ମମିତା ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ,୨୦ା୧୦: ମମିତା ମେହେର ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବଲାଙ୍ଗୀର ଏସ୍‌ପି ଅଫିସରୁ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସିଙ୍କ କୋର୍ଟକୁ ନିଆଯାଇଛି।

ମଙ୍ଗଳବାର କଳାହାଣ୍ଡି ଜିଲା ମହାଲିଙ୍ଗ ଗ୍ରାମ ନିର୍ମାଣାଧୀନ ମିନି ଷ୍ଟାଡିୟମ ପଡ଼ିଆ ଖୋଳା ଯିବା ପରେ ସେଠାରୁ କିଛି ଖଣ୍ଡ ହାଡ଼, ପାଉଁଜି, ଏକ ସୁନାଚେନ ଓ ଏକ ବ୍ୟାଗ ମିଳିଥିଲା ଓ ବଙ୍ଗୋମୁଣ୍ଡା ଥାନାର ବୁଢୀପଦର ଗାଁ ଆଖୁ କିଆରିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଗିରଫ ହୋଇଥିଲେ।