ଦିଦିଙ୍କୁ ‘ସଂସ୍କାର’ ପାଠ ପଢାଇଲେ ସ୍ମୃତି

କୋଲକତା,୧୫।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଥା କଟାକଟି ଚାଲିଛି। ଦେଶରେ କରୋନା ବୃଦ୍ଧି ପାଉଥିବାରୁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଥିଲେ। ଏହାର ଜବାବରେ ଭାଜପା ନେତାମାନେ ମମତାଙ୍କ ଉପରେ ବର୍ଷିଛନ୍ତି। ପ୍ରଥମେ ଭାଜପା ଜାତୀୟ ସଭାପତି ଜେପି ନଡ୍ଡା ଏବଂ ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଦିଦିଙ୍କୁ ସମାମଲୋଚନା କରିଛନ୍ତି। ସ୍ମୃତି କହିଛନ୍ତି ଯେ ମୋଦି ଜୀ ତାଙ୍କୁ ଦିଦି-ଦିଦି ବୋଲି ଡାକନ୍ତି, ସେ ତାଙ୍କୁ ଦୁର୍ବ୍ୟବହାର କରୁଛନ୍ତି। କରୋନା ମହାମାରୀ ପାଇଁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଜୀ ଏବଂ ଅମିତ ଶାହା ଜୀଙ୍କୁ ଦାୟୀ କରୁଛନ୍ତି ବୋଲି ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଯିଏ ତୁମକୁ ସମ୍ମାନ କରୁଛି, ତୁମେ ତାଙ୍କୁ ତାଙ୍କୁ ସର୍ବସାଧାରଣରେ ଦୁର୍ବ୍ୟବହାର କରିବା କେତେ ଦୂର ଠିକ୍‌ ବୋଲି ସ୍କୃତି ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଜଲପାଇଗୁଡିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ମମତା ବାନାର୍ଜୀ କହିଛନ୍ତି ଯେ, ଯେତେବେଳେ କରୋନା ପଶ୍ଚିମବଙ୍ଗରେ ମାଡିବ ସେତେବେଳେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ଏଠାକୁ ଆସିବେ ନାହିଁ। ଏବେ ସେମାନେ ଏଠାକୁ ବାହାର ଲୋକଙ୍କୁ ଆଣୁଛନ୍ତି ଏବଂ କରୋନା ବିସ୍ତାର ହେବା ପରେ ପଳାଇଯିବେ ବୋଲି ମମତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଜସ୍ବୀ ସୂର୍ଯ୍ୟା ଭୁଲ୍‌ରେ ଏମର୍ଜେନ୍ସି ଡୋର୍‌ ଖୋଲିଥିଲେ: ସିନ୍ଧିଆ

ନୂଆଦିଲ୍ଲୀ,୧୯।୧: ଚେନ୍ନାଇ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ପ୍ରସ୍ଥାନ ଦ୍ୱାର ଭାଜପା ନେତା ତେଜସ୍ବୀ ସୂର୍ଯ୍ୟା ଖୋଲିଥିବା ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ...

ୟୁପିରେ ଅପରାଧୀ କରୁଛନ୍ତି ତାଣ୍ଡବ, ମୁଖ୍ୟମନ୍ତ୍ରୀ ରାମ ନାମ ସତ୍ୟ ଜପୁଛନ୍ତି: ଅଖିଳେଶ

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତ ଭୁଶୁଡି ପଡିଛି। ଏଠାରେ ଅପରାଧୀ ତାଣ୍ଡବ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ନାମ ସତ୍ୟ ଜପୁଥିବା...

ଥମୁନି ଦାଦନ ଯାତନା

ଠାଣେ/ଗାଜିଆବାଦ,୧୯ା୫: କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଅବଧି ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଯାତନାର ଅନ୍ତ ହେଉନାହିଁ। କାମଧନ୍ଦା ହରାଇ ଭୋକ ଉପାସରେ ଦୀର୍ଘଦିନ ବିତାଇବା ପରେ...

ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଦାନ କଲେ ୧.୨୫ କୋଟି ଟଙ୍କା

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀକୁ ନେଇ ସାରା ବିଶ୍ୱରେ ସଂଘର୍ଷ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସମସ୍ତେ ଏବେ ସହାୟତାର ହାତ ବଢ଼ାଇଛନ୍ତି।...

ଅବସର ନେଲେ ବିପିନ ରାଓ୍ବତ

ନୂଆଦିଲ୍ଲୀ,୩୧।୧୨: ଭାରତୀୟ ସେନାରେ ୩ ବର୍ଷର କାର୍ଯ୍ୟକାଳ ପରେ ମଙ୍ଗଳବାର ସେନାମୁଖ୍ୟ ବିପିନ ରାଓ୍ବତ ଅବସର ନେଇଛନ୍ତି। କାର୍ଯ୍ୟକାଳର ଶେଷ ଦିନରେ ସେ ଓ୍ବାର ମେମୋରିଆଲ...

୫ରାଜ୍ୟର ଫଳାଫଳ ପରେ ସଙ୍କଟରେ କଂଗ୍ରେସ

ନୂଆଦିଲ୍ଲୀ,୧୧।୩: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ କଂଗ୍ରେସରେ ବଡ଼ ସଙ୍କଟ ଦେଖାଦେଇଛି। ବର୍ତ୍ତମାନ ସଂସଦର ଉପର ଗୃହ (ରାଜ୍ୟ ସଭା)ର...

ଏନ୍‌ଡିଏରେ ସାମିଲ ହେବାର କାରଣ କହିଲେ ରାଜଭର

ନୂଆଦିଲ୍ଲୀ,୧୬।୭: ସୁହେଲଦେବ ଭାରତ ସମାଜ ପାର୍ଟି ନେତା ଓମ ପ୍ରକାଶ ରାଜଭର ପୁଣି ଥରେ ଏନଡିଏରେ ଯୋଗ ଦେଇଛନ୍ତି। ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା...

କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ବର୍ଷିଲେ ନିଶିକାନ୍ତ, କହିଲେ ଖାର୍ଗେଙ୍କ ଦଳ ସମସ୍ତଙ୍କୁ କୁକୁର ଭାବୁଛନ୍ତି

ନୂଆଦିଲ୍ଲୀ,୨୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ମଙ୍ଗଳବାର ଅଧିବେଶନ ଆରମ୍ଭରୁ ଗୃହରେ ଉତ୍ତେଜନା ଦେଖାଦେଇଥିଲା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସଂସଦରେ...

Advertisement
Archives

Model This Week