ଆମ୍ବ ଚାଷୀ ହତାଶ

କେନ୍ଦୁଝର,୨୮ା୫(ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଆମ୍ବ ଚାଷୀ ନିରାଶ ହୋଇଛନ୍ତି। ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ଉତ୍ପାଦନ କମି ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ହାଟବଜାର ଓ ରାସ୍ତାକଡ଼ରେ ଆମ୍ବର ଆସର ଦେଖିବାକୁ ମିଳୁନାହିଁ। ସୁସ୍ବାଦୁ ଆମ୍ବ ପାଇଁ କେନ୍ଦୁଝର ଜିଲା ଦେଶ ବିଦେଶରେ ବେଶ ପରିଚିତ ଥିବା ବେଳେ ଚଳିତ ବର୍ଷ ଆମ୍ବ ଅଭାବ ଦେଖା ଦେଇଛି। ଫଳରେ ଜିଲାବାସୀ ସୁସ୍ବାଦୁ ଆମ୍ବ ଖାଇବାରୁ ବଞ୍ଚିତ ହେବା ସହ ଅନ୍ୟ ରାଜ୍ୟର ଆମ୍ବକୁ ଅପେକ୍ଷା କରିଛନ୍ତି। ଜଳବାୟୁରେ ପରିବର୍ତ୍ତନ ଓ ପାଗ ଅନୁକୂଳ ନ ହେବାରୁ ଚଳିତବର୍ଷ ବଣଜଙ୍ଗଲ ଓ ବାଡ଼ିବଗିଚାରେ ଥିବା ଗଛରେ ଆମ୍ବ ନାହିଁ। ଆମ୍ବ ବିକି ଭଲ ଦୁଇ ପଇସା ରୋଜଗାର କରିବା ପାଇଁ ଆଶା ବାନ୍ଧିଥିବା ଜିଲାର ଚାଷୀ ଚିନ୍ତାରେ ପଡ଼ିଛନ୍ତି।
ଚଳିତ ବର୍ଷ ଆମ୍ବ ଗଛରେ ଭଲ ବଉଳ ହୋଇ ନ ଥିଲା। ପ୍ରତିବର୍ଷ ଗଛରେ ବଉଳ ଦେଖି ବେପାରୀମାନେ ଆଗୁଆ ଆମ୍ବଗଛ ନିଲାମ ଧରିଥାନ୍ତି। ଚଳିତ ବର୍ଷ କମ୍‌ ବଉଳ ଦେଖି କେହି ଆସିଲେ ନାହିଁ। ଯେଉଁ କିଛି ବଉଳ ହୋଇଥିଲା ସେସବୁ ଖରାରେ ଶୁଖିଗଲା। ଆଉ କେତେକ କାଳବୈଶାଖୀ ବର୍ଷା ଯୋଗୁ ଝଡ଼ିପଡ଼ିଲା। ଏଣୁ ଗତବର୍ଷ ତୁଳନାରେ ୧୦ ପ୍ରତିଶତ ଆମ୍ବ ଉତ୍ପାଦନ କମ୍‌ ହେବା ନେଇ ଆଶଙ୍କା ଦେଖାଦେଇଛି। ଗତବର୍ଷ ଭଲ ଆମ୍ବ ହୋଇଥିଲେ ହେଁ କରୋନା କଟକଣା ପାଇଁ ବେପାରୀ ଆସି ନ ପାରିବାରୁ ବହୁ ଆମ୍ବ ପଚି ନଷ୍ଟ ହେଲା। ଏହା ସତ୍ତ୍ୱେ ଚାଷୀମାନେ ଆମ୍ବ ବିକି କିଛିଟା ଲାଭବାନ ହୋଇଥିଲେ। ଚଳିତବର୍ଷ ଅବସ୍ଥା ବଦଳିଥିଲେ ହେଁ ଗଛରେ ବଉଳ ନ ଆସିବାରୁ ଚାଷୀ ହତାଶ ହୋଇ ପଡ଼ିଛନ୍ତି। ଆଗରୁ ବଡ଼ ବଡ଼ ଟ୍ରକ୍‌ରେ ଆମ୍ବ ବାହାରକୁ ଯାଉଥିଲା। କିନ୍ତୁ ଏବେ ଅଟୋରେ ବଜାରକୁ ପଠାଇବାକୁ ଆମ୍ବ ନାହିଁ ବୋଲି ଚାଷୀ ପର୍ଶୁରାମ ମହାନ୍ତ କହିଛନ୍ତି। ଏଣୁ ଆର୍ଥିକ ସହାୟତା ପାଇଁ ଚାଷୀମାନେ ଦାବି କରୁଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ଜିଲାର ଜଳବାୟୁ ଓ ଭାୈଗୋଳିକ ଅବସ୍ଥିତି ଆମ୍ବ ଚାଷ ପାଇଁ ଅନୁକୂଳ। ବଣଜଙ୍ଗଲ ତଥା ବାଡ଼ିବଗିଚାରେ ଦେଶୀ ଆମ୍ବ ଗଛ ବହୁ ସଂଖ୍ୟାରେ ରହିଛି। କିଛି ବର୍ଷ ହେଲା ଉଦ୍ୟାନ ଓ କୃଷି ବିଭାଗର ଉଦ୍ୟମରେ ବିଭିନ୍ନ ଯୋଜନାରେ ବ୍ୟାପକ ପରିମାଣରେ ଜାତିଜାତିକା କଲମୀ ଆମ୍ବ ବଗିଚା ପ୍ରତିଷ୍ଠା କରାଯାଇ ହିତାଧିକାରୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ସରକାରୀ ପ୍ରୋତ୍ସାହନରେ ଶତାଧିକ ଚାଷୀ ନିଜ ନିଜର ଜମିରେ ଆମ୍ବ ବାଗାନ କରିଛନ୍ତି। ୩/୪ ବର୍ଷ ପରେ ଉକ୍ତ ଆମ୍ବ ବାଗାନରୁ ଆମ୍ବ ବିକି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ବିଶେଷ କରି ଜିଲାର ତେଲକୋଇ, ସଦର, ଝୁମ୍ପୁରା, ହରିଚନ୍ଦନପୁର ଆଦି ବ୍ଲକ ଅଞ୍ଚଳରେ ଅଧିକ ସଂଖ୍ୟାରେ ଚାଷୀ ଏହି ଚାଷ କରିଛନ୍ତି। ଜିଲାରେ ପାଖାପାଖି ୧୦୦ ଏକର ଜମିରେ ଆମ୍ବ ଚାଷ ହୋଇଥିବା ବେଳେ ବିଭିନ୍ନ ପ୍ରକାର ସୁସ୍ବାଦୁ ଦେଶୀବିଦେଶୀ କିସମର କଲମୀ ଆମ୍ବ ଚାଷ କରାଯାଇଛି। ଦୋଶରି, ବାଇଗଣପଲେଇ, କ୍ଷୀରସାଗର, ହେମସାଗର, ଆମ୍ବ୍ରପଲ୍ଲି, ଲେଗଁଡା, ଲାଟସୁନ୍ଦରୀ, ନିଲମ ଆଦି ଉନ୍ନତ କିଶମର ଆମ୍ବ ଚାଷ କରାଯାଇଛି। ବେପାରୀମାନେ ସୁସ୍ବାଦୁ ଆମ୍ବ କିଣି ନେଇ ନୂଆଦିଲ୍ଲୀ ବନାରସ, କୋଲକାତା, ବିହାର, ରାଇପୁର, ରାଉରକେଲା, ଭୁବନେଶ୍ୱର ଓ କଟକ ଆଦି ଅଞ୍ଚଳରୁ ଚାଲାଣ କରିଥାନ୍ତି ବୋଲି ଅବସରପ୍ରାପ୍ତ କେନ୍ଦ୍ର ସରକାରୀ ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ବାଗାନ ଖାଲି ପଡ଼ିଥିବାରୁ ଚାଷୀ ଓ ଏହି କାମରେ ନିୟୋଜିତ ହେଉଥିବା ଶ୍ରମିକ, ଆମ୍ବ କିଣି ବାହାରେ ବିକୁଥିବା ସ୍ଥାନୀୟ ଓ ବାହାର ବେପାରୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri