Posted inଫୁରସତ

୭ ମାସ ହେବ ବ୍ୟକ୍ତିଙ୍କ ପେଟରେ ବାଜୁଥିଲା ଘଣ୍ଟି: ଅଲ୍‌ଟ୍ରାସାଉଣ୍ଡ ପରେ ଡାକ୍ତର ଯାହା ଦେଖିଲେ ହୋଇଗଲେ ଆଶ୍ଚର୍ଯ୍ୟ

ଦୁନିଆରେ ଅନେକ ପ୍ରକାରର ଲୋକ ରହିଛନ୍ତି। ତେବେ ଅଧିକାଂଶ ଲୋକ ନିଜର ଶଉକ ପୂରଣ କରିବା ପାଇଁ ହେଉ ଅବା ଚର୍ଚ୍ଚାକୁ ଆସିବା ପାଇଁ ସେମାନେ କିଛି ବି କରିବାକୁ ରାଜି ଥାନ୍ତି। ତେବେ ଇଜିପ୍ଟର ସେମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏଠାକାର ଜଣେ ବ୍ୟକ୍ତି ଜଣେ ସମସ୍ତ ସୀମାକୁ ଟପିଯାଇଛନ୍ତି। ଏପରିକି ସେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଛନ୍ତି।
ବ୍ୟକ୍ତିଜଣଙ୍କ ନିଜର ଜଣେ ନ୍ଧୁଙ୍କ ସହ ବାଜି ଲଗାଇ ଏକ ମୋବାଇଲ ଫୋନ୍‌କୁ ଗିଳି ଦେଇଥିଲେ। ପେଟ ଭିତରେ ମୋମାଇଲ କିପରି ଶବ୍ଦକରୁଛି ତାହା ସେ ବନ୍ଧୁଙ୍କୁ ଶୁଣାଇବାକୁ ଚାହୁଁଥିଲେ। ତେବେ ତାଙ୍କ ପେଟ ମଧ୍ୟରେ ଘଣ୍ଟି ବାଜିବା ପରି ଶବ୍ଦ ଶୁଭୁଥିଲା। ଏହା ପରେ ବ୍ୟକ୍ତିଜଣଙ୍କ ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ଘରୋଇ ଉପାୟରେ ପେଟରୁ ମୋବାଇଲ ବାହାର କରିବାକୁ ଚେଷ୍ଟା କରିଥିଲେ। ରୋଷେଇ ଘରେ ଥିବା ଅନେକ ଜିନିଷ ସେ ଖାଇଲେ। ମାତ୍ର ମୋବାଇଲ ପେଟରୁ ବାହାରି ନ ଥିଲା। ଦୀର୍ଘ ୭ ମାସ ପର୍ଯ୍ୟନ୍ତ ମୋବାଇଲ ତାଙ୍କ ପେଟରେ ରହିଥିଲା। ପରେ କଷ୍ଟ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଲେ। ନିକଟସ୍ଥ ଡାକ୍ତରଖାନା ଗଲେ। ସେଠାରେ ଡାକ୍ତର ତାଙ୍କର ଅଲ୍‌ଟ୍ରାସାଉଣ୍ଡ କରିବା ପରେ ପେଟରେ ମୋବାଇଲ ଫୋନ୍‌ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସର୍ଜରୀ କରାଯାଇ ମୋବାଇଲକୁ ତାଙ୍କ ପେଟରୁ ବାହାର କରାଗଲା। ଉକ୍ତ ବ୍ୟକ୍ତିର ଘର ଲୋକ ମଧ୍ୟ ଘଟଣା ବିଷୟରେ କିଛି ହେଲେ ଜାଣି ନ ଥିଲେ। ତେବେ ବ୍ୟକ୍ତିଜଣଙ୍କ ନିଜ ପରିଚୟ ଲୁଚାଲ ରଖିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri