Categories: ଖେଳ

ପୁରୁଣା କ୍ଲବକୁ ଫେରୁଛନ୍ତି ରୋନାଲ୍ଡୋ

ମାଞ୍ଚେଷ୍ଟର,୩୧।୮: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ଇଟାଲିର ଜୁଭେଣ୍ଟସ ସହ ଚୁକ୍ତି ପ୍ରକ୍ରିୟା ଶେଷ କରିଛି ଇଂଲିଶ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌। ୩୬ ବର୍ଷୀୟ ରୋନାଲ୍ଡୋ ଆଗାମୀ ଦୁଇ ବର୍ଷ ପାଇଁ ପ୍ରିମିୟର ଲିଗ୍‌ରେ ଖେଳିବେ। ଏଥି ଲାଗି ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ପର୍ତ୍ତୁଗାଲ ଫରଓ୍ବାର୍ଡ ୧୨ ବର୍ଷ ପରେ ୟୁନାଇଟେଡ୍‌ କ୍ଲବକୁ ଫେରୁଛନ୍ତି। ସେ ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ଏହି କ୍ଲବ ପାଇଁ ଖେଳିଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଦଳ ୮ଟି ବୃହତ୍‌ ଟାଇଟଲ ଜିତିଥିଲା।

ମାଞ୍ଚେଷ୍ଟର ୟୁନାଇଟେଡ୍‌ କ୍ଲବ ପାଇଁ ମୋ ହୃଦୟରେ ସ୍ବତନ୍ତ୍ର ସ୍ଥାନ ରହିଛି। ଶୁକ୍ରବାର ଘୋଷଣା ପରେ ମୋ ପାଖକୁ ଅନେକ ଶୁଭେଚ୍ଛା ଆସୁଛି। ଦର୍ଶକରେ ପରିପୂର୍ଣ୍ଣ ଓଲ୍ଡ ଟ୍ରାଫର୍ଡର ଫୁଲ ଷ୍ଟାଡିୟମରେ ଖେଳିବାକୁ ମୁଁ ଅପେକ୍ଷା କରିପାରୁ ନାହିଁ ବୋଲି ରୋନାଲ୍ଡୋ ଏକ ବିବୃତିରେ କହିଛନ୍ତି। ଅନ୍ତର୍ଜାତୀୟ ଫୁଟବଲରୁ ବିରତି ମିଳିଲା ପରେ ରୋନାଲ୍ଡୋ ୟୁନାଇଟେଡ୍‌ରେ ଯୋଗଦେବେ ବୋଲି ଜଣାପଡ଼ିଛି।

Share