ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ଓଡ଼ିଶାରେ ସରକାର ଚଳାଉଛନ୍ତି: କହ୍ନେୟା କୁମାର

ନବରଙ୍ଗପୁର/କେସିଙ୍ଗା,୨୮।୧୨(ବି.ପ୍ର./ଡି.ଏନ.ଏ.): ଓଡିଶାରେ ଜନ ପ୍ରତିନିଧି ସରକାର ଚଲାଉ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ସରକାର ଚଲାଉଛନ୍ତି। ଜାତୀୟ କଂଗ୍ରେସର ଶହେବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ନୂଆଁ ମଣ୍ଡେଇ ପଡିଆଠାରେ ସୋମବାର ଅନୁଷ୍ଠିତ ସଂକଳ୍ପ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଂଗ୍ରେସ ନେତା କହ୍ନେୟା କୁମାର ଏହା କହିଛନ୍ତି। ଏହି ସମାବେଶରେ ସମ୍ମାନିତ ଅତିଥି ଭାବେ ଗୁଜରାଟ ଭେଦଗାଓ ବିଧାୟକ ଜିଗ୍ନେଶ ମିଭାନୀ, ଛତିଶଗଡ ଅବକାରୀ ମନ୍ତ୍ରୀ କାବାସୀ ଲକ୍ଷ୍ମା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ସଦନ ନାୟକ,ଭୁଜବଳ ମାଝି ପ୍ରମୁଖ ଯୋଗ ଦେଇଥିଲେ। ଜିଲା ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ଦଳକୁ କିପରି ଦୃଢ କରାଯିବ ସେ ସମ୍ପର୍କରେ ଆଲୋଚନା କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।
କହ୍ନେୟା କହିଥିଲେ,କଂଗ୍ରେସ ହିଁ ଏକ ମାତ୍ର ଦଳ, ଯିଏ ଲୋକଙ୍କ ହିତ ପାଇଁ କାମ କରୁଛି। ମମିତାଙ୍କୁ ନ୍ୟାୟ ଲାଗି ସ୍ବର ଉତ୍ତୋଳନ କରି ମନ୍ତ୍ରୀଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ। ‘ମନ୍‌କି ବାତ୍‌’ରେ ପ୍ରଧାନମନ୍ତ୍ରୀ ଦେଶର ଜନତାଙ୍କ କଥା କହୁ ନାହାନ୍ତି। ଓଡିଶାରେ ଭାଜପାର ଡି ଟିମ୍‌ ବିଜେଡି ବୋଲି କହି କହ୍ନେୟା ଉପହାସ କରିଥିଲେ। ଏବେ ସମ୍ବିଧାନ ଓ ଲୋକତନ୍ତ୍ର ବିପଦରେ ବୋଲି ବିଧାୟକ ଜିଗ୍ନେଶ ମିଭାନୀ କହିଥିଲେ। ଓଡିଶାରେ ଶାସନ ପ୍ରଶାସନିକ ଅଧିକାରୀମାନେ କରୁଛନ୍ତି ବୋଲି ଛତିଶଗଡର ଅବକାରୀ ମନ୍ତ୍ରୀ କାବାସୀ ଲକ୍ଷ୍ମା କହିଥିଲେ। କାର୍ଯ୍ୟକ୍ରମରେ ବିଜେଡି ଦଳ ଓ ବିଭିନ୍ନ ସଂଗଠନର ସମର୍ଥକ ଭାବେ କଂଗ୍ରେସରେ ମିଶିଥିଲେ। ସମାବେଶରେ ବହୁ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସେହିପରି କଳାହାଣ୍ଡି ଜିଲା କେସିଙ୍ଗା ସହର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସଂକଳ୍ପ ଦିବସ ଉପଲକ୍ଷେ ଆୟୋଜିତ ସମାବେଶରେ କହ୍ନେୟା କୁମାର, ବିଧାୟକ ଜିଗ୍ନେଶ ମିଭାନୀ ଓ ଛତିଶଗଡ଼ ଅବକାରୀ ମନ୍ତ୍ରୀ କାବାସୀ ଲକ୍ଷ୍ମା ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ମମିତା ପ୍ରସଙ୍ଗ ନେଇ ରାଜ୍ୟ ସରକାର ଉପରେ ପୁଣି ବର୍ଷିବା ସହ ଏହି କାର୍ଯ୍ୟକ୍ରମକୁ ବିଭ୍ରାଟ କରିବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ କରିଥିଲେ। ସମାବେଶରେ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri