Posted inଫୁରସତ

ଗାଁର ବିକାଶ ପାଇଁ ନିଜ ରୋଜଗାରରୁ ଏତିକି କୋଟି ଖର୍ଚ୍ଚ କଲେ ଏହି ବ୍ୟକ୍ତି, ଜାଣିଲେ…

ନିଜ ଅପେକ୍ଷା କେବେ ପୂରା ଗାଁର କଥା ଚିନ୍ତା କରିଛନ୍ତି? ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି କିନ୍ତୁ ଏପରି କରି ଦେଖାଇଛନ୍ତି। ନିଜ ରୋଜଗାରର ସମସ୍ତ ଦରମା ଗାଁର ବିକାଶ କାମରେ ଖର୍ଚ୍ଚ କରିଦେଇଛନ୍ତି। ଖାଲି ଏତିକି ନୁହେଁ, ବ୍ୟାଙ୍କରୁ ଲୋନ୍‌ ନେଇ ଗାଁର ପୂରା ଚିତ୍ର ବଦଳାଇ ଦେଇଛନ୍ତି।

ଉତ୍ତରପ୍ରଦେଶର ହୈଦରପୁର ଗାଁର ରାମଗୋପାଳ ଦୀକ୍ଷିତ ଗାଁକୁ ବିକଶିତ କରିବା ପାଇଁ ଶପଥ ନେଇଥିଲେ। ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରି ସେ ଗାଁର ବିକାଶ କରାଇଛନ୍ତି।

ରାମଗୋପାଳ ଦୀର୍ଘବର୍ଷ ତଳେ ପଢ଼ିସାରିବା ପରେ ଦିଲ୍ଲୀ ଚାଲି ଚାଲିଯାଇଥିଲେ। ସେଠାରେ ସେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। କିଛି ବର୍ଷ ପରେ ରାମଗୋପାଳ ଗାଁକୁ ଆସିଥିଲେ। ରାସ୍ତାର ଦୁରାବସ୍ଥା ଦେଖି କିଛି ପରିବର୍ତ୍ତନ କରିବାକୁ ଚିନ୍ତା କରିଥିଲେ। କାରଣ ସ୍ଥାନୀୟ ଜନପ୍ରତିନିଧି ଗାଁର ରାସ୍ତାଘାଟ ପ୍ରତି ଦୃଷ୍ଟି ଦେଉ ନ ଥିଲେ। ଗାଁକୁ ଭଲ ରାସ୍ତାଟିଏ ନ ଥିଲା କି ବିଜୁଳି ନ ଥିଲା କି ପିଇବା ପାଣିର ସୁବିଧା ନ ଥିଲା। ରାମଗୋପାଳ ଗାଁର ବିକାଶ କରିବା ପାଇଁ ସଂକଳ୍ପ ନେଇଥିଲେ।

ନିଜ ରୋଜଗାରରେ ପୂରା ଗାଁଟାକୁ ଏବେ ରାମଗୋପାଳ ବଦଳାଇ ଦେଇଛନ୍ତି। ନିଜ ଜମି ଦାନ କରି ସେଠାରେ ଏକ କମ୍ୟୁନିଟି ହଲ୍‌ ବି ନିର୍ମାଣ କରିଛନ୍ତି। ଗାଁରେ ଥିବା ବିଦ୍ୟାଳୟରେ ଶୌଚାଳୟ ନ ଥିଲା। ତାକୁ ମଧ୍ୟ ରାମଗୋପାଳ ନିର୍ମାଣ କରାଇଛନ୍ତି।

ଗାଁ ବିକାଶ କାର୍ଯ୍ୟରେ ରାମଗୋପାଳ ପ୍ରାୟ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବ୍ୟାଙ୍କରୁ ୬୫ ଲକ୍ଷ ଟଙ୍କା ଲୋନ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨୮ତମ ଜନ୍ମଦିନରେ ସୁସ୍ଥ ରହିବାର ରାଜ୍‌ ଖୋଲିଲେ ବୃଦ୍ଧା

ଦକ୍ଷିଣ ଆଫ୍ରିକାର ଉତ୍ତର ପଶ୍ଚିମ ପ୍ରଦେଶର ବାସିନ୍ଦା ଜୋହାନା ମାଜିବୁକୋ ମେ ୧୧ରେ ତାଙ୍କର ୧୨୮ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଏବେ...

୩ ଲକ୍ଷ ଟଙ୍କିଆ ଚା’ରୁ ଆରମ୍ଭ ହୁଏ ନୀତା ଅମ୍ବାନୀଙ୍କ ଦିନ: ଜାଣନ୍ତୁ….

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ...

ଅଜବ ଚୋର

ଚୋରିର ଏକ ଅଜବ ଘଟଣା ନିକଟରେ ଦେଖିବାକୁ ମିଳିଛି। ପେରୁରେ ତିନିଜଣ ଚୋର ଏକ ଶୋ’ରୁମ୍‌ରେ ରାତି ସାଢେ ତିନିଟାରେ ଲକ୍‌ ଭାଙ୍ଗି ପଶିଲେ। ଆଉ...

ଦୁନିଆର ଏକମାତ୍ର ପ୍ରାଣୀ ଯାହାର ଦୁଗ୍ଧର ରଙ୍ଗ ଗୋଲାପି, ଜାଣିଛନ୍ତି କି ନାମ…

ପ୍ରତ୍ୟେହ ଦୁଗ୍ଧ ପିଇବା ସ୍ବାସ୍ଥ୍ୟ ପକ୍ଷେ ଲାଭକାରୀ। ଡାକ୍ତର ବି ଏନେଇ ପରାମର୍ଶ ଦେଇଥାନ୍ତି। ତେବେ ପ୍ରତି ପଶୁଙ୍କ ଦୁଗ୍ଧ ଧଳା ବୋଲି ଲୋକଙ୍କ ଧାରଣା...

କରୋନାର ତୃତୀୟ ଲହର ପ୍ରସ୍ତୁତି: ମାଙ୍କଡ଼ର ଭାଇରାଲ ଭିଡିଓ ଦେଖିଲେ…

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

କୁକୁରର ଓଜନ ୭୦ କିଲୋଗ୍ରାମରୁ ଅଧିକ, ଭିଡିଓ ଦେଖିଲେ…

ମଣିଷ ଏବଂ କୁକୁରମାନଙ୍କ ମଧ୍ୟରେ ସମ୍ପର୍କ ବେଶ୍‌ ଘନିଷ୍ଠ। ଏପରିକି ମଣିଷମାନେ ନିଜ ପିଲାମାନଙ୍କ ପରି କୁକୁରଙ୍କୁ ବଢ଼ାଇଥାନ୍ତି। ଆଜିର ଯୁଗରେ ଅନେକ ପ୍ରଜାତିର କୁକୁର...

ବିନାଶ ଆଡ଼କୁ ମୁହାଁଉଛି ପୃଥିବୀ

ଓ୍ବାଲର୍‌ଡ ଓ୍ବାଇଡ୍‌ ପାଣ୍ଠି (WWF) ବିଶ୍ୱକୁ ଏକ ବଡ଼ ଚେତାବନୀ ଦେଇଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ କହିଛି, ଆସନ୍ତା ଦଶନ୍ଧିରେ ପୃଥିବୀ ବିନାଶ ଆଡ଼କୁ ମୁହାଁଉଛି। ପରିବେଶ ଏବଂ...

ଜେଲ୍‌ରେ ଥାଇ ଭଉଣୀଙ୍କୁ ରକ୍ଷା କରିବେ କଏଦୀ ଭାଇ, ଉପହାର ଦେବେ ହାତ ତିଆରି ମାସ୍କ

ଲକ୍ଷ୍ନୌ,୨୧ା୮:   ରକ୍ଷାବନ୍ଧନ ହେଉଛି ଭଉଣୀ-ଭାଇଙ୍କ ପବିତ୍ର ଉତ୍ସବ। ଏହିଦିନ ଭଉଣୀ ନିଜ ଭାଇମାନଙ୍କ ଦୀର୍ଘଜୀବନ କାମନା କରି ରାଖୀ ବାନ୍ଧିଥାନ୍ତି। ଭାଇ ମଧ୍ୟ ଭଉଣୀଙ୍କର ରକ୍ଷା...

Advertisement
Archives

Model This Week