କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ ନେଇ ଆସିଲା ମମତାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଭାଜପା…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀ ଦଳୀୟ ନେତାଙ୍କ ଉପରେ ଆକ୍ରମଣ ଅଭିଯୋଗ ନେଇ ଭାରତୀୟ ଜନତା ପାର୍ଟି (ଭାଜପା)କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବରିଷ୍ଠ ଟିଏମ୍‌ସି ନେତା ଏବଂ ଏମ୍‌ପି ଅଭିଷେକ ବାନାର୍ଜୀ ଏବଂ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ ଏକ ଯୋଜନାବଦ୍ଧ ଘଟଣା ଥିଲା।

ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ରେ ପୋଷ୍ଟ କରି ମମତା ଲେଖିଛନ୍ତି, ଭାଜପା ସମର୍ଥକମାନେ ଗତକାଲି ଲୋକ ସଭା ଫ୍ଲୋର୍‌ ନେତା ଅଭିଷେକ ବାନାର୍ଜୀଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିଲେ ଏବଂ ତାଙ୍କୁ ଲିଞ୍ଚ କରିବାକୁ ଚେଷ୍ଟା କରିଥିଲେ। ଘଟଣାର ଭୟଙ୍କର ଭିଡିଓ ସାର୍ବଜନୀନ ଭାବରେ ଉପଲବ୍ଧ।

Dharitri – Odisha’s No.1 Odia Daily

Share