ଖୋଲିଲା ମଣ୍ଡି, ଆସିଲେନି ମିଲର

କୋକସରା,୯ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଖରିଫ ଧାନ ମଣ୍ଡି ନିର୍ଦ୍ଧାରିତ ତାରିଖ ବିଳମ୍ବରେ ଖୋଲିଛି। ବର୍ତ୍ତମାନ ସୁଦ୍ଧା ମଣ୍ଡିର ଚିତ୍ର ସ୍ପଷ୍ଟ ହୋଇନାହିଁ। ଫଳରେ ଚାଷୀମାନେ ଧାନ ଅମଳ କରି ବିକ୍ରି ପାଇଁ ଦିନ ଗଣୁଛନ୍ତି। ମଣ୍ଡି ଖୋଲିବା ସତ୍ତ୍ୱେ ଧାନ କ୍ରୟ ନ ହେବାରୁ ଚାଷୀ ଚିନ୍ତାରେ ପଡିଛନ୍ତି। କୋକସରା ବ୍ଲକରେ ଡିସେମ୍ବର ୨ରୁ ଚାଷୀଙ୍କ ଅନ୍‌ଲାଇନ ଟୋକାନ ଜେନେରେଟ ହୋଇଛି। ମଣ୍ଡିରେ ଧାନ କ୍ରୟ ବିଳମ୍ବ ହେଲେ ଟୋକନ୍‌ ଅବଧି ଶେଷକୁ ନେଇ ଚାଷୀ ଚିନ୍ତା ପ୍ରକଟ କରିଛନ୍ତି।

କୋକସରା ମଣ୍ଡି ସୋମବାର ଖୋଲିଥିବା ବେଳେ କୋକସରା ଓ ମାଝୀଗୁଡା ପଞ୍ଚାୟତର ୩୭ଜଣ ଚାଷୀଙ୍କ ୧୪୮୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ମଣ୍ଡିରେ ଥିବା ପ୍ୟାକ୍ସ ସମ୍ପାଦକ ସୂଚନା ଦେଇଛନ୍ତି। ତେବେ ମଣ୍ଡିରେ ୫ ହଜାରରୁ ଅଧିକ କୁଇଣ୍ଟାଲ ଧାନ ପଡି ରହିଥିବା ଚାଷୀମାନେ କହିଛନ୍ତି।

କୋକସରା ମଣ୍ଡି ପାଇଁ ପ୍ରଥମ ପର୍ଯ୍ୟାୟରେ ୩୧ ହଜାର କୁଇଣ୍ଟାଲ ଧାନ କ୍ରୟ ଟାର୍ଗେଟ୍‌ ଆସିଥିବା ବେଳେ ୬ଟି ମିଲକୁ ଧାନ କ୍ରୟ ପାଇଁ ଟ୍ୟାଗ କରାଯାଇଛି। ତେବେ ସୋମବାର ପ୍ୟାକ୍ସ ଓ ଆର୍‌ଏମ୍‌ସି କର୍ମଚାରୀ ମଣ୍ଡିରେ ଉପସ୍ଥିତ ରହି ମିଲର୍ସଙ୍କୁ ଅପେକ୍ଷା କରିବା ସତ୍ତ୍ୱେ ମଧ୍ୟ କେହି ଆସି ନ ଥିଲେ। ଏ ନେଇ ବ୍ଲକସ୍ତରୀୟ ମଣ୍ଡି ପରିଚାଳନା ପ୍ରଶାସନିକ ଅଧିକାରୀଙ୍କୁ ପ୍ୟାକ୍ସ କର୍ତ୍ତୃପକ୍ଷ ଅବଗତ କରାଇଥିଲେ। କୋକସରା ବିଡ଼ିଓ ତଥା ମଣ୍ଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବିଶ୍ୱନାଥ ରାଉତଙ୍କ ପ୍ରତିକ୍ରିୟା ନେବାରୁ ସେ ଏ ସମ୍ପର୍କରେ ଅବଗତ ଅଛନ୍ତି, ପ୍ରଶାସନ ପକ୍ଷରୁ ମିଲର୍ସଙ୍କ ସହ ଆଲୋଚନା ହୋଇଛି ଓ ଶୀଘ୍ର ଚାଷୀଙ୍କ ଧାନ ମଣ୍ଡିରୁ କ୍ରୟ ଆରମ୍ଭ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି, ସତର୍କ ରହିବାକୁ …

ବଞ୍ଚୋ, ୧୪।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଫକୀରପୁର–ସିଙ୍ଗଡୋଭ ସୀମାନ୍ତ ଅଞ୍ଚଳରେ ପୁଣି ଏକ ହାତୀର ଗତିବିଧି ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri