Posted inଜାତୀୟ

ବିହାର ଫଳାଫଳକୁ ନେଇ ମମତା ଶିବିରରେ ଛନକା! ପଦ୍ମ ଫୁଟିବା ଚର୍ଚ୍ଚା ମଧ୍ୟରେ TMC କହିଲା ଏମିତି… 

କୋଲକାତା,୧୪।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ମେଣ୍ଟର ବିଜୟ ସୁନିଶ୍ଚିତ ହୋଇଥିବା ବେଳେ ପଶ୍ଚିମବଙ୍ଗର ମମତା ଶିବିରର ଚିନ୍ତା ବଢ଼ିଥିବା ଚର୍ଚ୍ଚା ଜୋର ଧରିଛି। ଏମିତିରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଶୁକ୍ରବାର ବିହାର ଫଳାଫଳ ନେଇ ମତ ରଖିଛି। ଦଳ କହିଛି ଯେ ବିହାର ନିର୍ବାଚନ ଫଳାଫଳର  କୌଣସି ପ୍ରଭାବ ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ପଡ଼ିବ ନାହିଁ।
ତୃଣମୂଳ କଂଗ୍ରେସର ମୁଖପାତ୍ର କୁଣାଲ ଘୋଷ ‘ଏକ୍ସ’ରେ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ, ଆସନ୍ତା ବର୍ଷ ନିର୍ବାଚନ ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ୨୫୦ରୁ ଅଧିକ ଆସନ ଜିତି ଚତୁର୍ଥ ଥର ପାଇଁ ସତ୍ତାକୁ ଆସିବ। ବିହାର ନିର୍ବାଚନ ଫଳାଫଳ ପୁଣି ପ୍ରମାଣ କରିଛି ଯେ ଭାଜପା ବିରୋଧରେ କଂଗ୍ରେସ ବିଫଳ ହୋଇଛି।
ରାଜ୍ୟ ସଭାର ପୂର୍ବତନ ସଦସ୍ୟ ଥିବା ଘୋଷ କହିଛନ୍ତି, ”ଏହା ବିହାରର ସମୀକରଣ। ଏହାର ପଶ୍ଚିମବଙ୍ଗ ସହ କୌଣସି ସମ୍ପର୍କ ନାହିଁ। ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ପଶ୍ଚିମବଙ୍ଗରେ ବିକାଶ, ଏକତା, ସଦ୍‌ଭାବ, ଅଧିକାର ଏବଂ ସ୍ବାଭିମାନ ହିଁ ନିର୍ଣ୍ଣାୟକ କାରକ। ୨୫୦ରୁ ଅଧିକ ଆସନ ସହିତ ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ।“

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିହାରରେ ଭାଜପା-ଜେଡି(ୟୁ) ସମ୍ପର୍କ କେଉଁ ଦିଗରେ ଯାଉଛି ତାହାକୁ ନେଇ ଉତ୍ସୁକତା ରହିବ। ଏହାଛଡ଼ା ଭାଜପା ଏଜେନ୍ସିଂ ଏବଂ କେନ୍ଦ୍ରୀୟ ଶକ୍ତିର ଦୁରୁପଯୋଗ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ କରିବ। ଏହା ବିରୋଧରେ ତୃଣମୂଳର ଆନ୍ଦୋଳନ ଜାରି ରହିବ। ପଶ୍ଚିମବଙ୍ଗ ଜନସାଧାରଣଙ୍କ ନିକଟତର ହୋଇ ତୃଣମୂଳ ବିଜେପିର ସବୁ ଷଡ଼ଯନ୍ତ୍ରକୁ ନଷ୍ଟ କରିଦେବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାକଟପୁର, ଅସ୍ତରଙ୍ଗରେ ଖୋଲିନାହିଁ ଧାନମଣ୍ଡି, ଚିନ୍ତାରେ ଚାଷୀ

କାକଟପୁର/ଅସ୍ତରଙ୍ଗ, ୨୦ା୧(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗ ଏବଂ କାକଟପୁର ବ୍ଲକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଧାନମଣ୍ଡି ଖୋଲିନାହିଁ। ଜାନୁଆରୀ ୧୫ରୁ ୧୭ତାରିଖ...

୩୩ ମାସ ପରେ ମା’କୁ ଫେରି ପାଇଲା ପୁଅ

ଝାରସୁଗୁଡ଼ା,୨୦।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ସୋମବାର ପୁଣି ଏକ ବିଚ୍ଛିନ୍ନ ପରିବାର...

ବିରାଟ-ରୋହିତଙ୍କୁ ବଡ଼ ଝଟକା ଦେବ BCCI! ଜାଡେଜାଙ୍କୁ ହେବ ଫାଇଦା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୦।୧: ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ ହାରିଗଲା। ଏହି ପରାଜୟ ଦଳ ପରିଚାଳନା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ସମୟରେ, ବିସିସିଆଇ...

ରାଜସ୍ବ ବିଭାଗର ବିଜ୍ଞପ୍ତି, ଓଡ଼ିଶାରେ ଏହି ତାରିଖରୁ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର, ୨୦|୧:  ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ...

ନବବିବାହିତାଙ୍କୁ ନିର୍ଯାତନା, ଦିବ୍ୟାଙ୍ଗ ବାପାଙ୍କୁ ମାଡ଼

ବଳଙ୍ଗା,୨୦ା୧(କେଦାରେଶ୍ୱର ନନ୍ଦ): ଅଧିକ ଯୌତୁକ ଦାବିରେ ବଳଙ୍ଗା ଥାନା ଅଧୀନ ସମେଇପୁର ଗ୍ରାମରେ ଜଣେ ନବବିବାହିତାଙ୍କୁ ନିର୍ଯାତନା ଦିଆଯିବା ସହ ତାଙ୍କ ଦିବ୍ୟାଙ୍ଗ ବାପାକୁ ମାଡ଼...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ପ୍ରତିଶ୍ରୁତିରୁ ଓହରିଲା କମ୍ପାନୀ, ଗ୍ରାମବାସୀଙ୍କ ହୋହଲ୍ଲା, ଲୋକଙ୍କୁ ବୁଝାଇ ବିଡିଓ କହିଲେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri