Posted inଖେଳ

କୃଷକ ଆନ୍ଦୋଳନରେ ଯୋଗ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର

ନୂଆଦିଲ୍ଲୀ,୯।୧୨: ପଞ୍ଜାବ ରଣଜୀ ଦଳର ଅଧିନାୟକ ତଥା ଇଣ୍ଡିଆନ ପ୍ରିମିୟର ଲିଗର କିଙ୍ଗସ ଏକାଦଶ ପଞ୍ଜାବ ଖେଳାଳି ମନଦୀପ ସିଂ କୃଷକ ଆନ୍ଦେଳନକୁ ସମର୍ଥନ କରିଛନ୍ତି। ସେ କୃଷକ ଆନ୍ଦୋଳନରେ ଯୋଗଦେଇଛନ୍ତି। ଏହା ସହିତ ଏହି ଆନ୍ଦୋଳନରେ ଭାଗ ନେଉଥିବା ମନଦୀପ ପ୍ରଥମ ସକ୍ରିୟ କ୍ରିକେଟର ହୋଇଛନ୍ତି। ମନଦୀପ ଭାରତ ପାଇଁ ୩ଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ କୃଷକମାନଙ୍କୁ ସହାୟତା କରିବା ପାଇଁ ଦିଲ୍ଲୀ ସିଙ୍ଗୁ ସୀମାରେ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କ ସହ ସମୟ ବିତାଇଥିଲେ। କୃଷକ ଆନ୍ଦୋଳନକୁ ସମର୍ଥନ କରି ମନଦୀପ ସିଂ କହିଛନ୍ତି ଯେ ମୁଁ ଶୀତରେ ଶାନ୍ତିରେ ବସିଥିବା ସମସ୍ତ ବରିଷ୍ଠ ନାଗରିକଙ୍କୁ ମୋର ସମର୍ଥନ ଜଣାଇବାକୁ ସେଠାକୁ ଯାଇଥିଲି। ଏହାପୂର୍ବରୁ ବକ୍ସର ବିଜୟନ୍ଦର ସିଂ ଏହି ବିରୋଧକୁ ସମର୍ଥନ କରି ଚାଷୀଙ୍କ ପାଖରେ ପହଞ୍ଚିଥିଲେ। ଏଥି ସହିତ ପଞ୍ଜାବର ବକ୍ସର କୌର ସିଂ, ଗୁରୁବାଖ ସିଂ ସାନ୍ଧୁ ଏବଂ ଜୟପାଲ ସିଂ ପ୍ରଥମେ ସେମାନଙ୍କର ପଦ୍ମଶ୍ରୀ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ଅର୍ଜୁନ ପୁରସ୍କାର ଫେରାଇବାକୁ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ବଡ ନାମ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି।
ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗର ୧୩ ତମ ସିଜନରେ ମନଦୀପ ସିଂ ତାଙ୍କ ପିତାଙ୍କୁ ହରାଇଥିଲେ। ସେ କହିଛନ୍ତି ଯେ ଯଦି ମୋ ବାପା ଆଜି ବଞ୍ଚିଥାନ୍ତେ ତେବେ ସେ ଏହି ଆନ୍ଦୋଳନରେ ଯୋଗ ଦେଇଥାନ୍ତେ। ସେ ଆଜି ଗର୍ବିତ ଯେ ତାଙ୍କ ପୁଅମାନେ ନିଜ ତରଫରୁ ଚେଷ୍ଟା କରୁଛନ୍ତି। ମନଦୀପ ତାଙ୍କ ବଡ଼ ଭାଇ ହରବିନ୍ଦର ସିଂଙ୍କ ସହ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନରେ ଯୋଗ ଦେଇଥିଲେ।

 

View this post on Instagram

 

A post shared by Mandeep Singh (@mandeeps12)


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri