ୍ୟା: ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ

ଭୁବନେଶ୍ୱର,୨୬ା୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ଫଳରେ ଏହି ବାତ୍ୟାକୁ ନେଇ ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଗଭୀର ଅବପାତରୁ ରୂପ ନେଇଥିବା…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନରୁ ଚମକିବ ୩ ରାଶିର ଭାଗ୍ୟ, ନଭେମ୍ବର ସୁଦ୍ଧା ବ୍ୟବସାୟରେ ପ୍ରବଳ ଲାଭ! ଜାଣନ୍ତୁ ସେହି ରାଶି କିଏ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୪ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାହୁଙ୍କ ନକ୍ଷତ୍ର ସୱାତୀରେ ପ୍ରବେଶ କରିଛନ୍ତି। ସୂର୍ଯ୍ୟ ଏହି ନକ୍ଷତ୍ରରେ ନଭେମ୍ବର ୬, ୨୦୨୬ ପର୍ଯ୍ୟନ୍ତ ଅବସ୍ଥାନ…

ଚେନ୍ନାଇରୁ ଘରକୁ ଫେରିବାବେଳେ ରାସ୍ତାରେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୨୬ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳ କୁର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?