୩୦ରେ ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ କରିବେ ମମତା: ପୁରୀରୁ ଆସିବେ ଦଇତାପତି, ପଣ୍ଡିତ

ଭୋଗରାଇ, ୨୧।୪( ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ସାହାବାଜିପୁର ଠାରୁ ମାତ୍ର ୨ କିମି ଦୂର ପଶ୍ଚିମବଙ୍ଗ ନିଉ ଦୀଘା ରେଳଷ୍ଟେସନ ନିକଟରେ ୨୦ ଏକର ଜାଗାରେ ୨ ଶହ ୫୦ କୋଟି ଟଙ୍କା ବ୍ୟୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ନୂତନ ଅନ୍ୟ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ଶେଷ ହୋଇଛି l ଆସନ୍ତା ପବିତ୍ର ଅକ୍ଷୟ ତୃତୀୟାରେ ଏହି ନୂତନ ଜଗନ୍ନାଥ ମନ୍ଦିରରେ ଭଗବାନ ବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନଥଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିବେ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି l ଏଥି ଲାଗି ପୁରୀ ଶ୍ରୀମନ୍ଦିରରୁ ଦଇତାପତି ଓ ପଣ୍ଡିତ ମାନେ ଦୀଘା ଜଗନ୍ନାଥ ମନ୍ଦିରକୁ ଆସି ସମସ୍ତ ଦିବ୍ୟ ଓ ଭବ୍ୟ କାର୍ଯ୍ୟକ୍ରମର ଅଂଶ ଗ୍ରହଣ କରିବାକୁ ନେଇଁ ଦୀଘା – ଶଙ୍କରପୁର ଉନ୍ନୟନ ପରିଷଦ ଓ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସୂଚନା ମିଳିଛିl

ଓଡିଶା ସୀମାନ୍ତ ବଙ୍ଗୋପସାଗର କୂଳରେ ଦୀଘା ପର୍ଯ୍ୟଟନ କେନ୍ଦ୍ରକୁ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷଣ ଓ ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡିସେମ୍ବର ୨୦, ୨୦୧ ୮ ମସିହାରେ ଦୀଘାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭଳି ଏଠାରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ହେବ ବୋଲି ଉଚ୍ଚ ପ୍ରଶାସନିକ ବୈଠକରେ ଘୋଷଣା କରିଥିଲେ l ୨୦୨୨ ମସିହାରେ ପ୍ରଥମେ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ବଙ୍ଗ ସରକାର ୨ ଶହ କୋଟି ଟଙ୍କା ଅର୍ଥ ମଞ୍ଜୁର କରି ଖୁବଶୀଘ୍ର ମନ୍ଦିର ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ l ୬୫ ଫୁଟ ଉଚ୍ଚର ଏହି ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ହିଡ଼କୋ ସଂସ୍ଥା ହାତକୁ ନେଇଥିବାବେଳେ ରାଜସ୍ଥାନର ନାମୀ ମାର୍ବଲ ପଥରରେ ଶ୍ରୀଜଗନ୍ନାଥ ମନ୍ଦିର ସହ ଆଠଟି ମନ୍ଦିର ନିର୍ମିତ ହୋଇଛି l ମେଘନାଦ ପ୍ରାଚେରୀ ଭଳି ପ୍ରଥମ ମନ୍ଦିରରେ ପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ଭଗବାନ ଶ୍ରୀ ଜଗନ୍ନାଥ ପଥରରେ ମୂର୍ତ୍ତି ରହିଥିବାବେଳେ ମନ୍ଦିରର ୪ ଦ୍ୱାର ସହ ୨ ୟ ମନ୍ଦିରରେ ମା’ ଲକ୍ଷ୍ମୀଙ୍କ ମନ୍ଦିର, ସମ୍ମୁଖ ଭାଗରେ ଗରୁଡ଼ ସ୍ତମ୍ଭ, ରୋଷେଇଶାଳ, ବିଶ୍ରାମଗାର ଓ ଅତିଥିଶାଳା ରହିଛି l ମନ୍ଦିର ପ୍ରାଚେରୀ ଦୀଘା – ବର୍ଡ଼ର ରାସ୍ତା ଦକ୍ଷିଣ ପଟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଲାଗି ଅନ୍ୟ ଏକ ନୂତନ ପାର୍କ ନିର୍ମାଣ କରାଯାଇଛିl

ମନ୍ଦିରର ଶୁଭ ଉଦଘାଟନ ନିମନ୍ତେ ଆସନ୍ତା ୨୮ ରେ ସମସ୍ତ ଅତିଥି ମାନେ ମନ୍ଦିରରେ ଉପସ୍ଥିତି ରହିବା ସହିତ ୨୯ ରେ ଧର୍ମୀୟ ନୀତି ଅନୁଯାୟୀ ଯଜ୍ଞ, ହୋମ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ କୁହାଯାଇଛି l ୩୦ ତାରିଖ ଅକ୍ଷୟ ତୃତୀୟାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦୀଘା ଜଗନ୍ନାଥ ମନ୍ଦିରକୁ ଶୁଭଦଘାଟନ କରିବେ l ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ ଉତ୍ସବ ଦର୍ଶନଲାଗି ଓଡିଶା ଓ ପଶ୍ଚିମବଙ୍ଗବାସୀଙ୍କ ଉତ୍କଣ୍ଠା ବଢିଥିବାବେଳେ ଦୀଘାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି l ଓଡିଶା ବର୍ଡ଼ର ଏବଂ ଦୀଘା ପ୍ରବେଶ ପଥରେ ଯାନବାହାନାକୁ ନିୟନ୍ତ୍ରଣ ଲାଗି ପୋଲିସର ତତ୍ପରତା ପ୍ରକାଶ ପାଇଛିl

ଜଗନ୍ନାଥ ମନ୍ଦିର ପରିଚାଳନା ନିମନ୍ତେ ମୁଖ୍ୟ ସଚିବଙ୍କ ସହ ଜିଲା ମାଜିଷ୍ଟ୍ରେଟ, ଏସପି, ଇସ୍କନର ମୁଖ୍ୟ ସହ ୨ ୨ ଜଣିଆ କମିଟି ଗଠନ କରାଯାଇଥିବାବେଳେ ଇସ୍କନ ମନ୍ଦିରର ସମସ୍ତ ପରିଚାଳନା କରିବେ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି l ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ ନିମନ୍ତେ ୨ ରାଜ୍ୟବାସୀଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟୁଥିବାବେଳେ ବାଲେଶ୍ୱର ଜିଲା ଭୋଗରାଇର ଉଦୟପୁର, ତାଳସାରୀ, ବିଚିତ୍ରପୁର ଇକୋ ଟୁ୍ରିଜିମ, ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର, ଭୂଷଣ୍ଡେଶ୍ୱର ଓ ମା ବାସୁଳୀଙ୍କ ପୀର ଗୁରୁତ୍ୱ ବଢିଵ ବୋଲି କୁହାଯାଇଛି l


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri