Posted inଜାତୀୟ

ବିହାର ବାହାରେ ଖେଳ! ନୀତୀଶଙ୍କ ଦଳକୁ ଝଟ୍‌କା, ଜେଡିୟୁର ୫ ବିଧାୟକ ଭାଜପାରେ ସାମିଲ

ଇମ୍ଫାଲ,୩ ।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)କୁ ମଣିପୁରରେ ବଡ ଝଟ୍‌କା ଲାଗିଛି । ମଣିପୁରରେ ଜେଡିୟୁର ୫ ବିଧାୟକ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି । ଭାଜପାରେ ସାମିଲ ହୋଇଥିବା ଜେଡିୟୁ ବିଧାୟକମାନେ ହେଲେ କେଏଚ ଜୟକିଶନ, ଏନ ସନାତେ, ମହମ୍ମଦ ଅଚ୍ଛବଉଦ୍ଦିନ, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏଏମ ଖାଉଟେ ଓ ଥାଙ୍ଗଜାମ ଅରୁଣ କୁମାର । ଏଏମ ଖାଉତେ ଓ ଥାଙ୍ଗଜାମ ଅରୁଣ କୁମାର ବିଧାନସଭା ନିର୍ବାଚନରେ ଭାଜପାରୁ ଟିକେଟ ଦାବି କରିଥିଲେ, ହେଲେ ଏଥିରେ ସଫଳ ନ ହେବାରୁ ସେମାନେ ଜେଡିୟୁରେ ସାମିଲ ହୋଇଥିଲେ ।
ମଣିପୁର ବିଧାନସଭାର ସଚିବ କେ ମେଘଜିତ ସିଂଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇ କୁହାଯାଇଛି କି ଅଧ୍ୟକ୍ଷ ସମ୍ବିଧାନର ଦଶମ ଅନୁସୂଚି ଆଧାରରେ ଜେଡିୟୁର ୫ ବିଧାୟକଙ୍କୁ ଭାଜପାରେ ସାମିଲ ହେବାକୁ ସ୍ୱୀକାର କରିଛି । ଜେଡିୟୁ ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ବିଧାନସଭା ନିର୍ବାଚନରେ ୩୮ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଏଥିରୁ ୬ଟି ଆସନରେ ବିଜୟୀ ହୋଇଥିଲା । ଏବେ ୫ ବିଧାୟକ ଭାଜପାରେ ସାମିଲ ହୋଇଛନ୍ତି ଆଉ ଜଣେ ବିଧାୟକ ଏବେବି ଜେଡିୟୁରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଡେଲଙ୍କ ପର୍ସନାଲ ଶପର୍‌ ‘ପିଙ୍କି’

ନୂଆଦିଲ୍ଳୀ: ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ଏବେ କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର। ସୁକେଶଙ୍କ ମାମଲାର ତଦନ୍ତରେ ବଲିଉଡ୍‌ର ବହୁ ଅଭିନେତ୍ରୀ ଓ ମଡେଲ୍‌ଙ୍କୁ ସାମିଲ...

ମାମଲା ବିଚାର ଅପେକ୍ଷାରେ ପଡ଼ିରହିବା ବଡ଼ ଚ୍ୟାଲେଞ୍ଜ: ସିଜେଆଇ

ନୂଆଦିଲ୍ଲୀ,୨୭ା୮(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଜଷ୍ଟିସ୍‌ ଏନ୍‌.ଭି. ରମନା ଶୁକ୍ରବାର ଅବସର ନେଇଛନ୍ତି। ତାଙ୍କୁ ସୁପ୍ରିମକୋର୍ଟ ପରିସରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବହୁସଂଖ୍ୟାରେ...

ଇପିଏଫ୍‌ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମ ବଦଳିଲା: ୫ ବର୍ଷ ପୂର୍ବରୁ ଉଠାଇଲେ ଦେବାକୁ ପଡିବ ଟିକସ…

ନୂଆଦିଲ୍ଲୀ,୬।୨ : ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବାର ନିୟମ ବଦଳି ଯାଇଛି। ଯଦ ୫ ବର୍ଷ ପୂର୍ବରୁ ଟଙ୍କା ଉଠାଯାଏ ତେବେ ଟିକସ ଦେବାକୁ ପଡିବ...

ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ

ତାମିଲନାଡୁ, ୨୭।୪: ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନ ଥିବା ବେଳେ...

କାର୍ଯ୍ୟକାରିଣୀ ବୈଠକର ଶେଷ ଦିନ: ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୧: ଭାଜପାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକର ମଙ୍ଗଳବାର ଦ୍ୱିତୀୟ ଦିନ ତଥା ଶେଷ ଦିନ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ...

ପାକିସ୍ତାନର ଡ୍ରୋନ୍‌ ଷଡ଼ଯନ୍ତ୍ର, ଅଜନାଲା ସେକ୍ଟରରୁ ୨ ସନ୍ଦିଗ୍ଧ ପ୍ୟାକେଟ ଜବତ…

ଅମୃତସର, ୯।୨ : ଆତଙ୍କବାଦୀ ସଂଗଠନଗୁଡ଼ିକୁ ସହାୟତା ପ୍ରଦାନ କାର୍ଯ୍ୟ ପାକିସ୍ତାନ ପକ୍ଷରୁ ଜାରି ରହିଛି। ପାକିସ୍ତାନ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ଭାରତ...

ମୁକେଶ ଅମ୍ବାନୀ-ଅମିତାଭ-ଧର୍ମେନ୍ଦ୍ରଙ୍କ ଘର ଉଡ଼ାଇ ଦେବାକୁ ମିଳିଲା ଧମକ: ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୧।୩: ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଘର ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି।...

ଧର୍ମରାଜ ଦ୍ରୌପଦୀ ଅମ୍ମନ ମନ୍ଦିରରେ ପୂଜାପାଠକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା, ମନ୍ଦିର ସିଲ…

ଚେନ୍ନାଇ,୭।୬ : ତାମିଲନାଡୁର ଏକ ମନ୍ଦିରରେ ପ୍ରବେଶକୁ ନେଇ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପରିସ୍ଥିତି ଦେଖି ଭିଲୁପୁରମ ଜିଲା ରାଜସ୍ବ...

Advertisement
Archives

Model This Week