Posted inଫୁରସତ

ଷ୍ଟେଶନରେ ଗର୍ଲଫ୍ରେଣ୍ଡଙ୍କୁ ଏମିତି ପ୍ରେମ ନିବେଦନ କଲେ ଯୁବକ, ଦେଖଣାହାରୀ ଚକିତ

ଗର୍ଲଫ୍ରେଣ୍ଡକୁ ମନାଇବା ପ୍ରତ୍ୟେକ ପ୍ରେମିକ ପାଇଁ ସ୍ବତନ୍ତ୍ର ହୋଇଥାଏ। ଡବଲିନରେ ଜଣେ ଯୁବକ ତାଙ୍କ ପାଇଲଟ (ଟ୍ରେନ୍‌ ଡ୍ରାଇଭର) ତଥା ଗର୍ଲଫ୍ରେଣ୍ଡକୁ ସେହି ଟ୍ରେନ ସମ୍ମୁଖରେ ସର୍ବସାଧାରଣରେ ପ୍ରେମ ନିବେଦନ କରି ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଡବଲିନର ପିୟର୍ସ ଷ୍ଟେଶନର ଶେଷ ପଏଣ୍ଟରେ ଟ୍ରେନ୍‌ ଆସି ଅଟକିଲା। ଏଥିରୁ ଯେତେବେଳେ ମହିଳା ଟ୍ରେନ୍‌ ଡ୍ରାଇଭର ଓହ୍ଲାଇଲେ ତାଙ୍କ ପ୍ରେମିକ ପହଞ୍ଚି ତାଙ୍କୁ ପ୍ରେମ ନିବେଦନ କରିଥିଲେ। ଏହି ସମୟରେ ପ୍ରେମିକ ଜଣକ ଗର୍ଲଫ୍ରେଣ୍ଡଙ୍କୁ ଏକ ଫୁଲତୋଡ଼ା ମଧ୍ୟ ଦେଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଲୋକମାନେ ଚକିତ ହୋଇଯାଇଥିଲେ।

ଏହାପୂର୍ବରୁ କନୋର ଓ’ସୁଲିଭାନ ନାମକ ଜଣେ ଯୁବକ ଷ୍ଟେଶନରେ ଫୁଲତୋଡ଼ା ଧରି ଠିଆ ହୋଇଥିବା ଏବଂ ତୁମେ ମୋତେ ବିବାହ କରିବ କି ଲେଖାଥିବା ଏକ ବୋର୍ଡ ଧରି ତାଙ୍କ ପ୍ରେମିକାକୁ ଅପେକ୍ଷା କରିଥିବା ନଜର ଆସିଥିଲେ।

ଭିଡିଓ ଶେଷରେ ଦେଖିବାକୁ ମିଳିଛି ଟ୍ରେନ୍‌ରୁ ଓହ୍ଲାଇଥିବା ମହିଳା ପାଇଲଟ ଜଣକ କହୁଛନ୍ତି, ମୁଁ ଖ୍ରୀଷ୍ଟମାସ ପାଇଁ ସେପରି କିଛି ଆଶା କରୁଥିଲି, କିନ୍ତୁ ରେଳ ଷ୍ଟେଶନରେ ଏପରି ଘଟିବ ବୋଲି ମୁଁ କେବେ ଭାବି ନ ଥିଲି।

ଭାଇରାଲ ଭିଡିଓକୁ ଶେୟାର କରି ଜଣେ ୟୁଜର @Clodagh1990 ଲେଖିଛନ୍ତି, ୧୩ ଘଣ୍ଟାର ବ୍ୟସ୍ତ ଶିଫ୍ଟ ପରେ ଏପରି କିଛି ହୋଇପାରେ ବୋଲି ମୁଁ ଭାବୁନାହିଁ। ଅନ୍‌ଲାଇନ୍‌ରେ ଭିଡିଓ ଶେୟାର ହେବା ପରଠାରୁ ଏହି ଭିଡିଓକୁ ୩ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ଅନେକ ଲୋକ ଏଭଳି ପ୍ରସ୍ତାବ ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ତେହରାନ,୪।୪: ଗତ ପାଞ୍ଚ ସପ୍ତାହ ଧରି ଚାଲିଥିବା ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବେ ସବୁଠାରୁ ବିପଜ୍ଜନକ ଏବଂ ଅନିଶ୍ଚିତ ପର୍ଯ୍ୟାୟରେ ପ୍ରବେଶ କରିଛି।…

ଆମେରିକାକୁ ଦୋହଲାଇ ଦେଲା ଇରାନ: ୨୪ ଘଣ୍ଟାରେ କଲା ଏମିତି କ୍ଷତି, ଭୁଲିହେବନି

ତେହରାନ,୪।୪: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଗୁଡ ଫ୍ରାଇଡେ ଏକ ‘କଳା ଦିବସ’ ପାଲଟିଛି। ଇରାନ ଅତି କମରେ ଆମେରିକାର ଦୁଇଟି ଲଢ଼ୁଆ ବିମାନ, ପାଞ୍ଚଟି ଡ୍ରୋନ ଏବଂ…

ଖୋଲିବ କି ହର୍ମୁଜ୍ ପ୍ରଣାଳୀ? ଆମେରିକାର ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୪।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ଦାବି କରାଯାଇଛି ଯେ ଇରାନ ଶୀଘ୍ର ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବାର ସମ୍ଭାବନା ନାହିଁ । ଏହାର…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ଖୁସି ଖବର! ହର୍ମୁଜ ପାର୍ ହୋଇ ଭାରତ ଆସୁଛି ତେଲ-ଗ୍ୟାସ ଜାହାଜ, କମିଯିବକି ଦର?

ନୂଆଦିଲ୍ଲୀ,୪।୪: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ଅଛି । ଭାରତୀୟ ପତାକା ଲାଗିଥିବା ଜାହାଜ ସହିତ, ଅନ୍ୟ ତିନୋଟି ଜାହାଜ ସଫଳତାର…

ଟ୍ରମ୍ପଙ୍କୁ ବଡ଼ ଝଟକା: ପାକିସ୍ତାନରେ ଆଲୋଚନା କରିବାକୁ ମନା କଲା ଇରାନ, ୪୮ ଘଣ୍ଟାର ଅସ୍ତ୍ରବିରତି ସର୍ତ୍ତକୁ କଲା ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପାକିସ୍ତାନ, କାତାର ଏବଂ ତୁର୍କୀ ଦ୍ୱାରା ମଧ୍ୟସ୍ଥତା ପାଇଁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି, କାରଣ ଇରାନ…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri