Posted inଫୁରସତ

ଅଧା ସିଝା ମାଛ ତରକାରୀ ଖାଇବା ଏହି ବ୍ୟକ୍ତିଙ୍କୁ ପଡ଼ିଲା ମହଙ୍ଗା, ଯାହା ଦେଖି ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା କବଳିତ। ଲୋକେ ଏଥିରୁ ନିସ୍ତାର ପାଇବା ପାଇଁ ବାଟ ଖୋଜୁଛନ୍ତି। ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାରରସ୍‌ ବିଶ୍ୱରୁ କେବେ ମୂଳପୋଛ ହେବ ସେ ନେଇ ସମସ୍ତେ ଚିନ୍ତାରେ। ଠିକ୍‌ ଏହି ସମୟରେ ଚାଇନାରେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବ୍ୟକ୍ତିଙ୍କୁ ଅଧା ସିଝା ମାଛ ଖାଇବା ମହଙ୍ଗା ପଡ଼ିଛି।


ଏକ ରିପୋର୍ଟ ଅନୁଯାୟୀ, ଚାଇନାର ହାଙ୍ଗଝୁରେ ରହୁଥିବା ୫୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଅଧା ରନ୍ଧା ମାଛ ତରକାରୀ ଖାଇବା ମହଙ୍ଗା ପଡ଼ିଛି। ପେଟରେ ଦରଜ ହେବା, ବାନ୍ତିହେବା, ଥକ୍କା ଲାଗିବା ଏବଂ ଭୋକ ନ ହେବା ପରି ଲକ୍ଷଣ ତାଙ୍କଠାରେ ଦେଖାଦେଇଥିଲା। ଏସବୁ ସମସ୍ୟା ଭୋଗିବା ପରେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ୪ ମାସ ଧରି ଔଷଧ ଖାଇବା ପରେ ମଧ୍ୟ କମି ନ ଥିଲା। ଡାକ୍ତରଙ୍କ ନିକଟକୁ ପୁଣି ଥରେ ଯିବାରୁ ଡାକ୍ତର ସ୍କାନ୍‌ କରିବାକୁ ପରାମର୍ଶ ଦେଇଥିଲେ। ସ୍କାନ୍‌ରେ ଡାକ୍ତର ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ବ୍ୟକ୍ତିଙ୍କୁ କ୍ଲୋନୋକାୟାସିସ୍‌ ନାମକ ଇନ୍‌ଫେକ୍ସନ ହୋଇଥିଲା। ଯାହାର କାରଣ ପାରାସାଇଟ୍‌ ( ଏକ ପ୍ରକାର ପୋକ)। ଯାହାକୁ ଫ୍ଲାଟ୍‌ଓ୍ବର୍ମ କୁହନ୍ତି। ଏହି ଓ୍ବର୍ମ ବା କୃମି ପେଟ ଭିତରକୁ ଚାଲିଯାଇଥିଲା। ବ୍ୟକ୍ତିଙ୍କ ଲିଭର ବା ଯକୃତରେ ଅଣ୍ଡା ଦେବା ଆରମ୍ଭ କରିଥିଲା। ପେଟ ଭିତରେ ଏକ ବଡ଼ ଥଳି ବଢ଼ିବାକୁ ଲାଗିଥିଲା।


ଡାକ୍ତରଙ୍କ ଅନୁଯାୟୀ, ଏହି କୃମି ଯେଉଁ ଥଳିରେ ବଢ଼ିଥିଲା, ତାହା ୧୯ ସେଣ୍ଟିମିଟର ଲମ୍ବ ଏବଂ ୧୮ ସେଣ୍ଟିମିଟର ଚଉଡ଼ା ଏବଂ ୧୨ ସେଣ୍ଟିମିଟର ଥିଲା। ଏହି କାରଣ ଯୋଗୁ ଲିଭରରେ ମଧ୍ୟ ଛୋଟ ଛୋଟ ଟ୍ୟୁମର ହୋଇଥିଲା। ତେବେ ଲିଭର ଅପରେଶନ କରିବା ପାଇଁ ଡାକ୍ତର ନିଷ୍ପତ୍ତି ନେଇଥିଲେ। ସେଥିରୁ ଅସଂଖ୍ୟ ଛୋଟଛୋଟ ଅଣ୍ଡା ପାଇଥିଲେ। ଏହି ବ୍ୟକ୍ତିଜଣକ ଏବେ ହସ୍ପିଟାଲରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri