କରୋନା ରୋଗୀଙ୍କୁ ଆଇସିୟୁରୁ ହସ୍ପିଟାଲ ବାହାରକୁ ନେଇଗଲେ, ଆଉ ତା’ପରେ…

ବିହାର: ବିହାରରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ସେଠାରେ କରୋନା ପଜିଟିଭ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏତେ ସଂଖ୍ୟକ କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍‌ ମଧ୍ୟ ମିଳିବା କଷ୍ଟକର ହୋଇପଡ଼ୁଛି। ତେଣୁ କରୋନା ରୋଗୀଙ୍କ ପାଇଁ ଅସୁବିଧା ଆହୁରି ବଢ଼ୁଛି। ଭାଗଲପୁରର ଜବାହାରଲାଲ ନେହେରୁ ମେଡିକାଲ କଲେଜ-ହସ୍ପିଟାଲ ରାଜ୍ୟର କୋଭିଡ ସ୍ପେଶାଲ ହସ୍ପିଟାଲରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଏହାର ଅବସ୍ଥା ଅତ୍ୟନ୍ତ ଭୟଙ୍କର ହୋଇପଡ଼ିଛି। ଏହି ହସ୍ପିଟାଲ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କରୋନା ରୋଗୀଙ୍କୁ ବାହାର ପବନ ଖୁଆଇବା ପାଇଁ ପରିବାର ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ଡାକ୍ତରଖାନା ବାହାରକୁ ନେଇଗଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି।
ଡାକ୍ତରଖାନାରେ ମୋଟ ୮ଶହ ଶଯ୍ୟା ରହିଛି। ଏହା ତୁଳନାରେ ଡାକ୍ତର ଏବଂ କର୍ମଚାରୀଙ୍କର ସଂଖ୍ୟା ଖୁବ୍‌ କମ୍‌। ତେବେ ହସ୍ପିଟାଲର ତୃତୀୟ ମହଲାର ଆଇସିୟୁରେ ରହି ଜଣେ ରୋଗୀ ଚିକିତ୍ସିତ ହେଉଥିଲେ। ତାଙ୍କୁ ଖୋଲା ପବନର ଆବଶ୍ୟକତା ଥିଲା। ତେଣୁ ପରିବାର ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ରୋଗୀଙ୍କୁ ଆଇସିୟୁ ବେଡ୍‌ ଏବଂ ଅମ୍ଳଜାନ ଟ୍ରଲି ସହିତ ହସ୍ପିଟାଲ ବାହାରକୁ ଟାଣି ନେଇଥିଲେ। ତେବେ ରୋଗୀଙ୍କ ପରିବାର ଲୋକେ କେହି ମାସ୍କ ପିନ୍ଧି ନ ଥିଲେ। ଡାକ୍ତରମାନେ ସେମାନଙ୍କୁ ଅଟକାଇବାରୁ ପରିବାର ଲୋକେ ଧମକ ଦେଇଥିଲେ। ଏ ନେଇ ପୋଲିସକୁ ଖବର ଦିଆଯାଇଥିଲା ବୋଲି ଡାକ୍ତମାନେ କହିଛନ୍ତି। ଏହି ଘଟଣାଟି ଜୁଲାଇ ୧୯ ତାରିଖର। ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଣିଥରେ ଏହା ଚର୍ଚ୍ଚାକୁ ଆସିଛି। ତେବେ ହସ୍ପିଟାଲରେ ଠିକ୍‌ଭାବେ ଚିକିତ୍ସା ହେଉ ନ ଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ଅଟଳ ଭୂଜଳ ଯୋଜନା: ୮ ହଜାରରୁ ଅଧିକ ଗାଁରେ ପହଞ୍ଚିବ ପିଇବା ପାଣି

ନୂଆଦିଲ୍ଲୀ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଟଳ ଭୂଜଳ ଯୋଜନା ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଥାନାରୁ ୨୫ ଲକ୍ଷ ଚୋରି, ଜେରା ବେଳେ ଆଖି ବୁଜିଲେ ଅଭିଯୁକ୍ତ

ଆଗ୍ରା,୨୦।୧୦: ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ଜଗଦୀଶପୁରା ଥାନାରୁ ୨୫ ଲକ୍ଷ ଟଙ୍କା ଚୋରି କରିବା ଅଭିଯୋଗରେ ପୋଲିସ ଜେରା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ହାଜତ...

କଲମ ନା କ୍ଷେପଣାସ୍ତ୍ର…

କୁହାଯାଏ ‘ଖଣ୍ଡାଠାରୁ କଲମର ଶକ୍ତି ଅଧିକ’। ତେବେ ଏଠାରେ ଲେଖିବା ବିଷୟରେ କୁହାଯାଇଥାଏ। ହେଲେ ଏବେ ଏଭଳି ଏକ କଲମ ଚର୍ଚ୍ଚାରେ ଯାହାକୁ ଉଠାଇବା ଲାଗି...

ମୁମ୍ବାଇରେ ୧୪୪ ଧାରା, ୭ ଜାନୁୟାରୀ ପର୍ଯ୍ୟନ୍ତ ହୋଇପାରିବନି କୌଣସି ପାର୍ଟି

ମୁମ୍ବାଇ,୩୦ ।୧୨: ଦେଶରେ ପୁଣି ବଢିଲାଣି କରୋନା ସଂକ୍ରମଣ । ଏଥର ବି ଆଗରେ ରହିଲାଣି ମହାରାଷ୍ଟ୍ର । ଗତ ୨୪ ଘଣ୍ଟାରେ ସେଠାରେ ୨୫୧୦...

ନଡ଼ାମୂଳ ଜଳାଇବାକୁ ନେଇ କାହିଁକି ଯୁକ୍ତିତର୍କ, ଦିଲ୍ଲୀ ସରକାରଙ୍କୁ ସୁପ୍ରମିକୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୧୫।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଇଥିବା ଘଟଣାକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଜାରି ରହିଥିବା ନିର୍ମାଣ...

ଅବସର ନେଲେ ବିପିନ ରାଓ୍ବତ

ନୂଆଦିଲ୍ଲୀ,୩୧।୧୨: ଭାରତୀୟ ସେନାରେ ୩ ବର୍ଷର କାର୍ଯ୍ୟକାଳ ପରେ ମଙ୍ଗଳବାର ସେନାମୁଖ୍ୟ ବିପିନ ରାଓ୍ବତ ଅବସର ନେଇଛନ୍ତି। କାର୍ଯ୍ୟକାଳର ଶେଷ ଦିନରେ ସେ ଓ୍ବାର ମେମୋରିଆଲ...

ଆଜି ନାମାଙ୍କନପତ୍ର ଦାଖଲ କରିବେ ମାର୍ଗାରେଟ୍‌ ଆଲ୍‌ଭା

ନୂଆଦିଲ୍ଲୀ,୧୯।୭: ଉପରାଷ୍ଟ୍ରପତି ନିର୍ବାଚନ ଲାଗି ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବେ ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭା। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ମାର୍ଗାରେଟ୍‌ଙ୍କ...

ଇନ୍ଦୋର କରୋନା ସଂକ୍ରମଣର ହଟ୍‌ସ୍ପଟ

ଇନ୍ଦୋର,୧୨।୪: ବାଣିଜି୍ୟକ, ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସର୍ବଦା ଜଡ଼ିତ ରହିଆସିଥିବା ଇନ୍ଦୋର ସହର ମଧ୍ୟପ୍ରଦେଶରେ କରୋନା ସଂକ୍ରମଣର ହଟ୍‌ସ୍ପଟ ପାଲଟିଛି। ରାଜ୍ୟରେ ମୋଟ ୩୬ କରୋନା...

Advertisement
Archives

Model This Week