ଭାଜପାରେ ମମତା, ବିଜେଡିରେ ଚହଳ, ହଠାତ୍‌ ଶଙ୍ଖ ଭବନରେ ହଲଚଲ…

ଭୁବନେଶ୍ୱର,୨।୮: ମମତା ମହାନ୍ତ ଅଚାନକ ରାଜ୍ୟ ସଭା ଏମପି ପଦ ଓ ଦଳରୁ ଇସ୍ତଫା ଦେବା ପରେ, ବିଜେଡି ଶିବିରରେ ହଇଚଇ ସୃଷ୍ଟି ହୋଇଛି। ସବୁଠାରୁ ବଡ କଥା ହେଉଛି, ୨୪ ଘଣ୍ଟା ଭିତରେ ମମତା ବିଜେଡି ଛାଡି ଭାଜପାରେ ଯୋଗ ଦେବା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ବେଳ ଥାଉ ଥାଉ ସତର୍କ ହେବା ଲାଗି ଚଞ୍ଚଳ ହୋଇ ଉଠିଛି ଦଳ। ସେଥିପାଇଁ ଶୁକ୍ରବାର ଶଙ୍ଖ ଭବନରେ ଗହଳି ଦେଖିବାକୁ ମିଳିଛି।

ଆଜି ମୟୂରଭଞ୍ଜ ବିଜେଡି ନେତୃବୃନ୍ଦ ସଂଧ୍ୟାରେ ନବୀନ ନିବାସଠାରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଜିଲାର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ମୟୂରଭଞ୍ଜ ଜିଲାର ସାମଗ୍ରିକ ବିକାଶ ତଥା ବିଶେଷକରି ଜନଜାତି ସମ୍ପ୍ରଦାୟର ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିକାଶ କ୍ଷେତ୍ରରେ ବିଜେଡି ସରକାର ସମୟରେ ନିଆଯାଇଥିବା ପଦକ୍ଷେପ ପାଇଁ ନବୀନଙ୍କ ନିକଟରେ ସେମାନେ କୃତଜ୍ଞତା ପ୍ରକାଶ କରିଛନ୍ତି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନା ଜିଲାର ବିକାଶରେ ମାଇଲଖୁଣ୍ଟ ହୋଇ ରହିବ ବୋଲି ସେମାନେ ମତ ଦେଇଛନ୍ତି । ସେହିପରି ସାନ୍ତାଳି ଭାଷାକୁ ସାମ୍ବିଧାନିକ ଭାଷାର ମର୍ଯ୍ୟାଦା ଦେବା ତଥା ସାନ୍ତାଳି ଭାଷାର ସୁରକ୍ଷା ଓ ପ୍ରସାର ଦିଗରେ ପୂର୍ବ ସରକାରର ଐତିହାସିକ ପଦକ୍ଷେପକୁ ଜିଲାବାସୀ ସବୁ ଦିନ ମନେ ରଖିବେ ବୋଲି ସେମାନେ କହିଛନ୍ତି ।

ମୟୂରଭଞ୍ଜର ବିକାଶ କ୍ଷେତ୍ରରେ ବିଜେଡି ସରକାରର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଜିଲାବାସୀ ସହଯୋଗ କରି ଆସିଥିବାରୁ ନବୀନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲୋକଙ୍କ ସହିତ ସମ୍ପର୍କକୁ ଆହୁରି ମଜଭୁତ କରି ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜିଲାରେ ଆହୁରି ବ୍ୟାପକ କରିବା ସଙ୍ଗେ ସଙ୍ଗେ ଦଳର ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ ଶଙ୍ଖ ଭବନରେ ହୋଇଥିବା ଏହି ବୈଠକରେ ପ୍ରତିନିଧି ଦଳରେ ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ମନ୍ତ୍ରୀ ବାସନ୍ତୀ ମୁର୍ମୁ, ପୂର୍ବତନ ବିଧାୟକ ରାଜକିଶୋର ଦାସ ଓ ଗଣେଶ୍ବର ପାତ୍ର, ଜିଲା ପରିଷଦ ସଭାପତି ଭାରତୀ ହାଂସଦା, ବିଧାୟକ ପ୍ରାର୍ଥୀ ସୋମନାଥ ସୋରେନ୍‌, ଦେବାଶିଷ ମାର୍ଣ୍ଡି, ରାଇସେନ ମୁର୍ମୁ, ପ୍ରୀତିନନ୍ଦା କାନୁନ୍‌ଗୋ, ଅନସୂୟା ପାତ୍ର, ବାରିପଦା ମ୍ୟୁନିସିପାଲିଟିର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଦେବାଶିଷ ମହାନ୍ତି ଓ ଜିଲାର ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଜୁଲାଇ ୩୧ ତାରିଖରେ ମମତା ମହାନ୍ତ ରାଜ୍ୟ ସଭା ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ମମତାଙ୍କ ଇସ୍ତଫା ପରେ ଦଳ ଉପରେ କୌଣସି ପ୍ରଭାବ ନାହିଁ ବୋଲି ଜିଲାର ଦଳୀୟ ନେତାମାନେ ବିଜେଡି ସଭାପତିଙ୍କୁ ଭେଟି ଏହି ବାର୍ତ୍ତା ଦେଇଥିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଅନ୍ୟପଟେ ତେର୍ଚ୍ଚାବାଣ ମାରି ପୁଣି ଥରେ ଡରାଇଛନ୍ତି ଭାଜପା ନେତା। ଆଗକୁ ବିଜେଡି ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଏଭଳି କହି ବିଜେଡିରେ ଭୟ ସୃଷ୍ଟି କରିଛନ୍ତି ଭାଜପା ନେତା । ଅରବିନ୍ଦ ଢାଲିଙ୍କ ନିଆଁରେ ଘିଅ ଢାଳିଛନ୍ତି ଅମର ଶତପଥୀ। ସଂଗଠନକୁ ଠିକ ନ କଲେ ଆଗକୁ ଅଘଟଣ ଘଟିବ ବୋଲ କହି ସତର୍କ କରିଛନ୍ତି। ତେବେ ଏହାର କଡା ଜବାବ ଦେଇ କଟାକ୍ଷ କରିଛନ୍ତି ବିଜେଡି ନେତା ଉମା ସାମନ୍ତରାୟ ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri