ମୁଖ୍ୟ ଚାଷକୁ ଫେରିବ ମାଣ୍ଡିଆ

ଅନୁଗୋଳ ଅଫିସ, ୧୪ା୬: ଅନୁଗୋଳ ଜିଲାର ଖେତକୁ ଫେରିବ ମାଣ୍ଡିଆ। ମୁଖ୍ୟ ଚାଷରେ ପୁଣି ଯୋଡ଼ିହେବ ଏହି ଫସଲ। ଚାଉଳ ପରି ଏହାର ଚାହିଦା ବଢ଼ୁଥିବାରୁ ଆବଶ୍ୟକ ପ୍ରୋତ୍ସାହନ ଦେବ ଜିଲା ପ୍ରଶାସନ। ଓଡ଼ିଶା ସରକାର ଏଥିପାଇଁ ଅନୁମତି ଦେଇ ସାରିଛନ୍ତି। ଚାଷୀଙ୍କ ତାଲିମ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ୫ ବର୍ଷିଆ ଯୋଜନାର ପ୍ରଥମ ବର୍ଷରେ ୫ଟି ବ୍ଲକର ଏକ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଜିଲାର ୨୯୦୬ ଜଣ ଚାଷୀଙ୍କ ପାଇଁ କର୍ନାଟକରୁ ବିହନ ଅଣାଯିବାର ବ୍ୟବସ୍ଥା ହୋଇଛି। ଜିଲା ଖଣିଜ ପ୍ରତିଷ୍ଠାନ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବ। ଅମଳ ପରେ ଫସଲ ବିକ୍ରି ଦାୟିତ୍ୱ ଜିଲା ପ୍ରଶାସନ ନେବ। ତେଣୁ ଅନୁଗୋଳରେ ମିଲେଟ ମିଶନ ସଫଳତା ପାଇବାର ଆଶା ଉଜ୍ଜ୍ୱଳ ଥିବା ସୂଚନା ମିଳିଛି।


ଅନୁଗୋଳ ଜିଲାରେ ମାଣ୍ଡିଆ ଚାଷ ନୂଆ ନୁହେଁ। ୩୫ ବର୍ଷ ପୂର୍ବରୁ ଏହି ଗଡ଼ଜାତ ଅଞ୍ଚଳ ମିଲେଟ୍‌ ବେଲ୍ଟ ଭାବେ ଜଣାଶୁଣା ଥିଲା। ହେଲେ ସବୁଜ ବିପ୍ଳବ ସମୟରେ ଧାନକୁ ପ୍ରାଧାନ୍ୟ ଦିଆଯିବାରୁ ମାଣ୍ଡିଆ ଧୀରେ ଧୀରେ ଏଠାକାର ଚାଷୀଙ୍କ ଖେତରୁ ଦୂରେଇ ଯାଇଥିଲା। ଏବେ ମାଣ୍ଡିଆ ପ୍ରତି ପୁଣି ଚାହିଦା ବଢ଼ୁଥିବା ଦେଖି ଅନୁଗୋଳ ଜିଲାରେ ଏହି ଚାଷ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି। ଜିଲା ଖଣିଜ ପ୍ରତିଷ୍ଠାନ ଓ ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଓଡ଼ିଶା ସରକାରଙ୍କଠାରୁ ଆବଶ୍ୟକ ଅନୁମତି ଅଣାଯାଇସାରିଛି। ଜିଲାରେ ଏକ ପାଇଲଟ୍‌ ଷ୍ଟଡି ଓ ଚାଷୀଙ୍କ ଉତ୍ସାହ ଦେଖିବା ପରେ ୫ ବର୍ଷରେ ୩ ହଜାର ହେକ୍ଟରରେ ଚାଷ ପାଇଁ ଯୋଜନା କରାଯାଇଛି। ପ୍ରଥମ ବର୍ଷ ଖରିଫ ବେଳେ ୫ଟି ବ୍ଲକ ଅନୁଗୋଳ, ଆଠମଲ୍ଲିକ, କିଶୋରନଗର, ଛେଣ୍ଡିପଦା ଓ ପାଲଲହଡ଼ାର ୧୯୦ ହେକ୍ଟର ଲେଖାଏ ଜମିରେ ମାଣ୍ଡିଆ କରାଯିବ। ରବିବେଳେ ଅନ୍ୟ ୧୦ ଏକର ଲେଖାଏରେ ସୁଆଁ, କାଙ୍ଗୁ, ବାଜରା ପରୀକ୍ଷାମୂଳକ ଭାବେ ଚାଷ ହେବ। ଯଦି କାଙ୍ଗୁ, ସୁଆଁ ଓ ବାଜରାକୁ ସଫଳତା ମିଳେ ତା’ହେଲେ ଆସନ୍ତାବର୍ଷରେ ମାଣ୍ଡିଆ ସହ ମୁଖ୍ୟ ଫସଲରେ ଏହାକୁ ଯୋଡ଼ାଯିବ। ପାଲଲହଡ଼ାର ୨ଟି ପଞ୍ଚାୟତରେ ଏବେ ବି ମାଣ୍ଡିଆ ଚାଷ ହେଉଛି। ତେଣୁ ଜିଲାରେ ଏହି ମିଲେଟ୍‌ ମିସନ୍‌ ସଫଳତା ପାଇବାରେ ଅସୁବିଧା ରହିବ ନାହିଁ। ଆଗାମୀ ଦିନରେ ଅନ୍ୟ ୩ ବ୍ଲକରେ ମାଣ୍ଡିଆ ଚାଷ କରାଯିବ। ଅମଳ ପରେ ଚାଷୀମାନେ ୨୫ ପ୍ରତିଶତ ନିଜ ଖାଇବା ପାଇଁ ରଖିବେ। ଅବଶିଷ୍ଟ ୭୫ ପ୍ରତିଶତ ମାଣ୍ଡିଆ ପ୍ରଶାସନ ଜରିଆରେ ବିକ୍ରି ହେବ। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମାଣ୍ଡିଆ ଚୂନା, କେକ୍‌, ଲଡ଼ୁ, ବିସ୍କୁଟ ଆଦି ପ୍ରସ୍ତୁତ କରାଯାଇ ସହର ଓ ଗ୍ରାମାଞ୍ଚଳରେ ବିକ୍ରି କରାଯିବ। ସ୍କୁଲ ଓ ଅଙ୍ଗନଓ୍ବାଡି ଖାଦ୍ୟ ତାଲିକାରେ ଏହାକୁ ସାମିଲ କରାଯିବ। ଆଗ୍ରହୀ ଚାଷୀଙ୍କ ନିକଟରେ ଏହି ଚାଷ ପହଞ୍ଚାଇବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଜିଲା ମୁଖ୍ୟ କୃଷି ଅଧିକାରୀ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲପ୍‌ମେଣ୍ଟ ଷ୍ଟଡିଜ୍‌ ଓ ୱାସନ୍‌ ଏନ୍‌ଜିଓ ସଂସ୍ଥା ସହ ଜାନୁୟାରୀ ମାସରେ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି ଚାଷକୁ କିଭଳି ବୀମାଭୁକ୍ତ କରାଯିବ ସେ ନେଇ ବିଚାରବିମର୍ଶ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ବିକ୍ରି ନ ହେବାରୁ ଚାଷ ଛାଡ଼ିଥିଲି
ପୂର୍ବରୁ ମାଣ୍ଡିଆ ଚାଷ କରୁଥିଲି। କିନ୍ତୁ ଚାହିଦା କମିବାରୁ ବିକ୍ରି ହେଲା ନାହିଁ। ରୋଗପୋକ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କ୍ଷତି ସହିବାକୁ ପଡ଼ିଲା। ସରକାରୀ ପ୍ରୋତ୍ସାହନ ନ ମିଳିବାରୁ ଏହି ଚାଷରୁ ଦୂରେଇ ଗଲି। ଏବେ ଜିଲା ପ୍ରଶାସନ ପ୍ରୋତ୍ସାହନ ସହ ବିକ୍ରି ଦାୟିତ୍ୱ ନେବ ବୋଲି କହୁଥିବାରୁ ଏହାକୁ ସ୍ବାଗତ କରୁଛି।
-ବୀର ନାୟକ, ଚାଷୀ, କିଶୋରନଗର

ଚାହିଦା ବଢ଼ୁଥିବାରୁ ଚାଷ କରିବୁ
ପୂର୍ବରୁ ମାଣ୍ଡିଆ ଭଲ ବିକ୍ରି ହେଉ ନ ଥିଲା। ସାମାଜିକ ଦୃଷ୍ଟି କୋଣରୁ ଏହା ସେତେବେଳେ ଗରିବ ଲୋକଙ୍କ ଖାଦ୍ୟ ବୋଲି କୁହାଯାଉଥିଲା। ଏବେ ବିଭିନ୍ନ ଔଷଧୀୟ କାର୍ଯ୍ୟରେ ମାଣ୍ଡିଆ ଲାଗୁଥିବାରୁ ଚାହିଦା ବଢ଼ିଛି। ତେଣୁ ଅତୀତରେ ହରାଇଥିବା ମାଣ୍ଡିଆ ଚାଷକୁ ଆମେମାନେ ଖେତରେ ଫେରିପାଇବୁ।
-ଫକୀର ମହାନ୍ତ, ଚାଷୀ, ପାଲଲହଡ଼ା

ନୀରୋଗ ରହିବାକୁ ମାଣ୍ଡିଆ ପ୍ରତି ଆଗ୍ରହ
ମାଣ୍ଡିଆର ଉପକାରିତା ଅତୀତରେ ଲୋକମାନେ ବୁଝି ପାରି ନ ଥିଲେ। ସେଥିପାଇଁ ତାହାକୁ ଆଦର କରୁ ନ ଥିଲେ। ଏବେ ଧାନ ଓ ପରିବା ଚାଷରେ ଅଧିକ ସାର, ଔଷଧର ପ୍ରୟୋଗ ଯୋଗୁ ଲୋକଙ୍କ ସ୍ବାସ୍ଥ୍ୟହାନି ହେଉଛି। ତେଣୁ ନୀରୋଗ ଶରୀର ପାଇଁ ମାଣ୍ଡିଆ, ସୁଆଁ, କାଙ୍ଗୁ, ବାଜରା ଖାଇବାକୁ ଆଗ୍ରହ ବଢ଼ୁଛି।
-ହରମୋହନ ସାହୁ, ଚାଷୀ, ଛେଣ୍ଡିପଦା

ସହଯୋଗ ମିଳିଲେ ଚାଷୀ ଆଗେଇ ଆସିବେ
ଘରେ ଖାଇବା ପାଇଁ ଦୀର୍ଘ ଦିନ ହେବ ମାଣ୍ଡିଆ ଚାଷ କରୁଛି। ପୂର୍ବ ଭଳି ଆଉ ଭଲ କିସମର ବିହନ ମିଳୁନି। ଏବେ ଟାଇଁସି ଅଞ୍ଚଳର ୨୦ରୁ ୨୫ ଜଣ ଏହି ଚାଷ କରୁଛନ୍ତି। ପ୍ରଶାସନର ସହଯୋଗ ରହିଲେ ଜିଲାର ବହୁ ଚାଷୀ ଏଥିପାଇଁ ଆଗେଇ ଆସିବେ। ଉନ୍ନତ ବିହନ ମିଳିଲେ ଅମଳ ଭଲ ହେବ।
-ଅର୍ଜୁନ ସାହୁ, ଚାଷୀ, ଅନୁଗୋଳ

ନୂଆ ପଦ୍ଧତିରେ ହେବ ଚାଷ
ବିଗତ ଦିନରେ ପାରମ୍ପରିକ ପଦ୍ଧତିରେ ମାଣ୍ଡିଆ ଚାଷ କରୁଥିଲୁ। ଏବେ ସଘନ ପଦ୍ଧତିରେ ଚାଷ ହେବ। ଏହାଦ୍ୱାରା ଅମଳ ଭଲ ହେବ। ପ୍ରଶାସନ ବିକ୍ରି ପାଇଁ ସୁବିଧା କରିବ ବୋଲି କହୁଥିବାରୁ ଆଉ ଅସୁବିଧା ରହିବ ନାହିଁ। ମାଣ୍ଡିଆ ଖାଇବାକୁ ଏବେ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଉଛନ୍ତି।
-ଲକ୍ଷ୍ମୀ ନାୟକ, ଚାଷୀ, ଆଠମଲ୍ଲିକ

ସର୍ଭେ ସମୟରେ ଉତ୍ସାହ ଦେଖାଗଲା
ଦୀର୍ଘ ବର୍ଷ ପରେ ଲୋକମାନେ ମାଣ୍ଡିଆର ଗୁରୁତ୍ୱ ବୁଝିଛନ୍ତି। ସେଥିପାଇଁ ଜିଲାରେ ବହୁ ପରିମାଣରେ ମାଣ୍ଡିଆ ଚାଷ କରାଯିବ। ଏହାକୁ ନେଇ ପ୍ରଥମେ ଦ୍ୱନ୍ଦ୍ୱ ରହିଥିଲା। ସର୍ଭେ ସମୟରେ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲା। ଏହି ଚାଷ ବାବଦ ଖର୍ଚ୍ଚ ଜିଲା ଖଣିଜ ପ୍ରତିଷ୍ଠାନ ବହନ କରିବ।
-ପ୍ରିୟଙ୍କା ମହାନ୍ତି, ଜୀବନ ଜୀବିକା ଏକ୍ସପର୍ଟ, ଡିଏମ୍‌ଏଫ୍‌

ସଫଳତା ପାଇଁ ଉଦ୍ୟମ ଜାରି ରହିଛି
ଜିଲାରେ କିଭଳି ଭାବେ ମିଲେଟ ମିଶନ୍‌ କାର୍ଯ୍ୟ କରିବ ସେ ନେଇ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ୱାସନ୍‌ ସହ ଚୁକ୍ତି ହେବା ପରେ ଫସିଲେଟିଙ୍ଗ ଏନ୍‌ଜିଓକୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏମାନେ ପ୍ରତି ବ୍ଲକରେ ଚାଷୀଙ୍କ ସହ ଭଲମନ୍ଦ ଆଲୋଚନା କରିବେ। ୱାସନ ନିକଟରୁ ପାଇଥିବା ପ୍ରଶିକ୍ଷଣ ଚାଷୀଙ୍କୁ ଦେବେ।
-ଦେବରାଜ ମହାନ୍ତି, ଜିଲା ମୁଖ୍ୟ କୃଷି ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri