Posted inଜାତୀୟ

ମଣିପୁରରେ ବଢୁଥିବା ହିଂସା ମଧ୍ୟରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ପୁଣି ଲାଗୁ ହେଲା…

ନୂଆଦିଲ୍ଲୀ,୧୪ା୧୧: ମଣିପୁରର ହିଂସାପ୍ରଭାବିତ ଜିରିବାମ୍‌ ସମେତ ୬ ଥାନା ଅଞ୍ଚଳରେ କେନ୍ଦ୍ର ସରକାର ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ପୁଣିଥରେ ଲାଗୁ କରିଛନ୍ତି। ରାଜ୍ୟ ସରକାର ହିଂସାପ୍ରବଣ ଅଞ୍ଚଳକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହେଲେ ଏଏଫ୍‌ଏସ୍‌ପିଏ ଆଇନ ବଳରେ ଉକ୍ତ ଅଞ୍ଚଳ ବା ଜିଲାକୁ ବିଶୃଙ୍ଖଳିତ ଭାବେ ବିଜ୍ଞପିତ କରାଯାଇ ସେଠାରେ ସଶସ୍ତ୍ର ବଳକୁ ଅଭିଯାନ ପାଇଁ ସୁଯୋଗ ଦିଆଯାଇଥାଏ। ସଶସ୍ତ୍ର ଯବାନମାନେ ଉକ୍ତ ଅଞ୍ଚଳରେ ତଲାସି କରିବା ସହ ଗିରଫ କରିବାକୁ କ୍ଷମତା ପାଇଥାନ୍ତି। ଏପରିକି ଆବଶ୍ୟକ ପଡ଼ିଲେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ସେମାନଙ୍କୁ ଗୁଳି ଚଳାଇବାର କ୍ଷମତା ମଧ୍ୟ ଦିଆଯାଇଥାଏ। ମଣିପୁରରେ ଜାତିଆଣ ହିଂସା ଲାଗି ରହିଥିବାବେଳେ ଅସ୍ଥିର ସ୍ଥିତିକୁ ନେଇ ୬ଟି ଥାନା ଅଞ୍ଚଳରେ ଏଏଫ୍‌ଏସ୍‌ପିଏ ଲାଗୁ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଉକ୍ତ ଥାନାଗୁଡ଼ିକ ହେଲା ଇମ୍ଫାଲ ଓ୍ବେଷ୍ଟ୍‌ର ସେକ୍‌ମାଇ ଏବଂ ଲାମ୍‌ସାଙ୍ଗ୍‌, ଇମ୍ଫାଲ ଇଷ୍ଟ୍‌ର ଲାମଲାଇ, ଜିରିବାମ୍‌ ଜିଲାର ଜିରିବାମ୍‌, କାଙ୍ଗ୍‌ପୋକ୍‌ପି ଜିଲାର ଲେଇମାଖୋଙ୍ଗ୍‌ ଏବଂ ବିଷ୍ଣୁପୁରର ମୋଇରାଙ୍ଗ ଥାନା। ମଣିପୁର ସରକାର ଗତ ଅକ୍ଟୋବର ୧ରେ ଉପରୋକ୍ତ ୬ ଥାନା ସମେତ ମୋଟ ୧୯ଟି ଥାନା ଅଞ୍ଚଳକୁ ବାଦ୍‌ ଦେଇ ସମଗ୍ର ରାଜ୍ୟରେ ଏଏଫ୍‌ଏସ୍‌ପିଏ ଲାଗୁ କରିଥିଲେ।
ସୂଚନାଯୋଗ୍ୟ, ଗତ ସୋମବାର ଉଗ୍ରପନ୍ଥୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଜିରିବାମ୍‌ ଜିଲାର ଏକ ଥାନା ଏବଂ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷା ବଳ ସହ ଗୁଳିବିନିମୟ ବେଳେ ୧୧ ସନ୍ଦିଗ୍ଧ ଉଗ୍ରପନ୍ଥୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରଦିନ ଜଣେ ମହିଳା ଓ ଶିଶୁଙ୍କ ସମେତ ୬ ଜଣ ସାଧାରଣ ନାଗରିକଙ୍କୁ ଉଗ୍ରପନ୍ଥୀ ଅପହରଣ କରିନେଇଥିଲେ। ଗତବର୍ଷ ମେ’ରୁ ମେଇତି ଏବଂ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ଜାତିଆଣ ହିଂସା ଘଟି ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବାବେଳେ ହଜାର ହଜାର ଲୋକ ଘରଦ୍ୱାର ହରାଇଲେଣି।

 


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?