ଚିପ୍‌ ଫେରାଇବାକୁ ୧୦ ହଜାର ମାଗିଥିଲେ ମାନସ, କରିଥିଲେ ବ୍ଲାକ୍‌ମେଲ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୭ା୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓ୍ବେବ୍‌ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇଙ୍କଠାରୁ ନୂଆ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ମାନସ ମେମୋରି ଚିପ୍‌ ନେଇଯିବା ସହ ବ୍ଲାକ୍‌ମେଲ କରିଥିଲେ। ଚିପ୍‌ ବଦଳରେ ସେ ଶର୍ମିଷ୍ଠାଙ୍କୁ ୧୦ହଜାର ଟଙ୍କା ଓ ତାଙ୍କ କ୍ୟାମେରା ଫେରାଇବାକୁ ଦାବି କରିଥିଲେ। ତଦନ୍ତରୁ ଏହା ଜଣାପଡ଼ିବା ପରେ ଉକ୍ତ ଚିପ୍‌ ପାଇବା ଆଶାରେ ତଦନ୍ତକାରୀ ଟିମ୍‌ ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀସ୍ଥିତ ମାନସଙ୍କ ପୈତୃକ ଘରକୁ ଯାଇ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଯାଞ୍ଚ କରିଥିଲା। ଏଥିସହ ମାନସ ରହିଥିବା ଭୁବନେଶ୍ୱରର ଦୁଇ ସ୍ଥାନରେ ମଧ୍ୟ ତନାଘନା କରିଥିଲା। ଚିପ୍‌କୁ ନେଇ ତଦନ୍ତ ଜାରି ରହିଥିବା ବୁଧବାର କ୍ରାଇମବ୍ରାଞ୍ଚ ପ୍ରେସ ବିବୃତିରେ ସୂଚନା ଦେଇଛି।

ସାକ୍ଷୀ ଓ ତଦନ୍ତ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ସୂଚନା ଦେଇଛି ଯେ, ମାନସ ଜାନୁୟାରୀ ୧୦ରୁ ଭୁବନେଶ୍ୱର ଏୟାରଫିଲ୍ଡ ଥାନାଞ୍ଚଳରେ ଥିବା ଦୟାଲ ଆଶ୍ରମରେ ରହୁଥିଲେ। ଜାନୁୟାରୀ ୩୦ରେ ଶର୍ମିଷ୍ଠା ଏବଂ ଅନ୍ୟତମ ଅଭିଯୁକ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ତାଙ୍କୁ ସମ୍ପୂର୍ଣ୍ଣ ନ୍ୟୁଜ୍‌ ଅଫିସ୍‌କୁ ଡାକି ଭିଡିଓ ସହ ଚିପ୍‌ ଫେରାଇବାକୁ କହିଥିଲେ। ସେଠାରେ ଉଭୟ ମାନସଙ୍କୁ ମାଡ଼ ମାରିଥିଲେ। ଏହାପରେ ମାନସଙ୍କୁ ସେମାନେ ନିକଟରେ ଥିବା ଦୟାଲ ଆଶ୍ରମକୁ ନେଇ ସେ ରହୁଥିବା ଘରେ ଚିପ୍‌ ଖୋଜାଖୋଜି କରିଥିଲେ। ଏହା ପରଦିନ ଅର୍ଥାତ୍‌ ଜାନୁୟାରୀ ୩୧ରେ ମାନସ ଦୟାଲ ଆଶ୍ରମ ଛାଡ଼ି ଭୁବନେଶ୍ୱରର ଭିନ୍ନ ଭିନ୍ନ ସ୍ଥାନରେ ରହିଥିଲେ। ଏହାପରେ ତାଙ୍କଠାରୁ ଛଡ଼ାଇ ନିଆଯାଇଥିବା କ୍ୟାମେରା ଓ ୧୦ ହଜାର ଟଙ୍କା ଦେଲେ ଚିପ୍‌ ଫେରାଇଦେବେ ବୋଲି ମାନସ ଶର୍ମିଷ୍ଠାଙ୍କୁ କହିଥିଲେ। ଫେବୃୟାରୀ ୫ରେ ସହଯୋଗୀ ଦୀପକଙ୍କ ସହ ମାନସ ବାହାଘର ଶୁଟ୍‌ ପାଇଁ ଭଦ୍ରକ ଚାନ୍ଦବାଲିକୁ ଯାଇଥିଲେ। ଏହା ଜାଣିବା ପରେ ଶର୍ମିଷ୍ଠା ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ପଳାସପୁର ଗ୍ରାମରୁ ମାନସଙ୍କୁ ଅପହରଣ କରି ନିଜ କାର୍‌ରେ ତାଙ୍କୁ ଦୟାଲ ଆଶ୍ରମକୁ ନେଇଆସିଥିଲେ। ଚିପ୍‌ ପାଇବା ପାଇଁ ତାଙ୍କୁ ନାନା ନିର୍ଯାତନା ଦେବା ସହ ଶେଷରେ ହତ୍ୟା କରିଥିଲେ।

ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ସେଥିରେ ଏମିତି କ’ଣ ଥିଲା ଜଣାପଡିନାହିଁ। ଉକ୍ତ ଚିପ୍‌ ମିଳିଲେ ଏଭଳି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିଥାନ୍ତା। ଯେହେତୁ ମାନସ ଏବେ ମୃତ, ତେଣୁ ମେମୋରି ଚିପ୍‌ ପାଇବା କ୍ରାଇମବ୍ରାଞ୍ଚ ପାଇଁ କଷ୍ଟକର ହୋଇପଡ଼ିଛି। ମାନସଙ୍କ ରହଣି ସ୍ଥାନ ଓ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି ଉକ୍ତ ଚିପ୍‌ ପାଇବା ପାଇଁ କ୍ରାଇମବ୍ରାଞ୍ଚ ଯଥାସମ୍ଭବ ଚେଷ୍ଟା ଜାରି ରଖିଛି। ସେପଟେ ଶର୍ମିଷ୍ଠା ଓ ଝୁନାଙ୍କ ରିମାଣ୍ଡ ସରିଥିବାରୁ ଉଭୟଙ୍କୁ ଗୁରୁବାର ଅପରାହ୍ନ ୧ଟାରେ କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିବ। ତେବେ ମାନସଙ୍କ ହତ୍ୟାର କାରଣ ଓ ମେମୋରି ଚିପ୍‌ ରହସ୍ୟ ହୋଇ ରହିଯିବ ବୋଲି ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ମାଆ ବଞ୍ଚି ଥାଉ ଥାଉ ଜାଲ ମୃତ୍ୟୁ ପ୍ରମାଣପତ୍ର ବାହାର କରି ସବୁ ହଡ଼ପ କଲେ ପୁଅ, ଏମିତି ଖୋଲିଲା ରାଜ୍‌

କୋଲକାତା,୧୪।୧୨: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ତାଙ୍କ ଜୀବିତ ମାଆଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଜାଲ କରି ବ୍ୟାଙ୍କରୁ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri