ମମିତା ହତ୍ୟା ମାମଲା: ଛାତ୍ରୀନିବାସରେ ପହଞ୍ଚିଲା ପ୍ରଶାସନିକ ଟିମ୍‌

ଭବାନୀପାଟଣା/ଗୋଲାମୁଣ୍ଡା,୩।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ମମିତା ମେହେର ହତ୍ୟା ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଛି। ସୋମବାର ମହାଲିଙ୍ଗ କଲେଜରେ ପହଞ୍ଚତ୍ କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ପାୱାର ସଚିନ ପ୍ରକାଶ ତଦନ୍ତ କରିଥିବା ବେଳେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌)ଙ୍କ ଗାଇଡଲାଇନ ଅନୁସାରେ ବୁଧବାର ପୁଣି ଉପଜିଲାପାଳଙ୍କ ସମେତ ଭାରପ୍ରାପ୍ତ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଧିକାରୀ ନିର୍ମଳ ମହାନ୍ତି, ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲ ପ୍ରମୁଖ ମହାଲିଙ୍ଗ କଲେଜରେ ପହଞ୍ଚତ୍ ତଦନ୍ତ କରିଥିଲେ। ସେଠାରେ ଥିବା ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରୀନିବାସକୁ ଯାଇ ଟିକିନିଖି ଯାଞ୍ଚ କରିଥିଲେ। ଏ ନେଇ ଧର୍ମଗଡ଼ ଉପଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ପଚାରିବାରୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗର ଗାଇଡ୍‌ଲାଇନ ଅନୁଯାୟୀ ତଦନ୍ତ କରାଯାଇଥିଲା। ଏହାର ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ଦିଆଯିବ ବୋଲି ପ୍ରକାଶ କରିଥିଲେ। ଅନ୍ୟପଟେ ଉପଜିଲାପାଳ ପହଞ୍ଚତ୍ବା ପୂର୍ବରୁ କଲେଜ ପରିଚାଳନା କମିଟି ଓ ଅଭିଭାବକ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବପରି କିଭଳି କଲେଜ ସୁରୁଖୁରୁରେ ଚାଲିବ ଓ ଛାତ୍ରୀମାନେ କିପରି ସୁରକ୍ଷିତ ରହିବେ ସେ ନେଇ ଅଭିଭାବକମାନେ ପରିଚାଳନା କମିଟି ସହ ଉପଜିଲାପାଳଙ୍କୁ ଜଣାଇଥିଲେ।