କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ ସଭ୍ୟା ମନ୍ଦିରା ନାଏକ ଜିଲା ଉପସଭାପତି ଭାବେ ନିଯୁକ୍ତି ପାଇଛନ୍ତି । ଏହାପରେ ତାଙ୍କୁ ସ୍ଥାନୀୟ ଦଳୀୟ କର୍ମୀମାନେ ଅଭିନନ୍ଦନ ଜଣାଇଛନ୍ତି ।
ଅନ୍ୟପକ୍ଷରେ ମନ୍ଦିରା ନାଏକ ତାଙ୍କୁ ଦଳ ଗୁରୁଦାୟିତ୍ୱ ଦେଇଥିବାରୁ ଦଳ ସୁପ୍ରିମୋ ନବୀନ ପଟନାୟକ, ମହିଳା ବିଜେଡି ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସ୍ଥାନୀୟ ବିଧାୟିକା ମନୋରମା ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କର୍ଲାମୁଣ୍ଡା ବ୍ଲକ ତେରେଶୀଙ୍ଗା ଗ୍ରାମର ଅଟନ୍ତି ।