ମଣିପୁର ବିପଦ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ପୁଣି ଉଗ୍ର ହେବାରେ ଲାଗିଲାଣି। ମେ ୨୦୨୩ ପ୍ରାରମ୍ଭରୁ ଏହା ବ୍ୟାପକ ରୂପ ଧାରଣ କରିବା ପରେ କିଛି ସମୟ ଥମି ଯାଇଥିଲା। ଜୁନ୍‌ ପ୍ରଥମ ସପ୍ତାହରେ ସଦ୍ୟ ହିଂସାକାଣ୍ଡ ନିଆଁରେ ଘିଅ ଢାଳିବାରେ ଲାଗିଛି। ପ୍ରଥମେ କୁହାଯାଉଥିଲା ହିନ୍ଦୁ ମେଇତି ସମ୍ପ୍ରଦାୟକୁ ହାଇକୋର୍ଟ ଆଦିବାସୀ ମାନ୍ୟତା ସୁପାରିସ ସଂକ୍ରାନ୍ତ ଆଦେଶ ଦେବା ପରେ ଏହାକୁ ବିରୋଧ କରି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ନାଗା ଓ କୁକି ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନଙ୍କ ଅଧିକାରକୁ ସଂଖ୍ୟାଗରିଷ୍ଠମାନେ ଛଡ଼ାଇ ନେଉଥିବା ଆଦିବାସୀମାନେ ଅଭିଯୋଗ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଘୋର ହିଂସା ଉପୁଜିଥିଲା। ଏବେ ଜଣାପଡ଼ୁଛି ଚାକିରିରୁ ବଞ୍ଚିତ ହେବା ମେଇତିମାନଙ୍କ ପାଇଁ କେବଳ ଏକ ପ୍ରସଙ୍ଗ ନୁହେଁ, ଜମି ବିବାଦ ଅଧିକ ଗୁରୁତ୍ୱ ରଖିଲାଣି। ମଣିପୁରର ଜନସଂଖ୍ୟା ଦେଖିଲେ ମେଇତିମାନଙ୍କ ସଂଖ୍ୟା ସମୁଦାୟ ଲୋକସଂଖ୍ୟାର ୫୨ ପ୍ରତିଶତ। ଅନ୍ୟପକ୍ଷରେ ବାକି ଜନସଂଖ୍ୟାରେ କୁକି ଓ ନାଗାଙ୍କ ଭଳି ଆଦିବାସୀ ସମ୍ପ୍ରଦାୟ ରହିଛନ୍ତିି। ମେଇତିମାନେ ମୁଖ୍ୟତଃ ଇମ୍ଫାଲ ଉପତ୍ୟକା(ଭ୍ୟାଲି)ରେ ରହୁଥିବା ବେଳେ ଏହି ଆଦିବାସୀମାନେ ପାହାଡ଼ିଆ ଅଞ୍ଚଳରେ ବସବାସ କରିଥାଆନ୍ତି। ମଣିପୁରରେ ୩୫ରୁ ଊର୍ଦ୍ଧ୍ୱ ସମ୍ପ୍ରଦାୟ ଉପତ୍ୟକା ଓ ପାହାଡ଼ିଆ ଅଞ୍ଚଳରେ ରହୁଛନ୍ତି। ମେଇତିମାନଙ୍କ ସଂଖ୍ୟା ଅଧିକ ହୋଇଥିଲେ ମଧ୍ୟ ସେମାନେ ରାଜ୍ୟର ୧୦ ପ୍ରତିଶତ ଭୌଗୋଳିକ ଅଞ୍ଚଳ ବିଶେଷକରି ଇମ୍ପାଲ ଉପତ୍ୟକାରେ ରହୁଛନ୍ତି। ଅନ୍ୟପକ୍ଷରେ କୁକି ଓ ନାଗାମାନେ ସଂରକ୍ଷିତ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଆଦିମ ଯୁଗରୁ ଅଛନ୍ତି। ତେଣୁ ସେମାନଙ୍କୁ ସଂରକ୍ଷିତ ଜଙ୍ଗଲରୁ ହଟାଇବା ପାଇଁ ସେଠାକାର ଭାଜପା ପରିଚାଳିତ ସରକାର ଉଦ୍ୟମ କରିଛି। ଏମିତି ଦେଖିଲେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ମେଇତି ସମ୍ପ୍ରଦାୟର। ତେଣୁ ସଂଖ୍ୟାଗରିଷ୍ଠଙ୍କ ପ୍ରତି ସେ ଢଳୁଛନ୍ତି ବୋଲି ଆଦିବାସୀମାନେ ଅଭିଯୋଗ କରୁଛନ୍ତି। ମେଇତିମାନେ ଥରେ ଆଦିବାସୀ ତାଲିକାରେ ସାମିଲ ହୋଇଗଲେ ସେମାନେ ଅନେକ ସରକାରୀ ସୁବିଧା ସହ ପାହାଡ଼ିଆ ଅଞ୍ଚଳରେ ଜମି ହାତେଇବା ଅଧିକାର ମଧ୍ୟ ପାଇଯିବେ।
ମଣିପୁର ହିଂସାରେ ଅଦ୍ୟାବଧି ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ବେସରକାରୀ ହିସାବ ବହୁ ଅଧିକ ରହୁଛି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଣିପୁର ଗସ୍ତ କରି ଫେରିଛନ୍ତି। କିନ୍ତୁ ଯେତେବେଳେ ମଣିପୁର ଜଳୁଥିଲା ସେତେବେଳେ ସ୍ବରାଷ୍ଟ୍ରଠାରୁ ଆରମ୍ଭକରି ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀମାନେ କର୍ନାଟକ ବିଧାନସଭା ନିର୍ବାଚନ ପ୍ରଚାରରେ ମାତିଥିଲେ। ସମ୍ଭବତଃ ଏହି ଅଶାନ୍ତର ଆରମ୍ଭରେ କେନ୍ଦ୍ର ସ୍ତରରୁ କଠୋର ପଦକ୍ଷେପ ନିଆଯାଇଥିଲେ ହିଂସା ଏତେ ବ୍ୟାପି ନ ଥାଆନ୍ତା। ସମସ୍ତେ ଜାଣନ୍ତି ଯେ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ବାସ କରୁଥିବା ଲୋକମାନେ ଭାରତ ଭିତରେ ଥିଲେ ମଧ୍ୟ ସେମାନେ ନିଜକୁ ଅଲଗା ଭୂଖଣ୍ଡରେ ରହିବା ଭଳି ମନେକରନ୍ତି। କାରଣ ବର୍ଷବର୍ଷ ଧରି ଅନ୍ତର୍ଘାତୀମୂଳକ କାର୍ଯ୍ୟ ଓ ହିଂସା ଦ୍ୱାରା ଏହି ଅଞ୍ଚଳ ପେଷି ହୋଇରହିଛି। ଏଥିସହିତ ଏଠାରେ ସଶସ୍ତ୍ର ସେନା ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ଦୀର୍ଘ ସମୟ ଧରି ବଳବତ୍ତର ରହୁଥିବାରୁ ଭାରତୀୟ ସୈନିକମାନେ ଅନେକ ଅତ୍ୟାଚାର କରନ୍ତି ବୋଲି ଇରୋମ ଚାନୁ ଶର୍ମିଳାଙ୍କ ୧୬ ବର୍ଷର ଅନଶନରୁ ଦେଶବାସୀ ଜାଣିଲେ। ଏବେ ସେହି ସ୍ଥିତିରେ କୌଣସି ସୁଧାର ଆସି ନାହିଁ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
କୁହାଯାଇଥାଏ, ଆଦିବାସୀ ପ୍ରକୃତି କୋଳରେ ବାସ କରିବାକୁ ଭଲ ପାଇଥାଆନ୍ତି। କିନ୍ତୁ ଧୀରେ ଧୀରେ ରାଜନୈତିକ ଓ ପ୍ରଶାସନିକ ହସ୍ତକ୍ଷେପ ସେମାନଙ୍କ ଜୀବନ ଧାରଣରେ ବାଧା ସୃଷ୍ଟି କରିଚାଲିଛି। ମଣିପୁର କଥା ଦେଖିଲେ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୦ ଜଣ ବିଧାୟକ କୁକି ସମ୍ପ୍ରଦାୟରୁ ଅଛନ୍ତି। ଏମାନେ ଏନ୍‌. ବୀରେନ୍‌ ସିଂଙ୍କ ମିଳିତ ସରକାରକୁ ସମର୍ଥନ କରୁଥିବା ସତ୍ତ୍ୱେ ଏବେକା ସ୍ଥିତିରେ ସରକାରଙ୍କୁ ବିରୋଧ କଲେଣି। ଏଥିରୁ ବୁଝିବାକୁ ହେବ ଯେ, ଉଚ୍ଚ ଜାତିର ମେଇତିମାନେ କେବଳ ସେମାନଙ୍କ ସ୍ବାର୍ଥ ସାଧନ କରିବା ଲାଗି କଳ ବଳ କୌଶଳ ଲଗାଇ ଦେଇଛନ୍ତି। ଏଭଳି ସମୟରେ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ହସ୍ତକ୍ଷେପ କରି ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ବିଶ୍ୱାସର ସଙ୍କଟକୁ ଦୂର କରିବା ଦରକାର। କାହା ପ୍ରତି ଢଳି ଅବାସ୍ତବ ନିଷ୍ପତ୍ତି ନିଆଗଲେ ଆଗାମୀ ଦିନରେ ମଣିପୁରରେ ବିଚ୍ଛିନ୍ନତାବାଦୀଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ସୃଷ୍ଟି ହେବା ସହିତ ଏକ ଦୁର୍ବଳ ଅଞ୍ଚଳକୁ ବିପଦ ଡାକିଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri