ଭାଜପାରେ ମମତା, ବିଜେଡିରେ ଚହଳ, ହଠାତ୍‌ ଶଙ୍ଖ ଭବନରେ ହଲଚଲ…

ଭୁବନେଶ୍ୱର,୨।୮: ମମତା ମହାନ୍ତ ଅଚାନକ ରାଜ୍ୟ ସଭା ଏମପି ପଦ ଓ ଦଳରୁ ଇସ୍ତଫା ଦେବା ପରେ, ବିଜେଡି ଶିବିରରେ ହଇଚଇ ସୃଷ୍ଟି ହୋଇଛି। ସବୁଠାରୁ ବଡ କଥା ହେଉଛି, ୨୪ ଘଣ୍ଟା ଭିତରେ ମମତା ବିଜେଡି ଛାଡି ଭାଜପାରେ ଯୋଗ ଦେବା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ବେଳ ଥାଉ ଥାଉ ସତର୍କ ହେବା ଲାଗି ଚଞ୍ଚଳ ହୋଇ ଉଠିଛି ଦଳ। ସେଥିପାଇଁ ଶୁକ୍ରବାର ଶଙ୍ଖ ଭବନରେ ଗହଳି ଦେଖିବାକୁ ମିଳିଛି।

ଆଜି ମୟୂରଭଞ୍ଜ ବିଜେଡି ନେତୃବୃନ୍ଦ ସଂଧ୍ୟାରେ ନବୀନ ନିବାସଠାରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଜିଲାର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ମୟୂରଭଞ୍ଜ ଜିଲାର ସାମଗ୍ରିକ ବିକାଶ ତଥା ବିଶେଷକରି ଜନଜାତି ସମ୍ପ୍ରଦାୟର ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିକାଶ କ୍ଷେତ୍ରରେ ବିଜେଡି ସରକାର ସମୟରେ ନିଆଯାଇଥିବା ପଦକ୍ଷେପ ପାଇଁ ନବୀନଙ୍କ ନିକଟରେ ସେମାନେ କୃତଜ୍ଞତା ପ୍ରକାଶ କରିଛନ୍ତି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନା ଜିଲାର ବିକାଶରେ ମାଇଲଖୁଣ୍ଟ ହୋଇ ରହିବ ବୋଲି ସେମାନେ ମତ ଦେଇଛନ୍ତି । ସେହିପରି ସାନ୍ତାଳି ଭାଷାକୁ ସାମ୍ବିଧାନିକ ଭାଷାର ମର୍ଯ୍ୟାଦା ଦେବା ତଥା ସାନ୍ତାଳି ଭାଷାର ସୁରକ୍ଷା ଓ ପ୍ରସାର ଦିଗରେ ପୂର୍ବ ସରକାରର ଐତିହାସିକ ପଦକ୍ଷେପକୁ ଜିଲାବାସୀ ସବୁ ଦିନ ମନେ ରଖିବେ ବୋଲି ସେମାନେ କହିଛନ୍ତି ।

ମୟୂରଭଞ୍ଜର ବିକାଶ କ୍ଷେତ୍ରରେ ବିଜେଡି ସରକାରର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଜିଲାବାସୀ ସହଯୋଗ କରି ଆସିଥିବାରୁ ନବୀନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲୋକଙ୍କ ସହିତ ସମ୍ପର୍କକୁ ଆହୁରି ମଜଭୁତ କରି ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜିଲାରେ ଆହୁରି ବ୍ୟାପକ କରିବା ସଙ୍ଗେ ସଙ୍ଗେ ଦଳର ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ ଶଙ୍ଖ ଭବନରେ ହୋଇଥିବା ଏହି ବୈଠକରେ ପ୍ରତିନିଧି ଦଳରେ ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ମନ୍ତ୍ରୀ ବାସନ୍ତୀ ମୁର୍ମୁ, ପୂର୍ବତନ ବିଧାୟକ ରାଜକିଶୋର ଦାସ ଓ ଗଣେଶ୍ବର ପାତ୍ର, ଜିଲା ପରିଷଦ ସଭାପତି ଭାରତୀ ହାଂସଦା, ବିଧାୟକ ପ୍ରାର୍ଥୀ ସୋମନାଥ ସୋରେନ୍‌, ଦେବାଶିଷ ମାର୍ଣ୍ଡି, ରାଇସେନ ମୁର୍ମୁ, ପ୍ରୀତିନନ୍ଦା କାନୁନ୍‌ଗୋ, ଅନସୂୟା ପାତ୍ର, ବାରିପଦା ମ୍ୟୁନିସିପାଲିଟିର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଦେବାଶିଷ ମହାନ୍ତି ଓ ଜିଲାର ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଜୁଲାଇ ୩୧ ତାରିଖରେ ମମତା ମହାନ୍ତ ରାଜ୍ୟ ସଭା ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ମମତାଙ୍କ ଇସ୍ତଫା ପରେ ଦଳ ଉପରେ କୌଣସି ପ୍ରଭାବ ନାହିଁ ବୋଲି ଜିଲାର ଦଳୀୟ ନେତାମାନେ ବିଜେଡି ସଭାପତିଙ୍କୁ ଭେଟି ଏହି ବାର୍ତ୍ତା ଦେଇଥିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଅନ୍ୟପଟେ ତେର୍ଚ୍ଚାବାଣ ମାରି ପୁଣି ଥରେ ଡରାଇଛନ୍ତି ଭାଜପା ନେତା। ଆଗକୁ ବିଜେଡି ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଏଭଳି କହି ବିଜେଡିରେ ଭୟ ସୃଷ୍ଟି କରିଛନ୍ତି ଭାଜପା ନେତା । ଅରବିନ୍ଦ ଢାଲିଙ୍କ ନିଆଁରେ ଘିଅ ଢାଳିଛନ୍ତି ଅମର ଶତପଥୀ। ସଂଗଠନକୁ ଠିକ ନ କଲେ ଆଗକୁ ଅଘଟଣ ଘଟିବ ବୋଲ କହି ସତର୍କ କରିଛନ୍ତି। ତେବେ ଏହାର କଡା ଜବାବ ଦେଇ କଟାକ୍ଷ କରିଛନ୍ତି ବିଜେଡି ନେତା ଉମା ସାମନ୍ତରାୟ ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri