ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼ ଜିଲା ଫତେଗଡ଼ ଥାନା ଗୋହିରିଆପଡ଼ା ଗ୍ରାମର ଯୁଧିଷ୍ଠିର ମାଝୀଙ୍କ ସହ ଯୁବତୀଙ୍କ ସମ୍ପର୍କ ସୃଷ୍ଟି ହୋଇଥିଲା। ମଙ୍ଗଳବାର ରାତିରେ ଯୁବତୀ ଜଣକ ଭୁବନେଶ୍ୱରରୁ ଏକ କାର୍‌(ନଂ. ଓଡି୩୩-ଏଏଲ୍‌- ୨୧୧୮)ରେ ତାଙ୍କର ପୁରୁଷବନ୍ଧୁଙ୍କ ସହ ନିଜ ଗ୍ରାମ କଳପଡ଼ାକୁ ଆସୁଥିଲେ। ତେବେ ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ନିଶ୍ଚିନ୍ତକୋଇଲି ଥାନା ଶୁକରପଡା ପୂର୍ତ୍ତ ବିଭାଗ ଡାକବଙ୍ଗଳାର ଅନତି ଦୂରରେ ଥିବା ଏକ ଢାବାରେ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁ ରାତ୍ରଭୋଜନ କରିଥିଲେ। ପରେ ଉଭୟେ କାର୍‌ ମଧ୍ୟରେ ବିଶ୍ରାମ ନେଇଥିଲେ। ଏହି ସମୟରେ ସ୍ଥାନୀୟ ଆଏଣ୍ଡା ଅଞ୍ଚଳର ୭ରୁ ୮ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚତ୍ କାର୍‌ର ଡୋର ଖୋଲିବାକୁ ବାଧ୍ୟ କରିଥିଲେ। ମାତ୍ର କାର୍‌ର ଡୋର ନ ଖୋଲିବାରୁ ଦୁର୍ବୃତ୍ତମାନେ ଆଣିଥିବା ଏକ ଚିମୁଟା ସାହାଯ୍ୟରେ କାର୍‌ର କାଚ ଭାଙ୍ଗି ପୁରୁଷ ବନ୍ଧୁଙ୍କୁ ଘୋଷାରି ଆଣି ଅମାନୁଷିକ ଭାବେ ମାଡ଼ ମାରି ବାନ୍ଧି ପକାଇଥିଲେ। ପରେ ଜୋର ଜବରଦସ୍ତ ଯୁବତୀଙ୍କୁ କାରରୁ ଉଠାଇ ନେଇଥିଲେ। ଅନ୍ୟ ଏକ କାର ଯୋଗେ ପ୍ରାୟ ୨କି.ମି. ଦୂର ଆଏଣ୍ଡା ଆମ୍ବତୋଟା ନିକଟରେ ଥିବା ଏକ ଭଙ୍ଗାଘରେ ଯୁବତୀଙ୍କୁ ଜଣଙ୍କ ପରେ ଜଣେ ବଳାତ୍କାର କରିଥିଲେ। ପରେ ଯୁବତୀଙ୍କୁ ମୁମୂର୍ଷ ଅବସ୍ଥାରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ। ତେବେ ରାତି ପାହିବାରୁ ଯୁବତୀଙ୍କ ଚେତା ଫେରିଥିଲା। ତାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ନିଶ୍ଚିନ୍ତକୋଇଲି ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଯୁବତୀ ଏବଂ ପରେ ତାଙ୍କର ପୁରୁଷ ବନ୍ଧୁଙ୍କୁ ଉଦ୍ଧାର କରିଥିଲା। ପୋଲିସ ପୁରୁଷ ବନ୍ଧୁଙ୍କ କାର୍‌କୁ ଜବତ କରି ଥାନାରେ ଅଟକ ରଖିଥିଲା। ଘଟଣା ସମ୍ପର୍କରେ ଯୁବତୀ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ. ୩୦୫/୨୦୨୬) ରୁଜୁ କରିଥିଲା। ଖବରପାଇ କଟକ ଜିଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଡିଏସ୍‌ପି, ସାଲେପୁର ଏସ୍‌ଡିପିଓ ପ୍ରମୁଖ ଘଟଣାସ୍ଥଳରେ ପୋଲିସ ଫୋର୍ସ ସହ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଙ୍କୁ ଗିରଫ ନିମନ୍ତେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଆଏଣ୍ଡା ଗ୍ରାମରେ ଚଢ଼ାଉ କରୁଥିବା ସମୟରେ ଅଭିଯୁକ୍ତମାନେ ଢେଲାପଥର ମାଡ଼ କରିବା ଯୋଗୁ ନିଶ୍ଚିନ୍ତକୋଇଲି ଥାନାର ଏସ୍‌ଆଇ ସ୍ମୃତିରଞ୍ଜନ ସ୍ବାଇଁ ଗୁରୁତର ଆହତ ହୋଇଛନ୍ତି।
ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଅଟକ ରଖିଥିବା କହୁଥିବାବେଳେ ବାସ୍ତବ ପକ୍ଷେ ପୋଲିସ ପଞ୍ଝାରେ ୫ ଅଭିଯୁକ୍ତ ରହିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ନିମନ୍ତେ ଜୋରଦାର ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ପୋଲିସ ପୀଡ଼ିତା ଯୁବତୀଙ୍କ ଡାକ୍ତରୀମାଇନା କରିଛି। ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି। ତେବେ ଏହି ଘଟଣାର ତଦନ୍ତଭାର ଜଣେ ଡିଏସପି ପାହ୍ୟା ଅଧିକାରୀଙ୍କୁ ଦିଆଯାଇଥିବା ଏସ୍‌ପି ପ୍ରକାଶ କରିଛନ୍ତି। ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ଅଭିଯୁକ୍ତଙ୍କୁ ଅବିଳମ୍ବେ ଗିରଫ କରା ନ ଗଲେ କଂଗ୍ରେସ ପକ୍ଷରୁ ଗଣଆନ୍ଦୋଳନ କରାଯିବ ବୋଲି କଟକ ଜିଲା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ ଚରମ ଚେତାବନୀ ଦେଇଛନ୍ତି।

 

Dharitri – Odisha’s No.1 Odia Daily