Posted inଖେଳ

ମାଲେସିଆ ଓପନ ବ୍ୟାଡ୍‌ମିଣ୍ଟନ: ସେମିଫାଇନାଲରେ ପହଞ୍ଚିଲେ ସିନ୍ଧୁ

କୁଆଲାଲମ୍ପୁର,୯ା୧: ଭାରତର ଦୁଇଥର ଅଲିମ୍ପିକ ପଦକ ବିଜେତା ପି.ଭି. ସିନ୍ଧୁ ମାଲେସିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କି ରେଡ୍ଡୀ କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି।

ସିନ୍ଧୁ କ୍ୱାର୍ଟରଫାଇନାଲରେ ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିଥିଲେ। ମାତ୍ର ୩ଥର ବିଶ୍ୱ ଚାମ୍ପିୟନ ଜାପାନିଜ ଖେଳାଳି ଆଘାତପ୍ରାପ୍ତ ହେବାରୁ ସେ ମ୍ୟାଚ ଅଧାରୁ ଓହରିଯାଇଥିଲେ। ସେତେବେଳେ ସିନ୍ଧୁ ଓପନିଂ ଗେମ୍‌ ୨୧-୧୧ରେ ଜିତିସାରିଥିଲେ। ଏହି ବିଜୟ ଦ୍ୱାରା ୟାମାଗୁଚିଙ୍କ ବିପକ୍ଷରେ ବିଶ୍ୱର ୧୮ ନମ୍ୱର ଖେଳାଳି ସିନ୍ଧୁଙ୍କ ହେଡ୍‌-ଟୁ-ହେଡ୍‌ ରେକର୍ଡ ୧୫-୧୨କୁ ବୃଦ୍ଧି ପାଇଛି।

ଦୀର୍ଘ ଦିନ ଧରି ଆଘାତଜନିତ ସମସ୍ୟାରେ ଥିବା ସିନ୍ଧୁ ଖେଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଟୁର୍ନାମେଣ୍ଟ। ସେମିଫାଇନାଲରେ ସେ ଦ୍ୱିତୀୟ ସିଡ୍‌ ତଥା ଚାଇନାର ଓ୍ୱାଙ୍ଗ୍‌ ଝିଓ୍ୱିଙ୍କୁ ଭେଟିବେ। ଓ୍ୱାଙ୍ଗ ୬ଷ୍ଠ ସିଡ୍‌ ଇଣ୍ଡୋନେସିଆର ପୁତ୍ରୀ କୁସୁମା ଓ୍ୱାର୍ଦାନୀଙ୍କୁ ୨୧-୧୭, ୨୧-୧୮ରେ ପରାସ୍ତ କରିଛନ୍ତି।

ପରେ ଭାରତର ଦୁଇଥର ବିଶ୍ୱ ଚାମ୍ପିୟନଶପ୍‌ ବ୍ରୋଞ୍ଜ ପଦକ ବିଜେତା ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକ ଓ ଚିରାଗ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଇଣ୍ଡୋନେସିଆର ଫଜର ଅଲ୍‌ଫାଇନ୍‌ ଓ ମହମ୍ମଦ ଫିକ୍ରିଙ୍କଠାରୁ ୧୦-୨୧, ୨୧-୨୩ରେ ହାରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ଗଲେ ନୀତିଶଙ୍କ ଦରମା ବଢିବ ନା କମିବ? ଜାଣନ୍ତୁ…

ନୂଆଦିଲ୍‌ଲୀ,୫।୩: ବିହାରର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାର କ’ଣ ଏବେ ଦିଲ୍ଲୀ ଯିବେ? ମାର୍ଚ୍ଚ ୫, ୨୦୨୬ ବିହାର ରାଜନୀତିରେ ଏକ…

‘ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଥିଲା ଯୋଜନା’, ଇରାନୀ ଗୁପ୍ତଚର ଏଜେଣ୍ଟଙ୍କ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ

ଓ୍ବାଶିଂଟନ,୫।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଜଣେ ପାକିସ୍ତାନୀ ନାଗରିକ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ…

କଲବଲ କରୁଛି ମହୁମାଛି: ବିପଦରେ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୫।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ ଦେଖାଯାଇଛି। ଏକାଧିକ ବଡ଼ ବଡ଼ ଗଛରେ ମହୁମାଛି ବସା…

ଯୁଦ୍ଧ ଯୋଗୁ ପେଟ୍ରୋଲ ପରେ ବଢିଯିବ ଏଲପିଜି ଦର, ମାର୍ଚ୍ଚରୁ ୫୦% ମହଙ୍ଗା ହେବ ସିଲିଣ୍ଡର!

ନୂଆଦିଲ୍ଲୀ,୫।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ସିଧାସଳଖ ଭାରତୀୟ ରୋଷେଇ ବଜେଟକୁ ପ୍ରଭାବିତ କରିପାରେ। ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀ…

ବାଲେଶ୍ବରରୁ କୁପାରୀ ଆସୁଥିବାବେଳେ ଅଘଟଣ: ଦୋକାନ ଭିତରକୁ ମାଡିଗଲା ବସ୍‌, ତା’ପରେ…

ଖଇରା,୫।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବରରୁ ସୋର ଯାଉଥିବା ଅନନ୍ୟା ବସ୍‌ ଖଇରା ପ୍ରାଣୀ ଚିକିତ୍ସାକେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ଏକ ଦୋକାନ ଉପରକୁ ମାଡିଯାଇଛି। ଫଳରେ ଜଣେ ଆହତ…

T20 WC ରେ ପାକିସ୍ତାନୀ ଖେଳାଳି ମହିଳାଙ୍କ ସହ କଲେ ଏମିତି ବ୍ୟବହାର, ସାଂଘାତିକ ଖୁଲାସା

ଇସଲାମବାଦ,୫।୩: ୨୦୨୬ ମସିହାରେ ପାକିସ୍ତାନ କ୍ରିକେଟ ଦଳର ଟି-୨୦ ବିଶ୍ୱକପ ବିପର୍ଯ୍ୟୟଜନକ ଥିଲା, ଯାହା ଫଳରେ ଖେଳାଳିମାନେ ସମାଲୋଚନାର ଶିକାର ହୋଇଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିମାନଙ୍କ…

ଟିମ ଇଣ୍ଡିଆ ପାଇଁ ବିପଦ ଇଂଲଣ୍ଡର ଏହି ୫ ଖେଳାଳି! ସେମିଫାଇନାଲରେ ହୋଇପାରେ…

ନୂଆଦିଲ୍ଲୀ,୫।୩: ICC ପୁରୁଷ T20 ବିଶ୍ୱକପ ୨୦୨୬ ଏବେ ଏହାର ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ମୁମ୍ବାଇର…

ବଡ଼ ଖବର: ଯୁଦ୍ଧ ଯୋଗୁ ସ୍ଥଗିତ ରହିଲା ବିଶ୍ୱକପ ଲିଗ୍‌ ୨ ମ୍ୟାଚ, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବେ କ୍ରିକେଟକୁ ପ୍ରଭାବିତ କରୁଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଏହି ଅଞ୍ଚଳରେ ସୁରକ୍ଷା ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri