Categories: ରାଜ୍ୟ

ମାଛଧରାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା

ବାରିପଦା ଅଫିସ,୧ା୪- ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ଭାଗବତଚନ୍ଦ୍ରପୁର ପଞ୍ଚାୟତ ଧାନଶୋଳ ଗ୍ରାମରେ ମାଛଧରାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସନ୍ତୋଷ ଭକ୍ତା। ଏନେଇ ପୋଲିସ ଏକ ମାମଲା(ନଂ.୧୦୬/୨୧) ରୁଜୁ କରି ସେହି ଗ୍ରାମର ଗିରିଧାରୀ ସିଂ ଓ କୁନା ସିଂଙ୍କୁ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ସନ୍ତୋଷ ଗ୍ରାମ ପୋଖରୀରୁ ମାଛ ଧରୁଥିଲେ ା ଏହାପରେ ସନ୍ତୋଷଙ୍କୁ ନିସ୍ତୁକ ମାଡ୍‌ ଥିଲେପୋଖରୀକୁ ଲିଜ ନେଇ ମାଛ ଚାଷ କରିଥିବା ଗିରିଧାରୀ ଓ କୁନା। ଘଟଣାସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ଘଟିବାରୁ ଗିରିଧାରୀ ଓ କୁନା ମୃତଦେହକୁ ପୋଖରୀ ଭିତରେ ପୋତି ଦେଇଥିଲେ। ପରେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।