ମାଲକାନଗିରି,୨୦ା୧୦(ଡି.ଏନ.ଏ.): ଓଡ଼ିଆଙ୍କ ଆରାଧ୍ୟ ଦେବତା ସ୍ବୟଂ ଜଗନ୍ନାଥ ମହାପ୍ରଭୁଙ୍କୁ ମାଲକାନଗିରି ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଅବମାନନା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ସେ ଚପଲ ପିନ୍ଧି କାର୍ଯ୍ୟକ୍ରମକୁ ଧୂପ ଦେଇ ଉଦ୍ଘାଟନ କରି ପୂଜା କରିଛନ୍ତି। ଏହାକୁ ସବୁ କ୍ଷେତ୍ରରେ ନିନ୍ଦା କରାଯାଇଛି। ଏହାର ଫଟୋ ଭାଇରାଲ ହୋଇଛି। ଖବରରୁ ଜଣାପଡିଛି, ମଙ୍ଗଳବାର ମାଲକାନଗିରି ପୁରୁଣା ମେଡିକାଲ ପରିସରରେ ବକ୍ରପାଦ ଅସ୍ତ୍ରୋପଚାର କ୍ୟାମ୍ପ ଆୟୋଜନ ହୋଇଥିଲା। ଏଥିରେ ଜିଲା ପରିଷଦ ଅଧ୍ୟକ୍ଷା ତାଙ୍ଗୁଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପ୍ରଥମେ ମଞ୍ଚରେ ଉପସ୍ଥିତ ଥିବା କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜା କରାଯାଇଥିଲା। ଏହି ସମୟରେ ତାଙ୍ଗୁଲ ପାଦରେ ଚପଲ ପିନ୍ଧି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଧୂପ ଦେଇ ପୂଜା କରିଥିଲେ।


