Posted inଫୁରସତ

ଲୁଙ୍ଗି ପିନ୍ଧି ଫୁଟ୍‌ବଲ୍‌ ଖେଳୁଛନ୍ତି ଜେଜେ, ଭିଡିଓ ଦେଖିଲେ…

ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶରେ ଫୁଟବଲ ଉତ୍ସାହୀଙ୍କୁ ଦେଖିଥିବେ। ଏପରିକି ଭାରତରେ ମଧ୍ୟ ଫୁଟବଲର ଭୂତ ଲୋକଙ୍କ ମୁଣ୍ଡରେ ରହିଥାଏ। ମେସି-ରୋନାଲଡୋଙ୍କ ପରି କିମ୍ବଦନ୍ତୀ ଖେଳାଳିଙ୍କୁ ଦେଖି ଦେଶର ପ୍ରତ୍ୟେକ ପିଲା ଫୁଟବଲର୍‌ ହେବାକୁ ଚାହିଁଥାନ୍ତି। କିନ୍ତୁ କେବଳ ଯୁବକମାନେ ଫୁଟବଲ ବିଷୟରେ ଯେ ପାଗଳ, ତାହା ନୁହେଁ; ବୃଦ୍ଧମାନେ ମଧ୍ୟ ଏହା ପାଇଁ କ୍ରେଜ କରନ୍ତି। ଆଜିକାଲି ଏପରି ଜଣେ ବୃଦ୍ଧିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ପ୍ରଦୀପ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌ ପ୍ରସିଦ୍ଧ। ସେ ଜଣେ ଫ୍ରିଷ୍ଟାଇଲ ଫୁଟବଲ ଭିଡିଓ ପ୍ଲେୟାର। ଯିଏକି ଫୁଟବଲ ସହିତ ଜଡ଼ିତ ସମସ୍ତ କାର୍ଯ୍ୟକଳାପକୁ ଶେୟାର କରିଥାନ୍ତି। ନିକଟରେ ପ୍ରଦୀପ ନିଜ ଇନ୍‌ଷ୍ଟାଗ୍ରାମରେ ଜଣେ ବ୍ୟକ୍ତି (୬୪ ବର୍ଷୀୟ ବ୍ୟକ୍ତି ଫୁଟବଲ ଖେଳୁଥିବା)ର ଏକ ଭିଡିଓ ଶେୟାର କରିଛନ୍ତି।

ଯେଉଁଥିରେ ଜଣେ ବୃଦ୍ଧ ଲୁଙ୍ଗି ପିନ୍ଧିଥିବାର ନଜର ଆସିଛନ୍ତି। ପ୍ରଥମେ ପ୍ରଦୀପ ତାଙ୍କର ଦକ୍ଷତା ପ୍ରଦର୍ଶନ କରନ୍ତି ଯାହା ପ୍ରକୃତରେ ପ୍ରଶଂସନୀୟ, କିନ୍ତୁ ବୃଦ୍ଧ ବ୍ୟକ୍ତି ନିଜର ଦକ୍ଷତା ଦେଖାଇବା ଆରମ୍ଭ କରିବା ମାତ୍ରେ ପ୍ରଦୀପଙ୍କ ଆଖି ଲାଖିଯାଏ। ସେ ଫ୍ରିଷ୍ଟାଇଲ ଫୁଟବଲର ଯାଦୁକର ବୋଲି ପ୍ରମାଣ କରୁଥିବା ଦେଖାଯାଏ। ପ୍ରଦୀପ କ୍ୟାପ୍‌ଶନରେ ଲେଖିଛନ୍ତି, ତାଙ୍କ ସହ ଉପସ୍ଥିତ ଥିବା ବ୍ୟକ୍ତି ୬୪ ବର୍ଷ ବୟସରେ ଏକ ଟ୍ରକ୍‌ ଚଳାନ୍ତି କିନ୍ତୁ ସେ ଫୁଟବଲକୁ ବହୁତ ଭଲ ପାଆନ୍ତି। ସେଥିପାଇଁ ସେ ତାଙ୍କ ଟ୍ରକ୍‌ରେ ଏକ ଫୁଟବଲ କିଟ୍‌ ନେଇଥାନ୍ତ। ସେ ଓ୍ବାୟାନାଡ୍‌ ଫୁଟବଲ ଦଳର ସଦସ୍ୟ ମଧ୍ୟ ଥିଲେ। ଏହି ବୟସରେ ମଧ୍ୟ ସେ ଫୁଟବଲ ଖେଳିବାକୁ ଭଲ ପାଆନ୍ତି।

ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେଉଛି। ଏହାକୁ ୪୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୫ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ୍‌ କରିଛନ୍ତି। ଜଣେ ୟୁଜର କହିଛନ୍ତି, ଏହି ବ୍ୟକ୍ତି କିମ୍ବଦନ୍ତୀଠାରୁ କମ୍‌ ନୁହନ୍ତି। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ଏହି ବ୍ୟକ୍ତି ତାଙ୍କ ପାଇଁ ପ୍ରେରଣାଠାରୁ କମ୍‌ ନୁହନ୍ତି। ଅନେକ ୟୁଜର ଜେଜେଙ୍କ ଏପରି ପ୍ରତିଭାକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri