‘ମଲିଆ ବ୍ରାହ୍ମଣମାନେ ଓଡ଼ିଶାର ପ୍ରାଚୀନ ଅଧିବାସୀ’

ପୁରୀ, ୧୧ା୪(ଅଜିତ୍‌ ମହାନ୍ତି)ମନ୍ଦିର ନଗରୀ ଭୁବନେଶ୍ୱରର ଅନ୍ୟତମ ପ୍ରାଚୀନ ମନ୍ଦିର ହେଉଛି ଶ୍ରୀକପିଳେଶ୍ୱର ମହାଦେବଙ୍କ ମନ୍ଦିର। ସନାତନ ଶାସ୍ତ୍ରରେ ଏହା କପିଳମୁନି ମନ୍ଦିର, କପିଳନାଥ ମନ୍ଦିର, କପିଳେଶ୍ୱର ମନ୍ଦିର ଭାବେ ବର୍ଣ୍ଣିତ ଅଛି। ବର୍ତ୍ତମାନ ଏହା କପିଳେଶ୍ୱର ମନ୍ଦିର ଭାବେ ପ୍ରସିଦ୍ଧ। ଇତିହାସ ଓ ଐତିହାସିକ ଗବେଷଣାରୁ ଜଣାପଡ଼ିଛି ଯେ, କପିଳବସ୍ତୁ ସାମ୍ରାଜ୍ୟର ଆରାଧ୍ୟ ମହାଦେବ ଥିଲେ। ଗଙ୍ଗବଂଶ ଶାସନ କାଳରେ ଏହି ମନ୍ଦିରର ପରିଚାଳନା ଭାର ପୁରୀର ଶ୍ରୀଶଙ୍କରାନନ୍ଦ ମଠର ସ୍ବାମୀଙ୍କୁ ଗଜପତି ଦେଇଥିଲେ। ଏଥିପାଇଁ ଜମି ଖଞ୍ଜା ଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳେଶ୍ୱର ମନ୍ଦିରର ପରିଚାଳନା ସୁବିଧାରେ କରିବା ପାଇଁ ଗଜପତି ମହାରାଜା ଶ୍ରୀଲିଙ୍ଗରାଜ ମନ୍ଦିର ସମାନରେ ଶ୍ରୀଶଙ୍କରାନନ୍ଦ ମଠର ଏକ ଶାଖାମଠ ପ୍ରତିଷ୍ଠା କରିଥିଲେ। ମଠର ପ୍ରାଚୀନ ଇତିହାସରୁ ଜଣାଯାଏ ଯେ, ମୂଳରୁ ଶ୍ରୀକପିଳେଶ୍ୱରଙ୍କ ସେବା ପାଇଁ ଛତିଶ ପ୍ରକାର ସେବକ ଖଞ୍ଜା ରହିଥିଲା। ସେଥିପାଇଁ ଛତିଶା ନିଯୋଗ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ବିଭିନ୍ନ ସେବକ ସେବାରତ ଅଛନ୍ତି। ସେବକମାନଙ୍କୁ ଜମି ଖଞ୍ଜା ଗଜପତି ଦେଇଥିଲେ। ଯେଉଁ ବ୍ରାହ୍ମଣ ସେବକ ଦିଅଁଙ୍କ ରୋଷ କାର୍ଯ୍ୟରେ ରହିଥିଲେ, ସେମାନଙ୍କୁ ମଲିଆ ଉପାଧି ଦିଆଯାଇଥିଲା। ଓଡ଼ିଶାରେ ବ୍ରାହ୍ମଣ ନ ହେଲେ ଶିବଙ୍କ ପାଇଁ ରନ୍ଧନ କାର୍ଯ୍ୟ କରିବା ସମ୍ଭବ ନୁହେଁ। ତେଣୁ ନୈଷ୍ଠିକ ବ୍ରାହ୍ମଣମାନଙ୍କୁ ମଲିଆ ଉପାଧି ଦେଇ ରୋଷସେବା ଅର୍ପଣ କରାଯାଇଥିଲା। ମାଲିଆ ବ୍ରାହ୍ମଣମାନଙ୍କ ସମ୍ବନ୍ଧରେ ୨୫ଟି ସଂସ୍କୃୃତ, ଓଡ଼ିଆ ଓ ଇଂଲିଶ ପୁସ୍ତକ ଏବଂ ଦସ୍ତାବିଜରେ ସବିଶେଷ ବର୍ଣ୍ଣନା ଆଜି ବି ମିଳୁଛି ବୋଲି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି।
ମନ୍ଦିର ସହିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସମ୍ପର୍କ ଥିଲା। ଏଠାରେ ଶିବଙ୍କ ନୀତିକାନ୍ତି ଶାସ୍ତ୍ର ବିଧାନରେ ହେଉଥିବାରୁ ହରିହର ଉପାସନା ଦୃଷ୍ଟିରୁ ବିଭିନ୍ନ ଯାନିଯାତ୍ରାରେ ଶ୍ରୀମନ୍ଦିରରୁ ଖେଇ ବ୍ୟବସ୍ଥା ଥିଲା। ଦଂଶନାମୀ ସମ୍ପ୍ରଦାୟରେ ଶ୍ରୀଶଙ୍କରାନନ୍ଦ ମଠର ସ୍ବାମୀମାନେ ପରିଚାଳନା ଭାର ନେଇନଥାନ୍ତେ। ତେଣୁ ଷଷ୍ଠ ଶତାବ୍ଦୀର ମଲିଆ କପରପ୍ଲେଟ ଜାରି ହୋଇନଥାନ୍ତା। ଏହି କପରପ୍ଲେଟ ମୁର୍ଶିଦାବାଦ ସଂଗ୍ରହାଳୟରେ ଗଛିତ ଅଛି। ବ୍ରାହ୍ମିନିକ୍‌ ସେଟେଲମେଣ୍ଟ ଇନ୍‌ ଡିଫରେଣ୍ଟ ସବ୍‌ଡିଭିଜନ୍ସ ଅଫ ଆନଣ୍ଟ ବେଙ୍ଗଲ ପୁସ୍ତକରେ ମଲିଆମାନେ ବ୍ରାହ୍ମଣ, ସେମାନଙ୍କ ଗୋତ୍ର କାଶ୍ୟପ, ବେଦ ଶ୍ୟାମବେଦ ଉଲ୍ଲେଖ ରହିଛି। ନାମ ପୂର୍ବରୁ ସେମାନେ ଭଟ୍ଟ ଉପାଧି ବ୍ୟବହାର କରୁଥିଲେ। ସ୍ବୀତି ଦତ୍ତଙ୍କ ଲିଖିତ ମାଇଗ୍ରାଣ୍ଟ ବ୍ରାହ୍ମଣସ୍‌ ଇନ୍‌ ନର୍ଦ୍ଦନ ଇଣ୍ଡିଆ ପୁସ୍ତକରେ ୪୭୫ ମସିହାରୁ ୧୦୩୦ ମସିହା ପର୍ଯ୍ୟନ୍ତ ବ୍ରାହ୍ମଣ ଇତିହାସ ଲେଖାଯାଇଛି। ଏଥିରୁ ଜଣାପଡୁଛି ମଲିଆମାନେ ଭାରତର ବିଭିନ୍ନ ସ୍ଥାନରେ ଥିଲେ। ତେଣୁ ଓଡ଼ିଶାର ପ୍ରାଚୀନ ବ୍ରାହ୍ମଣ କପିଳାବସ୍ତୁ ସାମ୍ରାଜ୍ୟର ଇଷ୍ଟ ଶ୍ରୀକପିଳେଶ୍ୱରଙ୍କ ସେବା କରୁଥିଲେ, ଏବେ ବି କରୁଛନ୍ତି। ଗଜପତି ଦେଇଥିବା ସ୍ଥାବର ସମ୍ପତ୍ତିର କାଗଜାତରେ ଜାତି ବ୍ରାହ୍ମଣ ବୋଲି ଉଲ୍ଲେଖ ରହିଛି। ଜାତିବାଦର କୁହେଳିକା ମଧ୍ୟରେ ମଲିଆ ବ୍ରାହ୍ମଣଙ୍କୁ ସମାଜସ୍ରୋତରେ ଅଣଓଡ଼ିଆ ଅବମାନନା ବୋଲି ଡ. ମିଶ୍ର ମତ ପ୍ରକାଶ କରିଛନ୍ତି। ସମ୍ପ୍ରତି ଭୁବନେଶ୍ୱରର କପିଳେଶ୍ୱର ମନ୍ଦିର ପରିସରରେ ‘ମଲିଆ ସେବକଙ୍କ ଐତିହ୍ୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ହେମନ୍ତ କୁମାର ମହାପାତ୍ର, ଲଳିତ କୁମାର ମଲିଆ, ଅରବିନ୍ଦ ମଲିଆ, ଜିତେନ୍ଦ୍ର ମଲିଆ ପ୍ରମୁଖ ଯୋଗଦେଇଥିଲେ। ଆଲୋଚନା ଚକ୍ରରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ ଗବେଷଣା ଅଧିକାରୀ ତଥା ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ଯୋଗଦେଇ କହିଥିଲେ ଯେ, ଓଡ଼ିଶାର ପ୍ରାଚୀନ ବ୍ରାହ୍ମଣ ସମାଜରେ ମଲିଆ ବ୍ରାହ୍ମଣଙ୍କ ଗୁରୁତ୍ୱ ରହିଥିଲା। ଜାତିର ସଂସ୍କୃତି ପ୍ରତି ସେମାନଙ୍କର ଯଥେଷ୍ଟ ଅବଦାନ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri