ପେଟ ପାଇଁ ମଞ୍ଜିତ୍‌ କରୁଛନ୍ତି ସଂଘର୍ଷ

ମହାକାଳପଡ଼ା,୯ା୫(ଡି .ଏନ୍‌ .ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ରାମନଗର ଗ୍ରାମ ଉତ୍ତରପଡ଼ାରେ ମଞ୍ଜିତ୍‌ ମଣ୍ଡଳ (୧୦)ଙ୍କ ଘର। ସେ ପେଟକୁ ଦାନା ସଂଗ୍ରହ ପାଇଁ ସଂଘର୍ଶ କରୁଥିବା ଜଣାପଡିଛି। ଯେଉଁ ସମୟରେ ମା’ର ପଣତ କାନିରେ ମୁଣ୍ଡ ଗୁଞ୍ଜି ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖିବା କଥା ସେହି କଅଁଳ ବୟସରେ ଏବେ ଅଳିଆଗଦାରୁ ଜରି ସାଉଁଟୁଛନ୍ତି। ମଞ୍ଜିତ୍‌ଙ୍କ ସାଥୀମାନେ ବିଦ୍ୟାଳୟକୁ ଯାଇ ପାଠ ପଢୁଥିବା ବେଳେ ସେ ଭାଗ୍ୟକୁ ଆଦରି ପେଟ ଚାଖଣ୍ଡକ ପାଇଁ ଅବିରତ ସଂଗ୍ରାମ କରୁଛନ୍ତି । ରାତି ପାହି ସକାଳ ହେଲେ ମଞ୍ଜିତ୍‌ ଏକ ପ୍ଲାଷ୍ଟିକ ଅଖା କାନ୍ଧରେ ପକାଇ ବାହାରିପଡନ୍ତି ବଜାରର ଗଳିକନ୍ଦିକୁ। ବାହାରେ ପଡିଥିବା ପ୍ଲାଷ୍ଟିକ ସାମଗ୍ରୀଗୁଡିକୁ ଆବର୍ଜନାରୁ ବିନା ସଂକୋଚରେ ସଂଗ୍ରହ କରିଥାନ୍ତି। ଦିନରେ ସଂଗୃହୀତ ପ୍ଲାଷ୍ଟିକ ସାମଗ୍ରୀକୁ ନିକଟ ରାମନଗର ବଜାରରେ ଥିବା କବାଡିଆ ଦୋକାନରେ ବିକି ଦୈନିକ ୫୦ରୁ ୭୦ ଟଙ୍କା ପାଇଥାନ୍ତି। ସେଥିରେ ସକାଳ ଜଳଖିଆ ଖାଇ ଅବଶିଷ୍ଟ ପଇସାକୁ ଆଶ୍ରୟ ନେଇଥିବା ନିଜ ଆଈ ମା’ ପାଖରେ ଜମା ଦିଅନ୍ତି। ମଞ୍ଜିତ୍‌ଙ୍କ ପରିବାର କହିଲେ, ବାପା ପ୍ରଶାନ୍ତ, ମା’ ଉଷା ଓ ଭଉଣୀ ରଶ୍ମିତା। ଆର୍ଥିକ ଅନଟନ ଯୋଗୁ ମଞ୍ଜିତ୍‌ଙ୍କ ମା’ ଉଷା ପରିବାର ଛାଡ଼ି କେଉଁ ଆଡେ ପଳାଇ ଯିବା ପରେ ବାପା ପ୍ରଶାନ୍ତ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବାଧ୍ୟ ହୋଇ ଦ୍ୱିତୀୟ ବିବାହ କଲେ। କିନ୍ତୁ ଭାଗ୍ୟର ବିଡମ୍ବନା ବିବାହର କିଛିଦିନ ପରେ ମାତୃ ସ୍ନେହରୁ ଏହି ଦୁଇ ଭାଇ ଭଉଣୀ ବଞ୍ଚତ୍ତ ହେଲେ। ମଞ୍ଜିତ୍‌ଙ୍କ ଭଉଣୀ ରଶ୍ମିତା (୧୫), ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ଘରେ ମାସିକ ଦୁଇ ହଜାର ଟଙ୍କାରେ ବାସୀ ପାଇଟି କରୁଛନ୍ତି। ଅନ୍ୟପକ୍ଷେ ମଞ୍ଜିତ ନିଜ ମାମୁଘରେ ଆଈମା’ ବିଦୁଲତାଙ୍କ ନିକଟରେ ରହି ନିଜ ଜୀବନ ଓ ଜୀବିକା ପାଇଁ ସଂଗ୍ରାମ କରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜାତିଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ଅଗ୍ରାଧିକାର ଦେଉଛନ୍ତି। ମଞ୍ଜିତ୍‌ଙ୍କ ନିକଟରେ ଏହି ସରକାରୀ ଯୋଜନା ଅପହଞ୍ଚ ପାଲଟିଛି। ମଞ୍ଜିତ୍‌ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ମା’ ଆପରପାରିକୁ ଚାଲିଗଲେ। ପରେ ମଞ୍ଜିତ୍‌ଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଛି। ଯେଉଁ ବୟସରେ ମଞ୍ଜିତ୍‌ କାନ୍ଧରେ ସ୍କୁଲ ବ୍ୟାଗ ପକାଇ ବିଦ୍ୟାଳୟ ଯିବା କଥା କିନ୍ତୁ ତାଙ୍କ କାନ୍ଧରେ ପ୍ଲାଷ୍ଟିକ ଭର୍ତ୍ତି ଅଖା। ସରକାର ଡ୍ରପ୍‌ ଆଉଟ୍‌ ଛାତ୍ରୀଛାତ୍ରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ବିଦ୍ୟାଳୟଗୁଡ଼ିକରେ ମାଗଣାରେ ନାମ ଲେଖା, ପୋଷାକ, ପୁସ୍ତକ, ଖାଦ୍ୟ ଆଦି ବ୍ୟବସ୍ଥା କରିଛନ୍ତି। ମଞ୍ଜିତ୍‌ଙ୍କ ପାଇଁ ଏହି ଯୋଜନା ସାତସପନ ପାଲଟିଛି। ମଞ୍ଜିତ୍‌ଙ୍କ ଆଈ ବିଦୁଲତାଙ୍କ କହିବା କଥା ପର ଦୋକାନରେ ଝାଡୁ ମାରି ଚଳୁଛି। ଆଉ କେତେଦିନ ନାତିକୁ ପାଖରେ ରଖିବି। ସରକାରୀ, ବେସରକାରୀ ଅନୁଷ୍ଠାନ ମଞ୍ଜିତଙ୍କ ପଢା ଓ ଖାଇବା ଖର୍ଚ୍ଚ ଯୋଗାଇ ଦେଲେ ସେ ପଢି ପାରନ୍ତା। ଆଉ ଜରି ଗୋଟାଇବାରୁ ନିବୃତ୍ତ ରୁହନ୍ତା। ଏ ସମ୍ପର୍କରେ ମଞ୍ଜିତ୍‌ଙ୍କୁ ପଚାରିବାରେ ପଢ଼ିବା ପାଇଁ ଇଚ୍ଛା ଅଛି। ସୁବିଧା ସୁଯୋଗ ଯୋଗାଇ ଦେଲେ ନିଶ୍ଚୟ ପଢିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri