୪୭ ବର୍ଷରେ ବି ଫିଟ୍‌ ଅଛନ୍ତି ମଲାଇକା: ଏଥିପାଇଁ କରିଥାନ୍ତି ଏସବୁ…

ନିଜର ଫିଟ୍‌ନେସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ମଲାଇକା ଆରୋରା ଇତିମଧ୍ୟରେ ୪୭ ବର୍ଷର ହୋଇସାରିଛନ୍ତି। ୨୩ ଅକ୍ଟୋବର, ୧୯୭୩ରେ ମହାରାଷ୍ଟ୍ରର ଥାନେରେ ଜନ୍ମଗ୍ରହଣ କରିଥିବା ମଲାଇକାଙ୍କର ଆଜି ହେଉଛି ଜନ୍ମଦିନ। ୪୭ ବର୍ଷୟରେ ମଧ୍ୟ ସେ ପୁରା ଫିଟ୍‌ ଅଛନ୍ତି। ଅନେକ ରିଆଲିଟି ଶୋ’ରେ ତାଙ୍କ ଫିଟ୍‌ନେସ୍‌କୁ ନେଇ ଲୋକେ ପ୍ରଶଂସା ମଧ୍ୟ କରିଥାନ୍ତି। ଅନେକ ସେଲିବ୍ରିଟି ତାଙ୍କ କପି ବି କରିଥାନ୍ତି।
ତେବେ ମଲିକା ଫିଟ୍‌ ରହିବା ପାଇଁ ଡାଏଟ୍‌ ଉପରେ ବିଶ୍ୱାସ କରନ୍ତି ନାହିଁ। ଫିଟ୍‌ ରହିବା ପାଇଁ ସେ ଯୋଗ ଏବଂ ବ୍ୟାୟାମକୁ ପ୍ରାଧାନ୍ୟ ଦେଇଥାନ୍ତି। କିଛି ବର୍ଷ ପୂର୍ବେ ସେ ଯୋଗ କରିବା ଆରମ୍ଭ କରିଥିଲେ। ଏକ ସାକ୍ଷାତକାରରେ ମଲାଇକା କହିଥିଲେ ଯେ, ଏକଦା ତାଙ୍କୁ ଆଘାତ ଲାଗିଥିଲା। ଏଥିପାଇଁ ଯୋଗ କରିବାକୁ ତାଙ୍କୁ କୁହାଯାଇଥିଲା। ଏହା ପରଠାରୁ ସେ ଯୋଗ କରିବା ଆରମ୍ଭ କରିଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ଜାରି ରହିଛି ବୋଲି ସେ କହିଥିଲେ।
ପ୍ରତିଦିନ ମଲାଇକା କିଛି ସମୟ ଯୋଗ କରିଥାନ୍ତି। ସୂର୍ଯ୍ୟ ନମସ୍କାରରୁ ଏହା ଆରମ୍ଭ ହୋଇଥାଏ। ପରେ ମେଡିଟେଶନ କରନ୍ତି। ଅଷ୍ଟାଙ୍ଗ ଭିନ୍ୟାସା ଯୋଗ ତାଙ୍କର ସବୁଠାରୁ ପସନ୍ଦ। ଫିଟ୍‌ ରହିବା ପାଇଁ ସେ ଯୋଗ ସାଙ୍ଗକୁ ମଧ୍ୟବର୍ତ୍ତୀ ଉପବାସ ମଧ୍ୟ କରିଥାନ୍ତି। ଡାଏଟ୍‌ରେ କ’ଣ ଖାଇବ ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କେତେବେଳେ ଥାଇବ ତାହା ସବୁଠାରୁ ଗୁରୁତ୍ୱ ବୋଲି ମଲାଇକା କୁହନ୍ତି। ତେବେ ସେ ଡାଏଟ୍‌ରେ ମିକ୍ସ ଫ୍ରୁଟ୍‌ସ, ମଲ୍ଟିଗ୍ରୀନ୍‌ ଟୋଷ୍ଟ, ଭେଜିଟେବଲ ଜୁସ, ବ୍ରାଉନ୍‌ ରାଇସ୍‌, ରୁଟି, ତରକାରୀ, ସାଲାଟ୍‌, ପ୍ରୋଟିନ୍‌ ସେକ୍‌, ସୁପ୍‌ ଆଦି ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri