ନୂଆବର୍ଷରେ ୧୩ ସହରରେ ୫-ଜି ସେବା…

ନୂଆଦିଲ୍ଲୀ, ୨୮।୧୨: ଆସନ୍ତା ୨୦୨୨ରେ, ଭାରତୀୟମାନେ ୫-ଜି ଉପହାର ପାଇବାକୁ ଯାଉଛନ୍ତି। ଟେଲି ଯୋଗାଯୋଗ ବିଭାଗ କହିଛି ଯେ ୫-ଜି ଇଣ୍ଟରନେଟ ସେବାର ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହା ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ୨୦୨୨ରେ ଦେଶରେ ଏହି ସେବା ଆରମ୍ଭ ହେବ ବୋଲି ବିଭାଗ କହିଛି। ସର୍ବପ୍ରଥମେ, ଦେଶର ୧୩ ଟି ସହରରେ ୫-ଜି ସେବା ଆରମ୍ଭ ହେବ। ବିଭାଗ ପକ୍ଷରୁ ଏହି ୧୩ ଟି ସହରର ତାଲିକା ମଧ୍ୟ ପ୍ରକାଶ କରାଯାଇଛି।

ଟେଲି ଯୋଗାଯୋଗ ବିଭାଗ (ଡଟ୍‌) ଏକ ସରକାରୀ ବିବୃତ୍ତିରେ କହିଛି ଯେ ଏୟାରଟେଲ, ଜିଓ ଏବଂ ଭୋଡାଫୋନ ଆଇଡିଆ ସମେତ ଅନ୍ୟ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀ ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡିଗଡ଼, ଦିଲ୍ଲୀ, ଜାମନଗର, ଅହମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ, ପୁଣେ, ଗାନ୍ଧିନଗର ଆଦି ସହରରେ ୫-ଜି ପରୀକ୍ଷା କରି ଟ୍ରାଏଲ୍‌ ସାଇଟ ସେଟଅପ କରିଛନ୍ତି। ଆସନ୍ତା ବର୍ଷ ଏହି ମେଟ୍ରୋ ଏବଂ ବଡ ସହରରେ ୫-ଜି ସେବା ପ୍ରଥମେ ଆରମ୍ଭ ହେବ। ବିଭାଗ ଅନୁଯାୟୀ ଏହି ପରୀକ୍ଷା ପ୍ରକଳ୍ପ ପାଇଁ ୨୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଡଟ୍‌ ଅନୁଯାୟୀ, ମାର୍ଚ୍ଚ-ଏପ୍ରିଲ ୨୦୨୨ରେ ୫-ଜି ସ୍ପେକ୍ଟ୍ରମ ନିଲାମ ହେବାର ସମ୍ଭାବନା ଅଛି। ୨୦୨୧ ସେପ୍ଟେମ୍ବରରେ ରିଜର୍ଭ ମୂଲ୍ୟ, ବ୍ୟାଣ୍ଡ ଯୋଜନା, ବ୍ଲକ ସାଇଜ ଏବଂ ସ୍ପେକ୍ଟ୍ରମ କ୍ୱାଣ୍ଟମ ସମ୍ବନ୍ଧରେ ଟ୍ରାଇକୁୁ ସୁପାରିଶ କରାଯାଇଛି ଏବଂ ରେଗୁଲେଟର ମଧ୍ୟ ସମସ୍ତ ହିତାଧିକାରୀ କମ୍ପାନୀ ସହିତ ଆଲୋଚନା ଆରମ୍ଭ କରିଛନ୍ତି।

୨୦୧୮ରେ ଆରମ୍ଭ ହୋଇଥିବା ୫-ଜି ପରୀକ୍ଷା ପ୍ରକଳ୍ପ ପାଇଁ ଟେଲିକମ ବିଭାଗ ପକ୍ଷରୁ ୮ ଟି ଏଜେନ୍ସି ସହିତ ଚୁକ୍ତି ହୋଇଥିଲା।  ସେସବୁ ଏଜେନ୍ସିଗୁଡ଼ିକ ମଧ୍ୟରେ ଆଇଆଇଟି (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ବମ୍ବେ, ଆଇଆଇଟି-ଦିଲ୍ଲୀ, ଆଇଆଇଟି-ହାଇଦ୍ରାବାଦ, ଆଇଆଇଟି-ମାଡ୍ରାସ, ଆଇଆଇଟି-କାନପୁର, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସ୍‌ସି) ବାଙ୍ଗାଲୋର, ସୋସାଇଟି ଫର ଆପ୍ଲାଏଡ ମାଇକ୍ରୋୱେଭ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ଏବଂ କେନ୍ଦ୍ରୀୟ ବେତାର ଟେକ୍ନୋଲୋଜି ଆଦି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଚିଠିରେ କ’ଣ ଲେଖିଥିଲେ ସିଦ୍ଧାର୍ଥ

ବେଙ୍ଗାଲୁରୁ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ହେବାର...

ଉତ୍ତରପ୍ରଦେଶରେ ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ: ଶହେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କରାଗଲା ପରୀକ୍ଷା

ଲକ୍ଷ୍ନୌ,୨୨।୬: ଉତ୍ତରପ୍ରଦେଶର କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭର୍ସିଟି(କେଜିଏମ୍‌ୟୁ)ରେ ଏଣିକି କରୋନାର ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ ହୋଇଯାଇଛି। କେଜିଏମ୍‌ୟୁ ହେଉଛି ରାଜ୍ୟର ଏକମାତ୍ର ହସ୍ପିଟାଲ ଯେଉଁଠାରେ ଆଣ୍ଟିବଡ଼ି...

ବଳାତ୍କାର, ହତ୍ୟା ମାମଲା: ଦୋଷୀଙ୍କୁ ୩ ଥର ଆଜୀବନ, ୨୬ ବର୍ଷ ଜେଲ୍‌

ଥିରୁଭାନନ୍ତପୁରମ୍‌,୧୮ା୭: ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ କୋଲାମ୍‌ସ୍ଥିତ ଅତିରିକ୍ତ ସେସନ୍ସ (ପୋକ୍ସୋ) ଅଦାଲତ ବୁଧବାର ଅପରାଧୀଙ୍କୁ ତିନି ଥର ଆଜୀବନ ଜେଲ୍‌ଦଣ୍ଡାଦେଶ ସହିତ...

ସଙ୍କଟରେ ସମନ୍ବୟ ଜରୁରୀ

ନୂଆଦିଲ୍ଲୀ,୮ା୭: ମହାମାରୀ କରୋନା ଭାରତକୁ ଅନେକ ଯନ୍ତ୍ରଣାଦାୟକ ଶିକ୍ଷା ଦେଇଛି। ପ୍ରଥମଟି ହେଲା ଆମେ ପ୍ରକୃତିର ନିର୍ମମ ଶୋଷଣ ଜାରି ରଖିପାରିବା ନାହିଁ। ସେହିପରି ଜଳବାୟୁ...

ହସ୍ତାନ୍ତର କରାଗଲା ବିମାନ ବନ୍ଦରରୁ ଫେରିଯାଇଥିବା ୩ ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୭।୪: ବିଦେଶରେ ମୃତ୍ୟୁ ହୋଇଥିବା ୩ ଭାରତୀୟଙ୍କ ମୃତଦେହ ୪ ଦିନ ହେବ ନୂଆଦିଲ୍ଲୀ ବିମାନ ବନ୍ଦରରୁ ଫେରିଯିବା ପରେ ପୁଣିଥିରେ ସୋମବାର ସକାଳେ ସେମାନଙ୍କ...

ପୁଣି କୋକୁଆ ଭୟ: ୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନାର ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ ଟପିିଛି।...

ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇଙ୍କୁ ଗିରଫ ପରେ ମିଳିଲା ଜାମିନ

ଭୋପାଳ,୨।୩: ବାଗେଶ୍ୱର ଧାମର ରାମକଥା ବାଚକ ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ...

ସିରିଡି ସାଇଙ୍କ ଉପରେ ବୟାନ ଦେଇ ଫସିଲେ ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ

ମୁମ୍ବାଇ,୪।୪: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ ଶିରିଡି ସାଇ ବାବାଙ୍କ ଉପରେ ବୟାନ ଦେବା ପରେ ମୁମ୍ବାଇ ପୋଲିସରେ ଅଭିଯୋଗ ଦାୟର କରାଯାଇଛି। ଧାର୍ମିକ...

Advertisement
Archives

Model This Week