୧୩ ଜିଲାବାସୀଙ୍କୁ ମାଲକାନଗିରି ମନା

କୋରୁକୋଣ୍ଡା, ୧୧।୭(ଡି.ଏନ୍‌.ଏ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏ ନେଇ ସବୁ ଜିଲାରେ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ମାଲକାନଗିରି ଜିଲାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ମାଲକାନଗିରି ଜିଲାକୁ ୧୩ ଜିଲାବାସୀଙ୍କ ପ୍ରବେଶକୁ ବାରଣ କରାଯାଇଛି। ଏହି ୧୩ ଜିଲାଗୁଡିକ ହେଲେ ଖୋର୍ଦ୍ଧା, ଯାଜପୁର, କଟକ, ଗଞ୍ଜାମ, ଭଦ୍ରକ, ପୁରୀ, ଢେଙ୍କାନାଳ, ବାଲେଶ୍ବର, ନୟାଗଡ଼, କେନ୍ଦ୍ରାପଡ଼ା, ଗଜପତି, ଜଗତସିଂହପୁର, ଓ ସୁନ୍ଦରଗଡ଼। ତେବେ ଯଦି ଏହି ୧୩ ଜିଲାରୁ କେହି ଆସନ୍ତି ତେବେ ପ୍ରଥମେ ସେମାନେ ୧୪ ଦିନ କ୍ବାରାଣ୍ଟାଇନରେ ରହିବେ।