ମାନସ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଦାଦାବଟି ପାଇଁ ହତ୍ୟା, ୩ ଗିରଫ

ନୂଆପଡ଼ା,୧୪ା୫ (ମକାରୁ ବେମାଲ): ନୂଆପଡ଼ା ସଦର ମହକୁମା ଶିବଶକ୍ତି ନଗରର ମାନସ ତ୍ରିପାଠୀ (୩୦)ଙ୍କ ମୃତଦେହ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲା କୋମାଖାନ ଥାନା କଶେକେରା ଗାଁର ଏକ ଚାଷ ଜମିରୁ ଶୁକ୍ରବାର ଉଦ୍ଧାର ହୋଇଥିଲା। ଏହି ଘଟଣାରେ ସୋମବାର କୋମାଖାନ ପୋଲିସ ଜଣେ ନାବାଳକ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆପଡ଼ା ମହୁଲଭଟାର ପର୍ଶୁ ଦଣ୍ଡସେନା (୨୦), ଗଣପତ ଦଣ୍ଡସେନା (୨୭), ଗଡତୋରର ସରୋଜ ଦଣ୍ଡସେନା (୨୪) ଓ ଅନ୍ୟ ଜଣେ ନାବାଳକ।ଦାଦାବଟି ପାଇଁ ମାନସଙ୍କୁ ଅପହରଣ ପରେ ଅଭିଯୁକ୍ତ ମାନେ ହତ୍ୟା କରିଛନ୍ତି ବୋଲି ଛତିଶଗଡ ପୋଲିସ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ଗତ ମେ ୮ରେ ମାନସ ନିଖୋଜ ଥିବା ନେଇ ନୂଆପଡ଼ା ସଦର ଥାନାରେ ଅଭିଯୋଗ ହୋଇଥିଲା। ମାନସ ଫର୍ମାସୀ ପଢି ଆଖପାଖ ଗାଁରେ ରୋଗୀସେବା କରୁଥିଲେ। ଗତ ଏପ୍ରିଲ ୨୩ରେ ଛତିଶଗଡ ମହାସମୁନ୍ଦ ଜିଲା ପିଥୋରାରେ ମାନସ ବିବାହ କରିଥିଲେ। ୮ ତାରିଖ ସନ୍ଧାରେ ମାନସ ରୋଗୀସେବା କରିବାକୁ ଯାଇ ଘରକୁ ଫେରି ନ ଥିଲେ। ୯ରେ ତାଙ୍କ ମୃତଦେହ କୋମାଖାନ ଥାନା କଶେକେରା ଗାଁ ନିକଟରୁ ମିଳିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ପୋଲିସ ଅନୁମାନ କରିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ମାନସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା। ଏ ନେଇ କୋମାଖାନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ପ୍ରଥମେ ମହୁଲଭଟା ଗାଁର ପର୍ଶୁଙ୍କୁ ଗିରଫ କରିଥିଲା। ପରେ ତାଙ୍କ ବୟାନ ଆଧାରରେ ସରୋଜ, ଗଣପତଙ୍କୁ ଗିରଫ କରିଥିଲା। ଏହାସହ ଜଣେ ନାବାଳକଙ୍କୁ ମଧ୍ୟ ପୋଲିସ ଧରିଥିଲା। ଗତ ୮ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ମାନସଙ୍କୁ ଡକାଇ ଏକ ଚାରିଚକିଆ ଗାଡି (ଓଡି-୨୬ଏ୨୭୦୦)ରେ ଅପହରଣ କରି ନେଇଥିଲେ। ସେମାନେ କୋମାଖାନ ନେଇ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିଥିଲେ। ହେଲେ ମାନସଙ୍କ ଖାତାରେ ୯ ହଜାର ଟଙ୍କା ଥିଲା। ଏଥିରେ ଅପହରଣକାରୀଙ୍କ ଉଦ୍ଦେଶ୍ୟ ସଫଳ ହୋଇ ନ ଥିଲା। ଶେଷରେ ସେମାନେ ମାନସଙ୍କୁ ତଣ୍ଟି ଚିପି ହତ୍ୟା କରି ଫିଙ୍ଗି ଦେଇଥିବା ସ୍ବୀକାର କରିଛନ୍ତି।ପୋଲିସ ଅଭିଯୁକ୍ତମାନଙ୍କ ଚାରିଚକିଆ ଗାଡି, ୩ଟି ମୋବାଇଲ ଫୋନ ସହ ମୃତକଙ୍କ ବାଇକ ଓ ଔଷଧ ବ୍ୟାଗ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri