‘ଶାନ୍ତି ଶୃଙ୍ଖଳାରେ ପୌର ନିର୍ବାଚନ ପରିଚାଳନା କର’

ଭୁବନେଶ୍ୱର, ୮ା୩(ବ୍ୟୁରୋ): ଶାନ୍ତି, ଶୃଙ୍ଖଳାର ସହ ପୌର ନିର୍ବାଚନ ପରିଚାଳନା କରିବା ଲାଗି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ କଟକ-ଭୁବନେଶ୍ୱର ଦୈତନଗରୀର ଜିଲା ଓ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୌର ଭୋଟ୍‌ ଅନୁଷ୍ଠିତ ହେବ। ବିଶେଷ କରି କଟକ ଓ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ହେବାକୁ ଥିବା ନିର୍ବାଚନକୁ ସ୍ବଚ୍ଛ, ମୁକ୍ତ ଓ ନିରାପଦ ଭାବେ ପରିଚାଳନା କରିବା ନିମନ୍ତେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ବିସ୍ତୃତ ଭାବେ ଜିଲା ଓ ପୁଲିସ୍‌ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଛି ।