ବଢ଼ୁଛି ଅଟ୍ଟାଳିକା ଭାର, ଦବୁଛି ମାନ୍‌ହାଟ୍ଟନ୍‌

ନ୍ୟୁୟର୍କ, ୧୯।୫: ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନଭଶ୍ଚୁମ୍ବି ଅଟ୍ଟାଳିକା ପାଇଁ ନ୍ୟୁୟର୍କ ଖୁବ୍‌ ଖ୍ୟାତ। କିନ୍ତୁ ଯେଉଁ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଧାଇଁ ଆସୁଛନ୍ତି, ତା’ପାଇଁ ନ୍ୟୁୟର୍କ ସହରର ସର୍ବାଧିକ ଜନବସତିପୂର୍ଣ୍ଣ ଅଞ୍ଚଳ ମାନ୍‌ହାଟ୍ଟନ ଧୀରେ ଧୀରେ ଦବିବାରେ ଲାଗିଛି। ଆମେରିକୀୟ ଭୌଗୋଳିକ ସର୍ଭେ ଏବଂ ୟୁନିଭର୍ସିଟି ଅଫ୍‌ ରୋଡେ ଆଇଲ୍ୟାଣ୍ଡର ଭୂବିଜ୍ଞାନୀମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ, ବିରାଟକାୟ ବିଲ୍ଡିଂର ଓଜନ ବଢ଼ିବା ଯୋଗୁ ଭବିଷ୍ୟତରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯିବ।

ସବ୍‌ସିଡେନ୍ସ ଟେକ୍ନୋଲୋଜି ବ୍ୟବହାର କରି ଭୂବିଜ୍ଞାନୀମାନେ ଏହି ଅଧ୍ୟୟନ କରିଛନ୍ତି। ସହରରେ ବିଲ୍ଡିଂ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଏହାର ଓଜନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସହରର ଓଜନ ବଢ଼ିବା ସହ ଭୂପୃଷ୍ଠରେ ଥିବା ନରମ ମୃତ୍ତିକା (ବାଲି, କାଦୁଅ)ର ଚଳନ ହେବା ଯୋଗୁ ମାନ୍‌ହାଟ୍ଟନ ଧୀରେ ଧୀରେ ଦବୁଥିବା ଭୂବିଜ୍ଞାନୀମାନେ ଅନୁମାନ କରିଛନ୍ତି। ଏହା ପଛରେ ଅନେକ କାରଣ ଥିବାବେଳେ ସହରର ଓଜନ ବଢ଼ିବା ଯୋଗୁ ବର୍ଷକୁ ୧ରୁ ୨ ମିଲିମିଟର ଦବୁଛି। କିନ୍ତୁ ସହରର କିଛି ଭାଗ ଦ୍ରୁତ ବେଗରେ ଦବୁଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହାର ତଳିଆ ଅଞ୍ଚଳରେ ରହୁଥିବା ୮ ନିୟୁତ ଲୋକଙ୍କ ପାଇଁ ଏହା ବଡ଼ ବିପଦ ସୃଷ୍ଟି କରିବ।
ନ୍ୟୁୟର୍କରେ ୧ ନିୟୁତରୁ ଅଧିକ ବିଲ୍ଡିଂ ରହିଛି, ଯାହାର ଓଜନ ୭,୬୪,୦୦୦,୦୦୦,୦୦୦ କିଲୋଗ୍ରାମ (୧.୬୮ ଟ୍ରିଲିଅନ୍‌ ପାଉଣ୍ଡସ୍‌) ହୋଇଥିବା ଆମେରିକୀୟ ଭୌଗୋଳିକ ସର୍ଭେ ଭୂବିଜ୍ଞାନୀ ଟମ୍‌ ପାର୍ସୋନ୍ସ କହିଛନ୍ତି। ୨୦୨୦ରେ ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ସହରରେ ଥିବା ବିଲ୍ଡିଂ ଓ ରୋଡ୍‌ର ଓଜନ ଦ୍ରୁମ ଓ ତରୁଲତାଠାରୁ ଅଧିକ ହୋଇଥିବାବେଳେ ପ୍ରାଣୀଙ୍କଠାରୁ ପ୍ଲାଷ୍ଟିକ୍‌ର ଓଜନ ଦୁଇଗୁଣା। ସହରୀକରଣ ବଢ଼ିବା ସାଙ୍ଗକୁ ନିଷ୍କାସନ ବ୍ୟବସ୍ଥା ଏବଂ ଭୂତଳ ଜଳ କମିବା ଯୋଗୁ ସହର ଦବୁଥିବା କୁହାଯାଉଛି। କେବଳ ନ୍ୟୁୟର୍କ ନୁହେଁ, ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତା ୨୦୫୦ ବେଳକୁ ଦବି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ବୋଲି ଭୂବିଜ୍ଞାନୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ପାଇଁ ନିଜ ଝିଅର ବଳି ଦେଲେ ମା’, ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ…ପୂରା ଘଟଣା ଜାଣିଲେ ଥରିଉଠିବ ଦେହ

ରାଞ୍ଚି,୨।୪: ଝାଡ଼ଖଣ୍ଡର ହଜାରୀବାଗ ଜିଲାର ବିଷ୍ଣୁଗଡ଼ ଥାନା ଅଞ୍ଚଳର କୁସୁମ୍ଭା ଗାଁରେ ଜଣେ ୧୩ ବର୍ଷୀୟା ଝିଅର ହତ୍ୟା ଘଟଣାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି।…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଯୁଦ୍ଧ ମଧ୍ୟରେ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି : ଏହି ଉତ୍ପାଦ ଉପରେ ଜୁନ ଯାଏ…

ନୂଆଦିଲ୍ଲୀ,୨।୪: ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧର ୩୪ତମ ଦିନ। ଏହି ଯୁଦ୍ଧ ବିଶ୍ୱ ବାଣିଜ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଏହି ସମୟରେ, ଭାରତ ସରକାର ଏକ…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ହର୍ମୁଜକୁ ଟ୍ରମ୍ପ ନେଲେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ତାର ସହିତ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri