ଭୁବନେଶ୍ୱର,୧ା୭: ଭାଜପାରେ ବୁଧବାର ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ଏମ୍ପି ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ। ଶଙ୍ଖ ଛାଡ଼ି ଏହି ଦମ୍ପତି ଏବେ ପଦ୍ମ ଧରିଛନ୍ତି। ତାଙ୍କ ସହିତ ବିଜେଡିର ସୁବାସିନୀ ସାହୁ ମଧ୍ୟ ଆଜି ଭାଜପାରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭାଜପାରେ ମିଶିଛନ୍ତି।
ସୂଚନା ଥାଉକି, ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆଣି ବିଜୁ ଜନତା ଦଳ (ବିଜେଡି) ପୂର୍ବତନ ଭଦ୍ରକ ଲୋକ ସଭା ଏମ୍ପି ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ବାମୀ ତଥା ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରିଥିଲା।
ଗତ ୬ ଏପ୍ରିଲ ୨୦୨୬ରେ ଏକ ସରକାରୀ ଚିଠି ଅନୁଯାୟୀ, ଉଭୟ ନେତାଙ୍କୁ ନିଲମ୍ବନ କରାଯାଇଥିଲା। ଦଳର ରାଜ୍ୟ ପରିଷଦ ସଦସ୍ୟ ଥିବା ମଞ୍ଜୁଲତା ମଣ୍ଡଳ ଏବଂ ଭଦ୍ରକ ଜିଲା ସଦସ୍ୟ ଥିବା ମୁକ୍ତିକାନ୍ତ ମଣ୍ଡଳଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।