Categories: ଖେଳ

ମଣିପୁରରେ ହେବ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ

ଇମ୍ଫାଲ,୬ା୨: ଭାରତର ଫୁଟବଲ ପାଓ୍ବାର ହାଉସ୍‌ ମଣିପୁର ଆୟୋଜନ କରିବ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌। ଭାରତ ସହିତ ମିଆଁମାର ଓ କିର୍ଗିଜସ୍ତାନ ଏହି ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାଗ ନେବେ। ଆସନ୍ତା ମାର୍ଚ୍ଚ ମାସରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। ମାର୍ଚ୍ଚ ୨୨, ୨୪ ଓ ୨୬ ତାରିଖରେ ଖୁମାନ ଲମ୍ପକ ଷ୍ଟାଡିୟମରେ ଏହି ମ୍ୟାଚ ଆୟୋଜିତ ହେବା ନେଇ ଘୋଷଣା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍‌ ସିଂ। ଏହି ଘୋଷଣା ସମୟରେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)ର ସଭାପତି କଲ୍ୟାଣ ଚୌବେ ଓ ମହାସଚିବ ଶାଜି ପ୍ରଭାକରନ ଉପସ୍ଥିତ ଥିଲେ।

Share