ବ୍ରହ୍ମପୁର ବଜାରରେ ଆମ୍ବ ଦର ଆକାଶ ଛୁଆଁ

ବ୍ରହ୍ମପୁର ଅଫିସ,୧୭।୪:ବ୍ରହ୍ମପୁରରେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ପରେ ପରେ ବିଭିନ୍ନ କିସମର ଆମ୍ବ ବଜାରରେ ଉପଲବ୍ଧ ହୋଇଥାଏ। ବ୍ୟବସାୟିକ ଦୃଷ୍ଟିରୁ ମଧ୍ୟ ଆମ୍ବ ବ୍ୟବସାୟରେ ବ୍ରହ୍ମପୁର ରାଜ୍ୟରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି। କିନ୍ତୁ ଚଳିତ ବର୍ଷ ଆରମ୍ଭ ହୋଇ ଏକମାସ ପୂରିବାକୁ ଥିଲେ ସୁଦ୍ଧା ଏଯାବତ ବଜାରରେ ବିଭିନ୍ନ କିସମର ଭିନ୍ନ ଆମ୍ବ ଉପଲବ୍ଧ ହୋଇନାହିଁ। ରେଶମ ସହରରେ ବର୍ତ୍ତମାନ ସୁଦ୍ଧା କେବଳ ପାନକୁଲ ଓ ବାଇଗଣପଲି ଆମ୍ବ ବିକ୍ରି ହେଉଛି। ଖୁଚୁରା ବଜାରରେ ପାନକୁଲ ଆମ୍ବ କେଜି ପିଛା ୧୨୦ରୁ ୧୪୦ ଏବଂ ବାଇଗଣପଲି କିଲୋପ୍ରତି ୧୨୦-୧୬୦ ଟଙ୍କାରେ ବିକ୍ରି ହେଉଛି। ଆମ୍ବର ଏଭଳି ଚଢ଼ା ଦରକୁୁ ଗ୍ରାହକ କିଣିବାକୁ ଡରୁଛନ୍ତି। ଏନେଇ ଅନ୍ଧପସରା ରୋଡ଼ରେ ଥିବା ଆମ୍ବ ବଜାରର ନୀଳକଣ୍ଠେଶ୍ୱର ଆମ୍ବ ବ୍ୟବସାୟୀ ସଂଘ ସମ୍ପାଦକ ପ୍ରକାଶ ଚନ୍ଦ୍ର ଗୌଡ଼ଙ୍କ ସହ ଯୋଗାଯୋଗ ବେଳେ କହିଥିଲେ, ବଜାରରେ ବିକ୍ରି ହେଉଥିବା ଆମ୍ବ ପଡ଼ୋଶୀ ଆନ୍ଧ୍ରରୁ ଆମଦାନୀ ହୋଇଥାଏ। ଆମ୍ବ ବ୍ୟବସାୟ ଦୃଷ୍ଟିରୁ ଆନ୍ଧ୍ର ପ୍ରଦେଶର ବିଜୟାନଗର, ପାର୍ବତୀପୁର, ଚିପୁରପୁଲି, ଓ ଅନ୍ୟାନ୍ୟ ଜାଗାରୁ ଆମଦାନୀ ହୋଇ ବ୍ରହ୍ମପୁର ଆସେ। ସୁବର୍ଣ୍ଣରେଖା, ପେନାକୁଲୁ, ବାଇଗଣପଲି, ଆଖୁରସ, ନଡ଼ିଆ, କଲମୀ ସମେତ ଅନେକ କିସମର ଆମ୍ବ ବ୍ରହ୍ମପୁର ଓ ଗଞ୍ଜାମ ବଜାରରେ ବିକ୍ରି ହେବା ସହ ରାଜ୍ୟର କଟକ, ପୁରୀ, ଭୁବନେଶ୍ୱର, ଭଦ୍ରକ, ଯାଜପୁର ସମେତ ବାହାର ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗକୁ ମଧ୍ୟ ରପ୍ତାନି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଆରମ୍ଭରୁ ଜାନୁୟାରୀରେ ହୋଇଥିବା ବାରମ୍ବାର ଲଘୁଚାପ ବର୍ଷା ଯୋଗୁ ଆନ୍ଧ୍ର ପ୍ରଦେଶରେ ଆମ୍ବ ଉପତ୍ାଦନ ବାଧାପ୍ରାପ୍ତ ଓ ବିଳମ୍ବ ହୋଇଛି। ଫଳରେ ଆବଶ୍ୟକ ପରିମାଣର ଆମ୍ବ ଆମଦାନୀ ମଧ୍ୟ ହୋଇପାରୁନାହିଁ। ପ୍ରତିବର୍ଷ ଏପ୍ରିଲ ବେଳକୁ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ଆମ୍ବ ଆମଦାନୀ ହେଉଥିଲା। କିନ୍ତୁ ଚଳିତ ବର୍ଷ କେବଳ ପାନକୁଲ ଆମ୍ବ ଦୈନିକ ୨୦ରୁ ୨୫ ଟନ ଆସୁଥିବା ବେଳେ ବାଇଗଣପଲି ୩ ଦିନରେ ଥରେ ୮ ରୁ ୧୦ଟନ ଆମଦାନୀ ହେଉଛି। ଏଣୁ ମେ’ ଦ୍ୱିତୀୟ ସପ୍ତାହ ପରେ ବଜାରରେ ଠିକ ପରିମାଣରେ ଆମ୍ବ ବିକ୍ରି ହୋଇପାରିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri