ମାଳଦ୍ୱୀପ-ଚାଇନା ୨୦ ଚୁକ୍ତି

ବେଜିଂ/ମାଲେ/ନୂଆଦିଲ୍ଲୀ,୧୧ା୧: ଲାକ୍ଷାଦ୍ୱୀପକୁ ନେଇ ଭାରତ ସହ ମାଳଦ୍ୱୀପର କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି। ଏଭଳି ସମୟରେ ୫ ଦିନିଆ ବେଜିଂ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ଡ. ମୋହମ୍ମଦ ମୁଇଜୁ ବୁଧବାର ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଛନ୍ତି। ଏହି ଅବସରରେ ୨ ଦେଶ ମଧ୍ୟରେ ପର୍ଯ୍ୟଟନରେ ସହଯୋଗ ବୃଦ୍ଧି ସମେତ ୨୦ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହାକୁ ଲାକ୍ଷାଦ୍ୱୀପ-ମାଳଦ୍ୱୀପ ବିବାଦର ‘ସାଇଡ୍‌ ଇଫେକ୍ଟ’ବୋଲି କୁହାଯାଉଛି।
ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଓ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ ପରସ୍ପର ସହ ଆଲୋଚନାବେଳେ ଦ୍ୱିପାକ୍ଷିକ ସମ୍ପର୍କକୁ ବିସ୍ତୃତ ରଣନୈତିକ ସହଯୋଗ ସହଭାଗିତା ପର୍ଯ୍ୟନ୍ତ ନେବାକୁ ଘୋଷଣା କରିଛନ୍ତି। ପର୍ଯ୍ୟଟନ ସହଯୋଗିତା, ବିପର୍ଯ୍ୟୟ ପରିଚାଳନା, ନୀଳ ଅର୍ଥନୀତି ସମେତ ଡିଜିଟାଲ ଇକୋନୋମି ଏବଂ ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ପ୍ରକଳ୍ପରେ ନିବେଶ ବୃଦ୍ଧି ପାଇଁ ମଧ୍ୟ ଦୁଇଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି। ମାଳଦ୍ୱୀପକୁ ଚାଇନା ଆର୍ଥିକ ସହାୟତା ପ୍ରଦାନ ପାଇଁ ମଧ୍ୟ ରାଜି ହୋଇଛି। କିନ୍ତୁ ତାହା କେତେ ପରିମାଣର, ଘୋଷଣା କରାଯାଇ ନାହିଁ। ଗ୍ରେଟ୍‌ ହଲ୍‌ ଅଫ୍‌ ପିପୁଲରେ ମୁଇଜୁ ଓ ତାଙ୍କ ସ୍ତ୍ରୀ ଜାଜିଦା ମୋହମ୍ମଦଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଓ ତାଙ୍କ ସ୍ତ୍ରୀ ପେଙ୍ଗ୍‌ ଲିୟୁଆନ୍‌ ମୁଇଜୁ ଦମ୍ପତିଙ୍କୁ ସ୍ବତନ୍ତ୍ର ଭାବେ ଆପ୍ୟାୟିତ କରିଥିଲେ।
ମୁଇଜୁ ଏଭଳି ସମୟରେ ଚାଇନା ଗସ୍ତ କରିଛନ୍ତି, ଯେତେବେଳେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଲାକ୍ଷାଦ୍ୱୀପ ଫଟୋ’କୁ ନେଇ ମାଳଦ୍ୱୀପ ସହ ସମ୍ପର୍କ ଖରାପ ହୋଇଛି। ମୋଦି ଲାକ୍ଷାଦ୍ୱୀପର ଫଟୋ ଓ ଭିଡିଓଗୁଡ଼ିକୁ ଛାଡ଼ିବା ପରେ ଭାରତୀୟ ସେଲିବ୍ରିଟିମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଲାକ୍ଷାଦ୍ୱୀପ ଥାଉ ଥାଉ ମାଳଦ୍ୱୀପ ଯିବା ଅନାବଶ୍ୟକ ବୋଲି ଅନେକେ ମତ ଦେଉଛନ୍ତି। ଏପରି କି ସେଠାକୁ ଯିବାକୁ ଥିବା ପର୍ଯ୍ୟଟକମାନେ ମଧ୍ୟ ନିଜ ଗସ୍ତକୁ ବାତିଲ କରୁଥିବା ସୋସିଆଲ ମିଡିଆରେ ପ୍ରକାଶ ପାଉଛି। ସେପଟେ ମୋଦିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ମାଳଦ୍ୱୀପର ୩ ଉପମନ୍ତ୍ରୀଙ୍କୁ ସେମାନଙ୍କ ପଦରୁ ନିଲମ୍ବନ କରାଯାଇଛି। ଅନ୍ୟପକ୍ଷେ ଭାରତ ସହ ବିବାଦକୁ ନେଇ ମାଳଦ୍ୱୀପର ବିରୋଧୀ ଦଳ ନେତା ତଥା ମାଳଦ୍ୱୀପ ଗଣତାନ୍ତ୍ରିକ ଦଳ ଅଧ୍ୟକ୍ଷ ଫୟାଜ୍‌ ଇସ୍‌ମାଇଲ୍‌ ନିଜ ଦେଶର ସରକାରଙ୍କ ଉପରେ ବର୍ଷିଛନ୍ତି। ଭାରତ ଓ ମୋଦିଙ୍କ ବିରୋଧରେ ଦିଆଯାଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ। ସରକାର ଭାରତ ସହ ସମ୍ପର୍କରେ ସୁଧାର ଆଣନ୍ତୁ ବୋଲି ସେ ଦାବି କରିଛନ୍ତି।
ରାଷ୍ଟ୍ରପତି ମୁଇଜୁ ଜାନୁୟାରୀ ୧୨ରେ ମାଲେ ଫେରିବେ। ସେତେବେଳ ପର୍ଯ୍ୟନ୍ତ ଏହି ଦୁଇ ପଡ଼ୋଶୀ ରାଷ୍ଟ୍ରର ସମ୍ପର୍କରେ କେମେଷ୍ଟ୍ରି ନୂଆଦିଲ୍ଲୀ ପାଇଁ ଅନୁଧ୍ୟାନଯୋଗ୍ୟ ବିଷୟ।

 


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri