ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଜବତ ହୋଇଛି। ମୃତଦେହଟି ପ୍ରାୟ ତିନି ଚାରି ଦିନ ତଳର ହୋଇଥିବା ପୋଲିସ ଅନୁମାନ କରୁଛି। ରବିବାରରେ ସେହି ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତି ଦୁର୍ଗନ୍ଧ ହେବାରୁ ସୁଳିଆ ପାହାଡ଼ ନିକଟକୁ ଯାଇ ସେଠାରେ ଏକ ଖାଲୁଆ ସ୍ଥାନରେ ଏକ ଗଳିତ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।

ଛତ୍ରପୁର ଏସ୍‌ଡିପିଓ ଚନ୍ଦନ ଘଡ଼େଇ, ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଏସ୍‌ଆଇ ପିଙ୍କିନି ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତ ବ୍ୟକ୍ତିଙ୍କ ଶରୀରରେ ବିଭିନ୍ନ ଆଘାତ ଚିହ୍ନ ରହିଥିବା ବେଳେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଥିବା ସନ୍ଦେହ କରାଯାଉଛି। ପାରିପାର୍ଶିକ ସ୍ଥିତିକୁ ଦେଖି ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝଡ଼ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର: ଏହି ଜିଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୧୬ା୩ (ବନ୍ଦନା ସେଠୀ):ରାଜ୍ୟରେ କିଛିଦିନ ହେବ ଜାରି ରହିଥିବା ଖରା ଓ ଗରମରେ ବ୍ରେକ୍‌ ଲାଗିଛି। ଝଡ଼ବର୍ଷା ଯୋଗୁ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ…

ଦିଲ୍ଲୀ ଘର ଠିକଣା: ନୂଆ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର, ୧୬।୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ଲାଗି ସବୁ ଦଳ ନିଜ ବିଧାୟକମାନଙ୍କୁ ଗୋଠକରି ରଖିବାକୁ ସମସ୍ତ ଉଦ୍ୟମ ଚଳାଇଛନ୍ତି। ମାତ୍ର ବିରୋଧୀ ଦଳ ବିଜେଡି ଏବଂ…

ହର୍ଷିତ ରାଣା ଆଇପିଏଲରୁ ବାଦ ପଡ଼ିଲେ, ତାଙ୍କ ସ୍ଥାନ ନେଇ ପାରନ୍ତି ଏହି ୩ ଖେଳାଳି

ନୂଆଦିଲ୍ଲୀ,୧୬।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ (IPL) ପାଇଁ ବିଗୁଲ ୨୮ ମାର୍ଚ୍ଚରେ ବାଜିବାକୁ ଯାଉଛି; କିନ୍ତୁ, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, କୋଲକାତା ନାଇଟ ରାଇଡର୍ସ…

ନେତାନ୍ୟାହୁଙ୍କୁ ହତ୍ୟା ଆଇଆର୍‌ଜିସିର ଲକ୍ଷ୍ୟ

ତେହରାନ୍‌,୧୬ା୩: ଇରାନ୍‌-ଆମେରିକା ଯୁଦ୍ଧ ରବିବାର ୧୬ ଦିନ ଅତିକ୍ରମ କରିଥିଲାବେଳେ ଆମେରିକାର ବିଭିନ୍ନ ଠିକଣା ସମେତ ଇସ୍ରାଏଲ ଉପରେ ଇରାନ୍‌ର ଆକ୍ରମଣ ଜାରି ରହିଛି। ଏହାମଧ୍ୟରେ ଇରାନ୍‌ର ଇସ୍‌ଲାମିକ୍‌…

SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ…

ଆଜି ୩୭ ରାଜ୍ୟ ସଭା ଆସନ ପାଇଁ ଭୋଟ

ନୂଆଦିଲ୍ଲୀ,୧୬ା୩: ୧୦ ରାଜ୍ୟରେ ଖାଲି ହେବାକୁ ଥିବା ୩୭ ରାଜ୍ୟ ସଭା ଆସନ ପାଇଁ ସୋମବାର ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।…

SCBରେ ବଡ଼ଧରଣର ଅଗ୍ନିକାଣ୍ଡ: ୧୦ ମୃତ, ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା…

ଆଜି ରାଜ୍ୟ ସଭା ଭୋଟ, ମଇଦାନରେ ୫ ପ୍ରାର୍ଥୀ

ଭୁବନେଶ୍ୱର, ୧୬।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ସୋମବାର ଭୋଟ ହେବ। ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍‌ କୁମାର, ମମତା ମହନ୍ତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri