ମାଳଦ୍ୱୀପରେ ରହିବେନି ଭାରତୀୟ ସୈନ୍ୟ

ମାଲେ/ବେଜିଂ,୬ା୩: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜ ଭାରତ ବିରୋଧୀ ଆଭିମୁଖ୍ୟକୁ ଆହୁରି କଠୋର କରି ସମସ୍ତ ଭାରତୀୟ ସୈନ୍ୟଙ୍କୁ ମେ’ ୧୦ ସୁଦ୍ଧା ଦେଶ ଛାଡ଼ିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏପରି କି କୌଣସି ଭାରତୀୟ ସାମରିକ କର୍ମୀ ସାଦା ପୋଷାକରେ ମଧ୍ୟ ମାଳଦ୍ୱୀପରେ ରହିପାରିବେ ନାହିଁ ବୋଲି ମୁଇଜୁ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ମାଳଦ୍ୱୀପ ସହ ଚାଇନା ଏକ ପ୍ରତିରକ୍ଷା ସହଯୋଗ ଚୁକ୍ତିରେ ସ୍ବାକ୍ଷର କରିଛି। ଏହି ରାଜିନାମା ଅନୁସାରେ ଦ୍ୱୀପରାଷ୍ଟ୍ରକୁ ବେଜିଂ ମାଗଣାରେ ସାମରିକ ସହାୟତା ପ୍ରଦାନ କରିବ, ଯଦ୍ଦ୍ବାରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ବେଳର ଫଟୋଶୁଟ୍‌କୁ ନେଇ ଭାରତୀୟଙ୍କ ପକ୍ଷରୁ ମାଳଦ୍ୱୀପକୁ ନୂ୍ୟନ ଦର୍ଶାଇବା ପାଇଁ ହୋଇଥିବା ଉଦ୍ୟମର ଏହା ପ୍ରତିଫଳନ ବୋଲି କୁହାଯାଉଛି।
ଗତ ଜାନୁଆରୀ ପ୍ରଥମ ସପ୍ତାହରେ ମୋଦି ଲାକ୍ଷାଦ୍ୱୀପ ଯାଇ ସେଠାକାର କେତୋଟି ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ମୋଦି ଉଲ୍ଲେଖ କରିଥିଲେ, ପର୍ଯ୍ୟଟକମାନେ ପ୍ରକୃତିକୁ ଉପଭୋଗ କରିବାକୁ ଚାହୁଁଥିଲେ ଲାକ୍ଷାଦ୍ୱୀପକୁ ଆସିବା ଉଚିତ। ଏହା ପରେ ସାମାଜିକ ଗଣମାଧ୍ୟମରେ ଭାରତୀୟମାନେ ମାଳଦ୍ୱୀପ ବିରୋଧରେ ବିଷ ଓକାଳିବାରେ ଲାଗିଥିଲେ। ଦେଶରେ ଲାକ୍ଷାଦ୍ୱୀପ ଥାଉ ଥାଉ ମାଳଦ୍ୱୀପକୁ ପର୍ଯ୍ୟଟନ ପାଇଁ ଯିବା ଆବଶ୍ୟକ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ଏଇଠୁ ପଡ଼ୋଶୀ ମାଳଦ୍ୱୀପ ସହ ଭାରତର ସମ୍ପର୍କରେ ତିକ୍ତତା ବଢ଼ିଥିଲା। ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ ପ୍ରତିକ୍ରିୟାଶୀଳ ହୋଇ ଭାରତୀୟ ସୈନ୍ୟଙ୍କୁ ଦେଶ ଛାଡ଼ି ଚାଲିଯିବାକୁ କହିଥିଲେ। ଫେବୃଆରୀ ୨ରେ ନୂଆଦିଲ୍ଲୀରେ ଦୁଇଦେଶର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭାରତୀୟ ସନ୍ୟୈଙ୍କୁ ସ୍ବଦେଶକୁ ପ୍ରତ୍ୟାହାର କରିବା ପାଇଁ ଭାରତ ସହମତି ପ୍ରକାଶ କରିଥିଲା। କିନ୍ତୁ ଏଥି ସକାଶେ ମାଳଦ୍ୱୀପରେ ଥିବା ୩ଟି ବିମାନ ଚଳାଚଳ ପ୍ଲାଟ୍‌ଫର୍ମକୁ ଭାରତୀୟମାନେ ପରିଚାଳନା କରିବେ ବୋଲି ଭାରତ ସର୍ତ୍ତ ବାଢ଼ିଥିଲା।
ଭାରତ ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ମାର୍ଚ୍ଚ ୧୦ରେ ସମ୍ପୂର୍ଣ୍ଣ କରିବ ବୋଲି କହିଥିଲା। ଫେବୃଆରୀ ୫ରେ ପାର୍ଲାମେଣ୍ଟକୁ ନିଜ ପ୍ରଥମ ସମ୍ବୋଧନରେ ମଧ୍ୟ ମୁଇଜୁ ଅନୁରୂପ କଥା କହିଥିଲେ। ତଦନୁଯାୟୀ ଗତ ସପ୍ତାହରେ ଏକ ଭାରତୀୟ ଟିମ୍‌ ମାଳଦ୍ୱୀପରେ ଥିବା ୩ ବିମାନ ଚଳାଚଳ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏର ଦାୟିତ୍ୱ ନେବା ପାଇଁ ସେଠାରେ ପହଞ୍ଚତ୍ଥିଲେ। ଚାଇନା ସମର୍ଥକ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ ମଙ୍ଗଳବାର ବା ଏଟୋଲରେ ଏୟଧାଫୁଶି ସମ୍ପ୍ରଦାୟକୁ ସମ୍ବୋଧିତ କରି କହିଛନ୍ତି, ଦେଶରୁ ଭାରତୀୟ ସୈନ୍ୟଙ୍କୁ ବିଦା କରିବାରେ ତାଙ୍କ ସରକାର ସଫଳ ହୋଇଛନ୍ତି। ଏହାକୁ ନେଇ କେତେଜଣ ବ୍ୟକ୍ତି ମିଛ ଗୁଜବ ବିସ୍ତାରକରି ସ୍ଥିତିରେ ନୂଆ ମୋଡ଼ ଆଣିବାକୁ ଅପଚେଷ୍ଟା କରୁଛନ୍ତି। ମେ’ ୧୦ ପରେ ମାଳଦ୍ୱୀପରେ ଆଉ ଜଣେ ହେଲେ ଭାରତୀୟ ସୈନ୍ୟ ରହିବେ ନାହିଁ। ଏପରି କି ସାଦା ପୋଷାକରେ ମଧ୍ୟ ସେମାନେ ରହିପାରିବେ ନାହିଁ। ପ୍ରକାଶ ଯେ, ମାଳଦ୍ୱୀପରେ ଥିବା ୩ ଭାରତୀୟ ପ୍ଲାଟ୍‌ଫର୍ମରେ ୮୮ ସୈନ୍ୟ ଅଛନ୍ତି। ସେମାନେ ଗତ କିଛି ବର୍ଷ ହେଲା ସ୍ଥାନୀୟ ଲୋକଙ୍କୁ ମାନବୀୟ ସହାୟତା ଓ ଚିକିତ୍ସା ସୁବିଧା ଯୋଗାଇ ଆସୁଛନ୍ତି। ଇତିମଧ୍ୟରେ ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଘସାନ ମଉମୁନ ଏବଂ ଚାଇନାର ଅନ୍ତର୍ଜାତୀୟ ସାମରିକ ସହଯୋଗ ଅଫିସ ଉପନିର୍ଦ୍ଦେଶକ ମେଜର ଜେନେରାଲ ଝାଙ୍ଗ୍‌ ବାଓକୁନ୍‌ ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଚୁକ୍ତି ଅନୁସାରେ ମାଲେକୁ ବେଜିଂ ମାଗଣାରେ ସାମରିକ ସହାୟତା ଦେବାକୁ ରାଜିହୋଇଥିବା ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ପ୍ରତିରକ୍ଷା ସହଯୋଗ ଚୁକ୍ତି ଉପରେ ବିସ୍ତୃତ ସୂଚନା ଦିଆଯାଇନାହିଁ। ମାଳଦ୍ୱୀପର ଏମ୍‌ଭି ନ୍ୟୁଜ୍‌ ପୋର୍ଟାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବେଜିଂ ମାଲେକୁ ୧୨ ଇକୋଫ୍ରେଣ୍ଡ୍‌ଲି ଆମ୍ବୁଲାନ୍ସ ଉପହାର ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri