ମାଳଦ୍ୱୀପ-ଚାଇନା ୨୦ ଚୁକ୍ତି

ବେଜିଂ/ମାଲେ/ନୂଆଦିଲ୍ଲୀ,୧୧ା୧: ଲାକ୍ଷାଦ୍ୱୀପକୁ ନେଇ ଭାରତ ସହ ମାଳଦ୍ୱୀପର କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି। ଏଭଳି ସମୟରେ ୫ ଦିନିଆ ବେଜିଂ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ଡ. ମୋହମ୍ମଦ ମୁଇଜୁ ବୁଧବାର ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଛନ୍ତି। ଏହି ଅବସରରେ ୨ ଦେଶ ମଧ୍ୟରେ ପର୍ଯ୍ୟଟନରେ ସହଯୋଗ ବୃଦ୍ଧି ସମେତ ୨୦ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହାକୁ ଲାକ୍ଷାଦ୍ୱୀପ-ମାଳଦ୍ୱୀପ ବିବାଦର ‘ସାଇଡ୍‌ ଇଫେକ୍ଟ’ବୋଲି କୁହାଯାଉଛି।
ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଓ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ ପରସ୍ପର ସହ ଆଲୋଚନାବେଳେ ଦ୍ୱିପାକ୍ଷିକ ସମ୍ପର୍କକୁ ବିସ୍ତୃତ ରଣନୈତିକ ସହଯୋଗ ସହଭାଗିତା ପର୍ଯ୍ୟନ୍ତ ନେବାକୁ ଘୋଷଣା କରିଛନ୍ତି। ପର୍ଯ୍ୟଟନ ସହଯୋଗିତା, ବିପର୍ଯ୍ୟୟ ପରିଚାଳନା, ନୀଳ ଅର୍ଥନୀତି ସମେତ ଡିଜିଟାଲ ଇକୋନୋମି ଏବଂ ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ପ୍ରକଳ୍ପରେ ନିବେଶ ବୃଦ୍ଧି ପାଇଁ ମଧ୍ୟ ଦୁଇଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି। ମାଳଦ୍ୱୀପକୁ ଚାଇନା ଆର୍ଥିକ ସହାୟତା ପ୍ରଦାନ ପାଇଁ ମଧ୍ୟ ରାଜି ହୋଇଛି। କିନ୍ତୁ ତାହା କେତେ ପରିମାଣର, ଘୋଷଣା କରାଯାଇ ନାହିଁ। ଗ୍ରେଟ୍‌ ହଲ୍‌ ଅଫ୍‌ ପିପୁଲରେ ମୁଇଜୁ ଓ ତାଙ୍କ ସ୍ତ୍ରୀ ଜାଜିଦା ମୋହମ୍ମଦଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଓ ତାଙ୍କ ସ୍ତ୍ରୀ ପେଙ୍ଗ୍‌ ଲିୟୁଆନ୍‌ ମୁଇଜୁ ଦମ୍ପତିଙ୍କୁ ସ୍ବତନ୍ତ୍ର ଭାବେ ଆପ୍ୟାୟିତ କରିଥିଲେ।
ମୁଇଜୁ ଏଭଳି ସମୟରେ ଚାଇନା ଗସ୍ତ କରିଛନ୍ତି, ଯେତେବେଳେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଲାକ୍ଷାଦ୍ୱୀପ ଫଟୋ’କୁ ନେଇ ମାଳଦ୍ୱୀପ ସହ ସମ୍ପର୍କ ଖରାପ ହୋଇଛି। ମୋଦି ଲାକ୍ଷାଦ୍ୱୀପର ଫଟୋ ଓ ଭିଡିଓଗୁଡ଼ିକୁ ଛାଡ଼ିବା ପରେ ଭାରତୀୟ ସେଲିବ୍ରିଟିମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଲାକ୍ଷାଦ୍ୱୀପ ଥାଉ ଥାଉ ମାଳଦ୍ୱୀପ ଯିବା ଅନାବଶ୍ୟକ ବୋଲି ଅନେକେ ମତ ଦେଉଛନ୍ତି। ଏପରି କି ସେଠାକୁ ଯିବାକୁ ଥିବା ପର୍ଯ୍ୟଟକମାନେ ମଧ୍ୟ ନିଜ ଗସ୍ତକୁ ବାତିଲ କରୁଥିବା ସୋସିଆଲ ମିଡିଆରେ ପ୍ରକାଶ ପାଉଛି। ସେପଟେ ମୋଦିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ମାଳଦ୍ୱୀପର ୩ ଉପମନ୍ତ୍ରୀଙ୍କୁ ସେମାନଙ୍କ ପଦରୁ ନିଲମ୍ବନ କରାଯାଇଛି। ଅନ୍ୟପକ୍ଷେ ଭାରତ ସହ ବିବାଦକୁ ନେଇ ମାଳଦ୍ୱୀପର ବିରୋଧୀ ଦଳ ନେତା ତଥା ମାଳଦ୍ୱୀପ ଗଣତାନ୍ତ୍ରିକ ଦଳ ଅଧ୍ୟକ୍ଷ ଫୟାଜ୍‌ ଇସ୍‌ମାଇଲ୍‌ ନିଜ ଦେଶର ସରକାରଙ୍କ ଉପରେ ବର୍ଷିଛନ୍ତି। ଭାରତ ଓ ମୋଦିଙ୍କ ବିରୋଧରେ ଦିଆଯାଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ। ସରକାର ଭାରତ ସହ ସମ୍ପର୍କରେ ସୁଧାର ଆଣନ୍ତୁ ବୋଲି ସେ ଦାବି କରିଛନ୍ତି।
ରାଷ୍ଟ୍ରପତି ମୁଇଜୁ ଜାନୁୟାରୀ ୧୨ରେ ମାଲେ ଫେରିବେ। ସେତେବେଳ ପର୍ଯ୍ୟନ୍ତ ଏହି ଦୁଇ ପଡ଼ୋଶୀ ରାଷ୍ଟ୍ରର ସମ୍ପର୍କରେ କେମେଷ୍ଟ୍ରି ନୂଆଦିଲ୍ଲୀ ପାଇଁ ଅନୁଧ୍ୟାନଯୋଗ୍ୟ ବିଷୟ।

 


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri