ମଣିଷ ଖାଇବ ମଣିଷ ମାଂସ ! ବୈଜ୍ଞାନିକଙ୍କ ଚେତାବନୀ…

ଲଣ୍ଡନ, ୨୮।୧୨: ମହାକାଶ ବିଷୟରେ ମନୁଷ୍ୟର ସ୍ବପ୍ନ ଅଲଗା ଏବଂ ସେଠାରେ ଥିବା ରହସ୍ୟ ଜାଣିବା ପାଇଁ ସର୍ବଦା ପ୍ରୟାସ ଜାରି ରହିଛି। ଦୁନିଆର ବହୁ ଏଜେନ୍ସି ମଧ୍ୟ ସ୍ପେସ ଭ୍ରମଣ ଠାରୁ ଆରମ୍ଭ କରି ସେଠାରେ ବସତି ସ୍ଥାପନ କରିବ ପର୍ଯ୍ୟନ୍ତ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏହି କାମ ଆଦୌ ସହଜ ନୁହେଁ। ଏପରିସ୍ଥଳେ ବୈଜ୍ଞାନିକମାନେ ମହାକାଶରେ ମନୁଷ୍ୟର ବସତି ସ୍ଥାପନ ନେଇ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ମହାକାଶ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିଥିବା ଦେଶଗୁଡ଼ିକର ଚିନ୍ତା ବୃଦ୍ଧି ପାଇଛି।

ମୋଟ୍ରା ଡଟ୍‌ କୋ ଡଟ୍‌ ୟୁକେର ରିପୋର୍ଟ ଅନୁଯାୟୀ, ମଣିଷ ପାଇଁ ମହାକାଶରେ ବସତି ନିର୍ମାଣ ସହଜ କାମ ନୁହେଁ। ମହାକାଶରେ ଯେତେବେଳେ ଖାଦ୍ୟର ଅଭାବ ହେବ, ସେତେବେଳେ ଭୋକିଲା ମଣିଷ ପରସ୍ପରକୁ ଖାଇବାକୁ ବାଧ୍ୟ ହେବେ। ଏହାର କାରଣ ବର୍ଣ୍ଣନା କରି ସେ କହିଛନ୍ତି ଯେ ମହାକାଶରେ ଫସଲ ଚାଷ କରିବା ଅତ୍ୟନ୍ତ କଷ୍ଟକର ଏବଂ ଯଦି ଫସଲ ନଷ୍ଟ ହୋଇଯାଏ ତେବେ ସେଠାରେ ଖାଦ୍ୟର ଘୋର ଅଭାବ ଘଟିବ।

ରିପୋର୍ଟରେ, ମହାକାଶରେ ମଣିଷ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡିକ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ମଙ୍ଗଳ ଗ୍ରହ କିମ୍ବା ଚନ୍ଦ୍ରରେ ପରୀକ୍ଷା ମୂଳକ ଭାବେ ମାନବ ବସତି ସ୍ଥାପନ ହୋଇପାରିବ। ସେଠାକୁ ପୃଥିବୀରୁ ଖାଦ୍ୟ ସାମଗ୍ରୀ ପଠାଇବା ମଧ୍ୟ ସହଜ ହେବ। ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ ଯଦି ମହାକାଶରେ ମହାମାରୀ ଥାଏ କିମ୍ବା ଖାଦ୍ୟର ଘୋର ଅଭାବ ଦେଖାଯାଏ, ତେବେ ମଙ୍ଗଳ ଏବଂ ଚନ୍ଦ୍ର ଏପରି ଗ୍ରହ, ଯେଉଁଠାରେ ପୃଥିବୀରୁ ଆବଶ୍ୟକ ସାମଗ୍ରୀ ସହଜରେ କମ୍‌ ସମୟ ମଧ୍ୟରେ ପହଞ୍ଚି ପାରିବ। ଅପରପକ୍ଷରେ ଯଦି ଦୂର ଗ୍ରହରେ ବସତି ସ୍ଥାପିତ ହୁଏ, ତେବେ ସେଠାକୁ ପୃଥିବୀରୁ ସାହାଯ୍ୟ ପହଞ୍ଚାଇବାକୁ ଅନେକ ବର୍ଷ ଲାଗିବ।

ଏଡିନବର୍ଗ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନ ପ୍ରଫେସର ଚାଲର୍‌ସ କକେଲ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀରେ ଜଳ ସମସ୍ୟା ଉପୁଜିବ ଏବଂ ଏଭଳି ପରିସ୍ଥିତିରେ ମହାକାଶରେ ରହିବା ଏକ ଉତ୍ତମ ବିକଳ୍ପ ହୋଇପାରେ। ସେ କହିଛନ୍ତି ଯେ ଏକ ମାନବ ବସତି କରିବାକୁ ହେଲେ ପ୍ରଥମେ ପ୍ରତ୍ୟେକ ସ୍ତରରେ ବୈଜ୍ଞାନିକ ପରୀକ୍ଷା କରିବାକୁ ପଡିବ ଏବଂ ଏହି ବ୍ୟବସ୍ଥା ନିଶ୍ଚିତ ଭାବରେ ନିର୍ଭରଯୋଗ୍ୟ ହେବା ଆବଶ୍ୟକ ମଧ୍ୟ।

ଇତିହାସର ଏକ ଘଟଣାକୁ ସ୍ମରଣ କରି ପ୍ରଫେସର କୋକେଲ କହିଛନ୍ତି ଯେ ୧୯ତମ ଶତାବ୍ଦୀର ଶେଷ ଭାଗରେ କ୍ୟାପଟେନ ସାର୍‌ ଜନ ଫ୍ରାଙ୍କଲିନଙ୍କ ଦଳ ଆଟଟଲାଣ୍ଟିକ୍‌ ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଥିବା ଉତ୍ତର-ପଶ୍ଚିମ ପ୍ୟାସେଜ୍‌ ଖୋଜିବାକୁ ବାହାରିଥିଲେ ଏବଂ ସେମାନେ ସାଙ୍ଗରେ ଖାଦ୍ୟ ନେଇଥିଲେ। କିନ୍ତୁ ତା’ପରେ ସେମାନେ ବାଟବଣା ହୋଇ ହଜିଗଲେ ଏବଂ ଶେଷରେ ଦଳର ସଦସ୍ୟମାନଙ୍କୁ ଭୋକ ମେଣ୍ଟାଇବା ତଥା ଜୀବନ ବଞ୍ଚାଇବା ପାଇଁ ସେମାନଙ୍କୁ ପରସ୍ପରକୁ ଖାଇବାକୁ ପଡିଥିଲା। ସେ କହିଛନ୍ତି ଯେ ଏହି ଦଳ ହାଇ-ଟେକ ଟେକ୍ନୋଲୋଜରେ ସଜ୍ଜିତ ହୋଇଥିଲେ। ଏହା ସତ୍ତ୍ୱେ ସେମାନଙ୍କର ଯନ୍ତ୍ରଣାଦାୟକ ଅନ୍ତ ଘଟିଥିଲା।

ଏହି ଉଦାହରଣରୁ ଶିଖିବାକୁ ପରାମର୍ଶ ଦେଇ କୋକେଲ କହିଛନ୍ତି ଯେ ଯଦି ଲୋକେ ବିନା ପ୍ରସ୍ତୁତିରେ ମହାକାଶରେ ବସବାସ କରିବାକୁ ଯାଆନ୍ତି, ତେବେ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଖାଦ୍ୟର ଅଭାବ ଦେଖାଦେଲେ, ଜଣେ ଜୀବିତ ରହିବା ପାଇଁ ଅନ୍ୟ ଜଣଙ୍କୁ ଖାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ସେମାନଙ୍କ ପାଖରେ ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri