Posted inଜାତୀୟ

ସୋସିଆଲ ମିଡିଆ ପାଇଁ ବଞ୍ଚିଗଲେ ଯୁବକ

ନୂଆଦିଲ୍ଲୀ,୨୧।୧୦: ଫେସବୁକ୍‌ରେ ଲାଇଭ୍‌ ଷ୍ଟ୍ରିମିଂ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ୪୩ ବର୍ଷୀୟ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୋସିଆଲ ମିଡିଆ ପକ୍ଷରୁ ଇ-ମେଲ ପାଇବା ପରେ ତୁରନ୍ତ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି।

ଡିସିପି କେ ପି ଏସ୍‌ ମଲହୋତ୍ରା କହିଛନ୍ତି, ଜଣେ ବ୍ୟକ୍ତି ଲାଇଭ୍‌ ଭିଡିଓ ଜରିଆରେ ଅପରାହ୍ନ ୧ଟା ୩୦ରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏ ନେଇ ଅପରାହ୍ନ ୨ଟାରେ ଫେସବୁକରୁ ଏକ ଜରୁରୀକାଳିନ ଇ-ମେଲ ଆସିଥିଲା। ଏହାପରେ ତଦନ୍ତ ଆରମ୍ଭ କରିଥିଲା ଦିଲ୍ଲୀ ପୋଲିସର ସାଇବର ସେଲ। ପ୍ରଥମେ ଆକାଉଣ୍ଟ ସହ ଜଡ଼ିତ କଣ୍ଟାକ୍ଟ ନମ୍ବର ମିଳିବା ପରେ ନମ୍ବରକୁ ଟ୍ରେସ କରିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଘର ଦିଲ୍ଲୀର ରାଜୋରି ଗାର୍ଡେନ ଅଞ୍ଚଳରେ ବୋଲି ଜଣାପଡ଼ିଥିଲା।

ଏହି ସୂଚନା ଆମେ ରାଜୋରି ଗାର୍ଡେନ ପୋଲିସ ସହ ଶେୟାର କରିଥିଲୁ। ସେମାନେ ଅପରାହ୍ନ ୩ଟା ୧୫ରେ ଉକ୍ତ ଯୁବକଙ୍କ ବାସଭବନରେ ପହଞ୍ଚିଥିଲେ। ସେତେବେଳେ ଉକ୍ତ ବ୍ୟକ୍ତି ଚେତା ହରାଇ ସାରିଥିଲେ।

ତଦନ୍ତରୁ ଜଣାପଡ଼ିଲା ଯେ, ଥାଇରଏଡ୍‌ ରୋଗର ଚିକିତ୍ସାରେ ବ୍ୟବହୃତ ହେଉଥିବା ସିରପର ମାତ୍ରାଧିକ ସେବନ କରିଥିଲେ। ୩ ବର୍ଷ ତଳେ ତାଙ୍କ ଚାକିରି ଚାଲିଯିବାରୁ ଘର ଛାଡ଼ି ପଳାଇଥିଲେ ସ୍ତ୍ରୀ। ବିଭିନ୍ନ ରୋଗରେ ପୀଡ଼ିତ ଥିବାରୁ ସେ ମାନସିକ ଚାପରେ ରହୁଥିଲେ। ଘଟଣା ଦିନ ସକାଳେ ପତ୍ନୀଙ୍କ ସହ ଫୋନରେ କଥା ହୋଇ ଘରକୁ ଫେରିବାକୁ କହିଥିଲେ। କିନ୍ତୁ ସେ ମନା କରି ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri