ଆମ୍ବକୁ ବିପଦ ରେଡ୍‌ବ୍ୟାଣ୍ଡ୍‌ ପୋକ

ଢେଙ୍କାନାଳ,୧୯ା୩(ରତନ ନାୟାର):ଆମ୍ବ ଚାଷରେ ଢେଙ୍କାନାଳ ଜିଲା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲାର ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ପ୍ରାୟ ୪୦ରୁ ୫୦ ହଜାର ମେଟ୍ରିକ୍‌୍‌ ଟନ ଆମ୍ବ ଢେଙ୍କାନାଳରୁ ଉପତ୍ାଦିତ ହୋଇଥାଏ। ଏହି ଆମ୍ବ ଦିଲ୍ଲୀ, ଛତିଶଗଡ଼, କଲିକତା, ବିହାର, ଉତ୍ତରପ୍ରଦେଶ ସମେତ ବାହାର ଦେଶ ବାଂଲାଦେଶ ଓ ଦୁବାଇକୁ ମଧ୍ୟ ରପତ୍ାନି ହୋଇଥାଏ। ଜିଲାରେ ୧୦ ହଜାର ହେକ୍ଟର ଜମିରେ ଆମ୍ବଚାଷ ହେଉଛି। ହେଲେ ଚଳିତବର୍ଷ ଆମ୍ବ ଚାଷକୁ ବିପଦ ମାଡ଼ିଆସିଛି। ରେଡ୍‌ବ୍ୟାଣ୍ଡ୍‌ ନାମକ ପୋକ ଆମ୍ବ ଫସଲକୁ ପ୍ରାରମ୍ଭରୁ ପ୍ରଭାବିତ କରିଛି। ଏପରି କି ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଆମ୍ବ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ଫଳ ଚାଷ ବୀମା ବ୍ୟବସ୍ଥା କଲେ ରୋଗପୋକ ଯୋଗୁ ପ୍ରଭାବିତ ହେଉଥିବା ଫଳ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଚାଷୀମାନେ ଦାବି କରିଛନ୍ତି।
୨୦୨୨ରେ ଆମ୍ବଚାଷରେ ଏହି ପୋକ ସଂକ୍ରମଣ ଉତ୍ତରପ୍ରଦେଶ ଓ ବିହାର ରାଜ୍ୟରେ ଦେଖାଦେଇଥିଲା। ଚଳିତବର୍ଷ ଏହା ଓଡ଼ିଶାର ଢେଙ୍କାନାଳ, ଅନୁଗୋଳ ଓ କେନ୍ଦୁଝର ଆଦି ଜିଲାକୁ ବ୍ୟାପୁଥିବା ଆମ୍ବ ଚାଷୀମାନେ କହିଛନ୍ତି। ଏହାକୁ ନେଇ କେବଳ ଆମ୍ବ ଚାଷୀ ନୁହନ୍ତି, ଉଦ୍ୟାନ ବିଭାଗ ଅଧିକାରୀମାନେ ମଧ୍ୟ ଚିନ୍ତାରେ ପଡ଼ିିଯାଇଛନ୍ତି। ବିଶେଷକରି ଏହି ନୂଆ ପ୍ରଜାତିର ପୋକ କଷି ଆମ୍ବରେ ଦେଖାଯାଉଛି। ବହୁ ପ୍ରକାର କୀଟନାଶକ ପ୍ରୟୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନି। ଫଳରେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏହି କାରଣରୁ ଚଳିତବର୍ଷ ଢେଙ୍କାନାଳ ଜିଲାରେ ଆମ୍ବଚାଷ ପ୍ରଭାବିତ ହେବା ସହିତ ବିଭିନ୍ନ ରାଜ୍ୟ ଓ ବିଦେଶକୁ ଆମ୍ବ ରପତ୍ାନି ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଢେଙ୍କାନାଳ ସଦର ବ୍ଲକ ମୋଟରୀ ଓ ବିମ୍ବୋଳ ଅଞ୍ଚଳର ଆମ୍ବ ଚାଷୀ ପ୍ରଦୋଷ ମହାପାତ୍ର କହିଛନ୍ତି, ୧୫ ଏକର ଜାଗାରେ ଆମ୍ବଚାଷ କରିଛି। ଚଳିତବର୍ଷ ଏକ ଭିନ୍ନ ପ୍ରଜାତିର ପୋକ ଆମ୍ବ ଫସଲକୁ ଆରମ୍ଭରୁ ନଷ୍ଟ କରିସାରିଲାଣି। ପାଖାପାଖି ୮୦ ପ୍ରତିଶତ ଆମ୍ବ ଚଣା ଅବସ୍ଥାରେ ନଷ୍ଟ ହେଲାଣି। ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଅଞ୍ଚଳର ୨୦ ଏକରରେ ଆମ୍ବଚାଷ କରିଥିବା ଚାଷୀ ବିଶ୍ୱଜିତ ଆର୍ଯ୍ୟେନ୍ଦୁ ଜେନା କହିଛନ୍ତି, ୪ ଥର କୀଟନାଶକ ପକାଇବା ପରେ ମଧ୍ୟ ସୁଫଳ ମିଳୁନାହିଁ। ଏ ସଂକ୍ରାନ୍ତରେ ଜିଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଗୀତାଶ୍ରୀ ପାଢ଼ୀ କହିଛନ୍ତି, ଏଭଳି ପୋକ ବହୁବର୍ଷ ପୂର୍ବରୁ ଆମ୍ବରେ ହେଉଥିଲା। ଏହାକୁ ରେଡ୍‌ବ୍ୟାଣ୍ଡ୍‌ ପୋକ ବୋଲି କୁହାଯାଏ। ଏହି ପୋକର ସଂକ୍ରମଣ ଦ୍ରୁତଗତିରେ ବଢ଼ିବ। ମାଟି ଭିତରୁ ଏହି ପୋକ ବାହାରିଛି। ଏଥିପାଇଁ ଇମାମାକ୍‌ଟିନ୍‌ ବେଜୈଏଟ୍‌ କୀଟନାଶକ ସିଞ୍ଚନ ତୁରନ୍ତ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ୧ ଲିଟର ପାଣିରେ ୨ ଗ୍ରାମ ଔଷଧ ପକାଯିବା ଆବଶ୍ୟକ। ଏଥିସହ ଆମ୍ବ ବଗିଚା ସଫାସୁତରା ରଖିବା, କୀଟନାଶକ ସିଞ୍ଚନ ପରେ ପଡ଼ିଯାଉଥିବା ପୋକଗୁଡ଼ିକୁ ତୁରନ୍ତ ପୋଡ଼ିଦେବାକୁ କୁହାଯାଇଛି। ଢେଙ୍କାନାଳ ମହିଷାପାଟସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri