ତାତିରେ ମାନ୍ଦା ଫୁଲ ବ୍ୟବସାୟ

ରାଉରକେଲା ଅଫିସ,୧୯।୫: ରାଉରକେଲା ସହରରେ ପ୍ରବଳ ତାତି ଯୋଗୁ ଫୁଲ ଶୁଖିଯାଉଛି । ଫଳରେ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ହୋଇପଡ଼ିଛି। ସହରର ୩ ଶହରୁ ଊର୍ଦ୍ଧ୍ୱ ସ୍ଥାନରେ ଫୁଲ ବ୍ୟବସାୟ ହୋଇଥାଏ। ହେଲେ ଖରା ଯୋଗୁ ଏବେ ଫୁଲର ଚାହିଦା କମିଛି। ସହରର ବିଭିନ୍ନ ଧାର୍ମିକ ସ୍ଥଳରେ ଲୋକମାନେ ଆଉ ଆଗଭଳି ଫୁଲ ଚଢାଉ ନ ଥିବାରୁ ଧାର୍ମିକ ସ୍ଥଳରେ ଫୁଲର ମହକ ପୂର୍ବଭଳି ଆଉ ଦେଖିବାକୁ ମିଳୁୁନାହିଁା। ବିବାହ ଉତ୍ସବ, ବିଭିନ୍ନ କାର୍ଯ୍ୟକ୍ରମରେ ସ୍ବାଗତ ଜଣାଇବା ପାଇଁ ମଧ୍ୟ ଫୁଲର ଆବଶ୍ୟକତା ପଡ଼ିଥାଏ। ବିଶେଷ କରି ଗୋଲାପ, ଗେଣ୍ଡୁ, ରଜନୀ ଗନ୍ଧା, ଗିଲାଡି, ସୂର୍ଯ୍ୟମୁଖି, ଗୁଲୁବାର, ରଡ଼, ମନ୍ଦାର, କଇଁ ପ୍ରମୁଖ ବିକ୍ରି ହୋଇଥିଏ। ସୂର୍ଯ୍ୟମୁଖି, ମନ୍ଦାର, କଇଁ ଆଦି ଫୁଲ ସ୍ଥାନୀୟ ଅଞ୍ଚଳରୁ ଆସୁଥିବା ବେଳେ ଅନ୍ୟ ସମସ୍ତ ଫୁଲ ବାଙ୍ଗଲୋର, କଲିକତା ଏବଂ ରାୟପୁର ଆଦି ଦୂରଦୂରାନ୍ତରୁ ଆସିଥାଏ। ବର୍ତ୍ତମାନ ବିବାହ କାଳୀନ ମୁହୂର୍ତ୍ତରେ ତଥା ପୂଜାପର୍ବାଣୀ ସମୟରେ ସହରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଫୁଲ ଶୁଖିଯାଉଛି। ଯାହାଫ ବି ଫୁଲ ରହୁଛି ସେ ସବୁ ଉଚ୍ଚା ଦରରେ ବିକ୍ରି ହେଉଛି। ଫଳରେ ଲୋକେମାନେ ଆଉ ଫୁଲ ପ୍ରତି ଆଗ୍ରହ ଦେଖାଉ ନାହାଁନ୍ତି। ଏନେଇ ରାଉରକେଲା ସେକ୍ଟର-୨ ଛକ ଫୁଲ ବ୍ୟବସାୟୀ ଶୁକଦେବ ରାଉତଙ୍କୁ ପଚାରିବାରୁ ମାସକ ମଧ୍ୟରେ ମୋର ୫୦ହଜାର ଟଙ୍କାର ଫୁଲ ପ୍ରବଳ ଗରମ ଯୋଗୁଁ ନଷ୍ଟ ହୋଇଯାଇଛି। ବାଙ୍ଗାଲୋର, କଲିକତା ଓ ରାୟପୁରରୁ ଲକ୍ଷାଧିକ ଟଙ୍କାର ଫୁଲ ଆଣିଥିଲି। ମାତ୍ର ସବୁ ଖରାରେ ଶୁଖିଯାଇଛି। ଗୋଟିଏ ପଟେ ଫୁଲ ବାବଦୀୟ ମୂଳରାଶି ଫେରୁନଥିବା ବେଳେ ଫୁଲଗୁଛ, ଫୁଲମାଳା ନିର୍ମାଣ ପାଇଁ ନିୟୋଜିତ ଶ୍ରମିକଙ୍କ ଦେୟ ରାଶି ପ୍ରଦାନରେ କଷ୍ଟ ହେଉଛି। ରାଉରକେଲାରେ ବର୍ତ୍ତମାନ ଫୁଲ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ପଡ଼ି ଯାଇଥିବା କହିଛନ୍ତି। ଏନେଇ ହନୁମାନବାଟିକା ଶିବ ମନ୍ଦିରର ପୂଜକ ଶରତ ମିଶ୍ର କୁହନ୍ତି, ପ୍ରବଳ ଗରମ ଯୋଗୁ ଫୁଲ ଶୁଖିଯାଉଛି। ଫଳରେ ଫୁଲ ଦର ଆକାଶ ଛୁଆଁ ହୋଇଛି। ତେଣୁ ଶ୍ରଦ୍ଧାଳୁମାନେ ଆଗଭଳି ଆଉ ମନ୍ଦିରକୁ ଫୁଲ ଆଣୁ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri