ବେଆଇନ ନିର୍ମାଣ ପାଇଁ ସିଲ୍‌ ହେଲା ମଲ୍‌

ଅନୁଗୋଳ ଅଫିସ, ୨୩।୮: ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା)ଙ୍କ ନିକଟରୁ ଅନୁଗୋଳ ପୌରପାଳିକାକୁ କ୍ଷମତା ଆସିବା ପରେ ପ୍ରଥମ ଥର ବେଆଇନ୍‌ ନିର୍ମାଣ ଉପରେ ଚଢ଼ାଇ କରି ସିଲ୍‌ କରାଯାଉଛି। ଏକ ଶପିଂମଲ୍‌ ମାଲିକ ସନ୍ତୋଷଜନକ ଦସ୍ତାବିତ୍‌ ଦେଖାଇ ପାରି ନ ଥିବାରୁ ଏହାକୁ ସିଲ୍‌ କରାଯାଇଥିବା ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି। ତେବେ ଆଦେଶ ଅନୁଯାୟୀ ଠିକ୍‌ ଦସ୍ତାବିଜ ପ୍ରଦାନ ନ କରିବା ପର୍ଯ୍ୟନ୍ତ ଉକ୍ତ ମଲ୍‌ଟି ବନ୍ଦ ରହିବ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଅନୁଗୋଳ ସହର ଶଙ୍କର ସିନେମା ରୋଡ୍‌ରୁ ଗାନ୍ଧୀମାର୍ଗ ରାସ୍ତାରେ ସବୁଠାରୁ ବଡ଼ ଶପିଂ ମଲ୍‌ ଗଢ଼ି ଉଠିଥିଲା। କିନ୍ତୁ ଉକ୍ତ ମଲ ଗୋଟିଏ କାର୍ଯ୍ୟ ପାଇଁ ତାମଡା ନିକଟରୁ ଅନୁମତି ନେଇଥିବା ବେଳେ ଅନ୍ୟ କାର୍ଯ୍ୟରେ ବ୍ୟବହାର ହେଉଥିଲା। ବେଆଇନ ଭାବେ କିଛି ନିର୍ମାଣ ମଧ୍ୟ କରାଯାଇଥିଲା ବେଳେ ପାର୍କିଂ ବ୍ୟବସ୍ଥା କରାଯାଇ ନ ଥିଲା। କେବଳ ସେତିକି ନୁହେଁ, ନିର୍ମାଣ ହୋଇଥିବା ସ୍ଥାନ ଜଣଙ୍କ ନାମରେ ଥିବାବେଳେ ଅଟ୍ଟାଳିକା ନିର୍ମାଣ ପାଇଁ ଅନୁମତି ତାମଡା ପକ୍ଷରୁ ଅନ୍ୟ ଜଣେ ନେଇଥିଲେ। ଏପରି କି ଅନ୍ୟ ଜଣେ ଚୁକ୍ତିନାମା କରିଥିଲେ। ଏହି ମଲ୍‌ ଗତ ମେ ମାସରେ କାର୍ଯ୍ୟକ୍ଷମ ହୋଇଥିଲା। ଏପରି କାର୍ଯ୍ୟ ପାଇଁ ତାମଡା ପକ୍ଷରୁ ବିଭିନ୍ନ ସମୟରେ ନୋଟିସ୍‌ ପ୍ରଦାନ କରାଯାଇଥିଲା। କିନ୍ତୁ ମଲ୍‌ ମାଲିକ ଏହାକୁ ଖାତିର କରି ନ ଥିଲେ। ବିନା ହୋଲ୍ଡିଂ ଟ୍ୟାକ୍ସରେ ଏହା କାଯର୍‌ୟକ୍ଷମ ରହିଥିଲା। ଏହି ଶପିଂ ମଲ୍‌ରେ ଚାଲିଥିବା ବ୍ୟବସାୟିକ ପ୍ରତିଷ୍ଠାନର ଟ୍ରେଡ୍‌ ଲାଇସେନ୍ସ ନ ଥିବା ମଧ୍ୟ ପୌରପାଳିକା ପକ୍ଷରୁ କୁହାଯାଇଛି। ଏ ନେଇ ବାରମ୍ବର ମଲ୍‌ ମାଲିକଙ୍କୁ ପୌର କର୍ତ୍ତୃପକ୍ଷ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ଧରାଛୁଆଁ ଦେଇ ନ ଥିଲେ। ତେବେ ପୁଳା ପୁଳା ବେଆଇନ୍‌ ତଥ୍ୟ ପୌରପାଳିକା ପାଇବା ପରେ ଉକ୍ତ ମଲ୍‌ଟିକୁ ସୋମବାର ସନ୍ଧ୍ୟାରେ ସିଲ୍‌ କରାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶା ଉନ୍ନୟନ ନିୟମ ଅନୁସାରେ ପୌରପାଳିକାକୁ କ୍ଷମତା ପ୍ରଦାନ କରାଯାଇଛି। ତାମଡାର ସହରାଞ୍ଚଳର ପ୍ଲାନିଂ ଫଙ୍କସନ୍‌ (ବିଲ୍ଡିଂ ଅନୁମତି, ସବ୍‌ଡିଭିଜିନାଲ ଲେଆଉଟ୍‌, ଏନଫୋର୍ସମେଣ୍ଟ୍‌) ଆସିଛି। ଏହି କ୍ଷମତା ପାଇବା ପରେ ଅନୁଗୋଳ ପୌର କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ଆକ୍ସନ ମୁଡ୍‌ରେ ଆସିଛନ୍ତି। ବେଆଇନ୍‌ ନିର୍ମାଣକୁ ପର୍ଯ୍ୟାୟକ୍ରମେ ଯାଞ୍ଚ କରାଯାଇ ସିଲ୍‌ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri